LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଭୋଳା ଗ୍ରାମରେ ସ୍ୱତନ୍ତ୍ର ଶିବିର ଉଦଘାଟିତ

25/03/2023 at 6:03 PM

ଭୁବନେଶ୍ୱର ୨୫।୩: ସମାଜରେ ସ୍ୱଚ୍ଛତା ଓ ପରିମଳ ପରିବେଶର ଉପକାରିତା, ପ୍ଳାଷ୍ଟିକ୍ ବର୍ଜନ, ବୃକ୍ଷରୋପଣ ଏବଂ ଜଳ ସଂରକ୍ଷଣ ବିଷୟକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଶାଖା ପକ୍ଷରୁ  ଶୁକ୍ରବାର ଭୁବନେଶ୍ୱର ଉପକଣ୍ଠ ଭୋଳା ଗ୍ରାମରେ ଏକ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି ।

ଏହି ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ବିଜୟ କୁମାର ସାହୁ, ସୋଆର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା କେ. ଶର୍ମା, ଭୁବନେଶ୍ୱର ବ୍ଲକର ଉପସଭାପତି ଶ୍ରୀ ଅଜିତ୍ ଶ୍ରୀଚନ୍ଦନ, ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡଃ ସରୋଜ କୁମାର ମହାନ୍ତି, ଡଃ ସତ୍ୟନାରାୟଣ ଶତପଥୀ, ରାକେଶ ରୋଶନ ଶତପଥୀ, ଶ୍ୱେତା ରଥ, କୁମାର ସମ୍ଭବ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ  ଆଇଏଏସର ୩ୟ ବର୍ଷର ଛାତ୍ରଛାତ୍ରୀ ତଥା ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ଭୋଳା ଗ୍ରାମବାସୀ ଉପସ୍ଥିତ ଥିଲେ ।  ଗ୍ରାମବାସୀଙ୍କ ସହ ଆଲୋଚନା ପରେ ତାଙ୍କ ଆବଶ୍ୟକତା ଅନୁଯାୟୀ ପାଳ ଛତୁ ଚାଷ, ମହୁଚାଷ, ଜିଆ ଖତ ପ୍ରସ୍ତୁତି, ମଞ୍ଜି ବିଶୋଧନ, ବ୍ୟବସାୟ ଉପଯୋଗୀ ଫୁଲ ଚାଷ ବିଷୟରେ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଏଥିବ୍ୟତୀତ ଛାତ୍ର ଶୁଭମ୍ ପ୍ରକାଶ ସାହୁ ବିଭିନ୍ନ ପ୍ରକାରର ସାପର ଚିହ୍ନଟ ଏବଂ ସାପ କାମୁଡିଲେ କ’ଣ କରିବା ଆବଶ୍ୟକ ସେ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଏହି ଶିବିର ୭ଦିନ ଧରି ଚାଲୁ ରହିବ ।

   Related Posts