scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆୟରୁ ଅଧିକ ସମ୍ପତ୍ତି ମାମଲା: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ୪ ବର୍ଷ ଜେଲ, ୫୦ ଲକ୍ଷ ଜରିମାନା

27/05/2022 at 3:59 PM

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆୟରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଏହି ମାମଲାରେ ଚୌତାଲାଙ୍କୁ ୪ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି। ଏହାସହ କୋର୍ଟ 50 ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ଚୌତାଲାଙ୍କ ଚାରୋଟି ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ବିକାଶ ଢୁଳ ୧୯୯୩ରୁ ୨୦୦୬ ମଧ୍ୟରେ ଆୟରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଓମ ପ୍ରକାଶ ଚୌତାଲା ଏବଂ ସିବିଆଇଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଗୁରୁବାର ରାୟ ସଂରକ୍ଷିତ ରଖିଥିଲେ । କୋର୍ଟ ଗତ ସପ୍ତାହରେ ଚୌତାଲାଙ୍କୁ ଦୋଷୀ ଘୋଷଣା କରି କହିଥିଲେ ଯେ, ଆୟରୁ ଅଧିକ ଥିବା ସମ୍ପତ୍ତି ବାବାଦରେ ସନ୍ତୋଷଜନକ ହିସାବ ଦେବାରେ ବିପଳ ହୋଇଥିଲେ।

୨୦୦୫ ମସିହାରେ ଚୌତାଲାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ସିବିଆଇ। ୨୦୧୦ ମାର୍ଚ୍ଚ ୨୬ରେ ସିବିଆଇ ଦାଖଲ କରିଥିବା ନିଜର ଅଭିଯୋଗ ପତ୍ରରେ ଚୌତାଲା ୧୯୯୩ରୁ ୨୦୦୬ ମଧ୍ୟରେ ନିଜର ବୈଧ ଆୟଠାରୁ ଅଧିକ ସମ୍ପତ୍ତି କରିଥିବା ଉଲ୍ଲେଖ କରିଥିଲା । ସିବିଆଇ ଦ୍ୱାରା ଦାଖଲ ଏଫଆଇଆର ଅନୁସାରେ, ୧୯୯୯ ଜୁଲାଇ ୨୪ରୁ ୨୦୦୫ ପର୍ଯ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚୌତାଲା ଅଚଳାଚଳ ସମ୍ପତ୍ତି ଏକାଠି କରିଥିଲେ। ଚୌତାଲା ଏହି ସମ୍ପତ୍ତି ନିଜ ପରିବାର ସଦସ୍ୟଙ୍କ ନାଁରେ ଏକାଠି କରିଥିଲେ।

ସିବିଆଇ ଅନୁସାରେ, ଚୌତାଲା ଆୟରୁ ୬.୦୯ କୋଟି ଟଙ୍କାର ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଯାହା ତାଙ୍କ ପ୍ରକୃତ ଆୟଠାରୁ ୧୮୯.୧୧ ପ୍ରତିଶତ ଅଧିକ ଥିଲା ।

   Related Posts