ପୁଣି ତାରିଖ ଦେଲେ କୋର୍ଟ, ବେହମୟୀ ନରସଂହାର ମାମଲାର ଆସିପାରିଲାନି ରାୟ

Published By : Prameya-News7 Bureau | January 06, 2020 IST

କାନପୁର ୬।୧:  ପ୍ରାୟ ୩୯ ବର୍ଷ ପୂର୍ବେ ୧୯୮୧ ମସିହା ଫେବୃଆରୀ ୧୪ ତାରିଖ ଦିନ ଉତ୍ତରପ୍ରଦେଶ କାନପୁର ଗ୍ରାମାଞ୍ଚଳ ବେହମୟୀରେ ଘଟିଥିଲା ଲୋକହର୍ଷକ ଘଟଣା। ଦସ୍ୟୁନାୟିକା ଫୁଲନଦେବୀ ଓ ତାର ଗ୍ୟାଙ୍ଗ ଗାଁରେ ପଶି ୨୦ ଜଣ ଲୋକଙ୍କୁ ଧରି ଧାଡିରେ ଛିଡା କରାଇବା ପରେ ଗୁଳିକରି ହତ୍ୟା କରିଥିଲେ। ସେତେବେଳେ ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗଣ ଦୁଷ୍କର୍ମର ଆକ୍ରୋଶରେ ଫୁଲନ ଏପରି ବର୍ବର କାଣ୍ଡ ଭିଆଇଥିଲା। ଯାହାର ରାୟ ସ୍ପେଶାଲ ବ୍ୟାଣ୍ଡିଟ୍ କୋର୍ଟ ଜାନୁୟାରୀ ୬ ତାରିଖ ସୋମବାର ଘୋଷଣା କରିବାର ଥିଲା। ହେଲେ ଦୁର୍ଭାଗ୍ୟର କଥା କୋର୍ଟ ପୁଣି ତାରିଖ ଦେଇଛନ୍ତି।

{"id":207939,"width":579,"height":453,"sizeSlug":"large"}

ଏହି ନରସଂହାରର ମୁଖ୍ୟ ଅଭିଯୁକ୍ତ ଫୁଲନ ସମେତ ମୋଟ ୨୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଥିଲା। ଏମାନଙ୍କ ମଧ୍ୟରୁ ଫୁଲନ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଭିକା, ବିଶ୍ୱାନାଥ ଓ ଶାମ ବାବୁ ଜାମିନରେ ଅଛନ୍ତି। ପୋଷା ଏବେବି ଜେଲରେ ଥିବା ବେଳେ ୩ ଅଭିଯୁକ୍ତ ମାନସିଂହ, ରାମକେଶ ଓ ବିଶ୍ୱନାଥ ଓରଫ ରାମକେଶ ଏବେବି ଫେରାର ଅଛନ୍ତି।  ତେବେ ପୀଡିତ ପରିବାରର ଏବେବି କିଛି ମହିଳା ନ୍ୟାୟ ପ୍ରତୀକ୍ଷାରେ ଜୀବିତ ଅଛନ୍ତି।  ନୂଆ ବର୍ଷରେ କୋର୍ଟଙ୍କ ରାୟ ହୁଏତ ପୀଡିତ ପରିବାରଙ୍କୁ କିଛିଟା ଆଶ୍ୱସନା ଦେଇପାରିଥାନ୍ତା। ତେବେ କୋର୍ଟଙ୍କ କାର୍ଯ୍ୟପ୍ରକ୍ରିୟାରେ ଏହା ପୁଣି ବିଳମ୍ବିତ ହୋଇଛି।

{"id":207940,"sizeSlug":"large"}

ଡିଫେନ୍ସ ଓକିଲ ମାମଲାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ କିଛି ନଜିର ଦେବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ସେହି ଅନୁସାରେ କୋର୍ଟ ଜାନୁୟାରୀ ୧୬ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି।  ପୋଲିସରେ ଘଟଣା ନେଇ ରାଜା ରାମ ସିଂହ ପ୍ରଥମେ ଏତଲା ରୁଜୁ କରିଥିଲେ। ଦୀର୍ଘ ବର୍ଷ ହେଲା କୋର୍ଟଙ୍କ ରାୟକୁ ଅପେକ୍ଷା କରି ରହିଥିବା ରାଜା ରାମ ସିଂହ ନିରାଶ ହୋଇପଡିଛନ୍ତି। ସେପଟେ କୋର୍ଟରେ ହାଜର ହେବାକୁ ଆସିଥିବା ଅଭିଯୁକ୍ତ ପୋଷା ତାଙ୍କ ବିରୋଧରେ ଅଭିଯୋଗକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି। ତେବେ ଯାହାବି ହେଉ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ରାଜା ରାମ ସିଂହ।  

{"id":207943,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.