vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବଢିବ ଭାରତୀୟ ସେନାର ଶକ୍ତି: ସଫଳ ହୋଇଛି ଶକ୍ତିଶାଳୀ ସାରଙ୍ଗ ତୋପର ପରୀକ୍ଷଣ

6/09/2020 at 1:40 PM

ଜବଲପୁର ୦୬/୦୯ : ଭାରତ ଚୀନ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ଭାରତୀୟ ସେନା ପାଇଁ ଏବଂ ଦେଶର ସୁରକ୍ଷା ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି | କିଛି ମାସ ପୂର୍ବରୁ ମଧ୍ୟ ପ୍ରଦେଶ ଜବଲପୁର ଏଲପିଆର ରେଞ୍ଜରେ ଚାଲିଥିବା ଶକ୍ତିଶାଳୀ ୧୫୫ ଏମଏମ ସାରଙ୍ଗ ଗନ (Sarang Gun) ର ପରୀକ୍ଷଣ ସଫଳ ହୋଇଛି | ଜବଲପୁରରେ ବହୁ ସମୟ ଧରି ଏହି ତୋପର ପରୀକ୍ଷଣ ଚାଲିଥିଲା | ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜବଲପୁର ଜିସିଏଫ ୟାନେ ଗନ କ୍ୟାରିଜ କାରଖାନା ଓ ବିଏଫଜେ ୟାନେ ହ୍ୱିକଲ ଫ୍ୟାକ୍ଟ୍ରିରେ ଏହି ତୋପର ଅପଗ୍ରେଡେସନ କାମ ଚାଲିଛି |

ଆଗାମୀ ୩ ବର୍ଷରେ ୩୦୦ ସାରଙ୍ଗ ତୋପ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ | ପ୍ରଥମ ପର୍ଯ୍ୟାୟରେ ୭ଟି ସାରଙ୍ଗ ପାଖାପାଖି ସମ୍ପୂର୍ଣ ସଫଳ ହୋଇଥିବା ଦେଖାଯାଇଛି | ଏହି ପ୍ରସଙ୍ଗରେ ସେନା ଅଧିକାରୀ ଏହି ଶକ୍ତିଶାଳୀ ତୋପର ଶକ୍ତି ମଧ୍ୟ ଦେଖିଛନ୍ତି | ଏଲପିଆର ରେଞ୍ଜରେ ଯେତେବେଳେ ଏହାର ପରୀକ୍ଷଣ କରାଯାଇଥିଲା ପ୍ରତ୍ୟେକ ମାନକରୁ ଏହା ସଫଳ ପ୍ରମାଣିତ ହୋଇଛି |

ସୂଚନାଯୋଗ୍ୟ ଯେ, ସେନା ସାରଙ୍ଗକୁ ନିଜ ଅସ୍ତ୍ର ମଧ୍ୟରେ ସାମିଲ କରିବାକୁ ଅପେକ୍ଷା କରିଛି | ଏହାଦ୍ୱାରା ସେନାର ଶକ୍ତି ବଢ଼ିଯିବ | ସେନାକୁ ଉନ୍ନତ ସାରଙ୍ଗ ତୋପ ହସ୍ତାନ୍ତର କରିବା ପୂର୍ବରୁ ଏହାର ଡ଼ିଜିକ୍ୟୁଏ ଗୁଣମାନ ନିୟନ୍ତ୍ରଣ ପରୀକ୍ଷଣ ଓ ଫାଇରିଙ୍ଗ ମଧ୍ୟ କରିଥିଲେ | ପରୀକ୍ଷଣରେ ଏହିସବୁ ମାନକ ସଫଳ ହୋଇଥିଲା | ସାରଙ୍ଗ ତୋପ ନିଜର ନିର୍ଧାରିତ ଲକ୍ଷ୍ୟ ମଧ୍ୟ ହାସଲ କରିଛି | ଫ୍ୟାକ୍ଟ୍ରିର ପିଆରଓ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଏକ ସମାରୋହରେ ଜବଲପୁର ଏସକ୍ୟୁଏଲ କର୍ଣ୍ଣଲ ଏକେ ଗୁପ୍ତା ଏବଂ ଜିସିଏଫ ମହାପ୍ରବନ୍ଧକ ରାଜେଶ ଚୌଧୁରୀ ବ୍ରିଗେଡିୟର ଏଇ.ଏମ.ସିଂହ ଏବଂ ବ୍ରିଗେଡିୟର ଯେ.କାରଙ୍କ ଉପସ୍ଥିତିରେ ସାରଙ୍ଗ ତୋପର ନିରୀକ୍ଷଣ ନୋଟ ହସ୍ତାନ୍ତର କରାଯାଇଛି |  

ପିଆରଓ ଶ୍ରୀବାସ୍ତବ କହିଛନ୍ତି ଯେ, ନିରୀକ୍ଷଣ ନୋଟ ହସ୍ତାନ୍ତର କରିବା ପରେ ବର୍ତ୍ତମାନ ସେନାର ସବୁଜ ସଂକେତ ମିଳିବା ପରେ ଏହାକୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ କରାଯିବ | ସାରଙ୍ଗର ବିଶେଷତ୍ୱ ହେଲା, ୧୫୫ ଏମଏମ ୪୫ କ୍ୟାଲିବର ୪୦ କିଲୋମିଟର ମାରକ କ୍ଷମତା ରହିଛି | ଏହା ଅନ୍ଧାରରେ ମଧ୍ୟ ମାରିପାରିବ | ଉଚ୍ଚ ପାହାଡରେ ମଧ୍ୟ ସଠିକ ଲକ୍ଷ୍ୟ ଭେଦ କରିବାରେ ଏହା ସକ୍ଷମ |

   Related Posts