କୋଭିଡ୍-୧୯କୁ ରୋକିବା ଲାଗି ଗୋପାଳପୁର ବନ୍ଦରରେ ବିଦେଶୀ ଜାହାଜ ଉପରେ ସ୍ଵତନ୍ତ୍ର ନଜର

Published By : Prameya-News7 Bureau | March 18, 2020 IST

ଭୁବନେଶ୍ୱର/ଗୋପାଳପୁର: କୋଭିଡ୍‌-୧୯କୁ ବ୍ୟାପିବାରୁ ରୋକିବା ଲାଗି ଗୋପାଳପୁର ପୋର୍ଟସ୍ ଲିମିଟେଡ୍‌ (ଜିପିଏଲ୍‌) ତରଫରୁ ସମସ୍ତ ପ୍ରକାରର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜାହାଜ ମହାନିର୍ଦେଶାଳୟ (କେନ୍ଦ୍ର ସରକାରଙ୍କ ଜାହାଜ ମନ୍ତ୍ରଣାଳୟ) ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବେଶ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳୀ ଓ ଦିଶାନିର୍ଦେଶ ସହିତ ସମସ୍ତ ସ୍ଥାନୀୟ ଓ ବିଦେଶୀ ଜାହଜ ଏବଂ ଜାହଜରେ ଥିବା କ୍ରୁ ସଦସ୍ୟମାନଙ୍କ ନିୟମିତ ନିରୀକ୍ଷଣ ଓ ପରୀକ୍ଷା ଲାଗି ଏକ ସ୍ୱୟଂସମ୍ପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ସ୍ଥାପନ କରାଯାଇଛି ।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକାରେ ଥିବା ରାଷ୍ଟ୍ରଗୁଡ଼ିକ ଯଥା ଚୀନ, କୋରିଆ, ଜାପାନ, ଇଟାଲୀ ଇତ୍ୟାଦିରୁ ଆସିଥିବା ଯେ କୌଣସି ପ୍ରକାର ଜାହାଜକୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରାଟିଂନ୍ ବା ସଙ୍ଗରୋଧ କରାଯାଉଛି । ୧୪ ଦିନ କ୍ୱାରାଟିଂନ କରିବା ପରେ ଜାହାଜର କ୍ରୁ ସଦସ୍ୟମାନଙ୍କ ବିଭିନ୍ନ ପ୍ରକାର ଲକ୍ଷଣ ପାଇଁ ଯାଂଚ କରାଯାଇ ଆବଶ୍ୟକ ହେଲେ ପରୀକ୍ଷା କରାଯାଉଛି । କୋଭିଡ୍‌-୧୯ ବ୍ୟାପିବାକୁ ରୋକିବା ଲାଗି ଅନ୍ୟ ଦେଶଗୁଡ଼ିକରୁ ଆସୁଥିବା ଜାହାଜଗୁଡ଼ିକରେ ଥିବା କ୍ରୁ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଥିବା ସଂକ୍ରାନ୍ତରେ ଜାହାଜ ମାଷ୍ଟରଙ୍କ ଠାରୁ ବନ୍ଦରରେ ଜାହାଜ ପହଂଚିବାର ୨୪ ଘଂଟା ପୂର୍ବରୁ ପ୍ରାକ ସୂଚନା ମଗାଯାଉଛି ।

{"id":240559,"sizeSlug":"large"}

ଅତିରିକ୍ତ ପ୍ରତିଷେଧକ ପଦକ୍ଷେପ ଲାଗି ବନ୍ଦର ପରିସରରେ ଥିବା ସମସ୍ତ ବିଦେଶର ଜାହାଜଗୁଡ଼ିକ ବନ୍ଦରରୁ ଚାଲିନଯିବା ପର୍ଯ୍ୟନ୍ତ ସେଥିରେ ଥିବା ସମସ୍ତ କ୍ରୁ ସଦସ୍ୟମାନଙ୍କ ତାପମାତ୍ରାକୁ ପ୍ରତିଦିନ ଦୁଇ ଥର (୬ଟା ଏବଂ ୧୮ ଘଟିକାରେ) ମପା ହେଉଛି । ସମ୍ପୂର୍ଣ୍ଣ ବ୍ୟବସ୍ଥା ସହିତ ୩ ଜଣ ପାରା ମେଡିକାଲ ଷ୍ଟାଫ୍ ଥିବା ଏକ ଆମ୍ବୁଲାନ୍ସ ଚବିଶ ଘଂଟା ପାଇଁ ପ୍ରସ୍ତୁତ ରହିଛି ଏବଂ ପରିଚାଳନା ଷ୍ଟାଫ୍‌ମାନଙ୍କ ଲାଗି ଜାହାଜ ବୋର୍ଡିଂ ହେଉଥିବା ଅଂଚଳରେ ନିୟମିତ ଭାବେ ଡି-କଂଟାମିନେସନ ଲିକ୍ୱିଡ (ସୋଡିୟମ ହାଇପୋକ୍ଲୋରାଇଡ୍‌) ସିଂଚନ କରାଯାଉଛି ।

ଜାହାଜରେ କାର୍ଯ୍ୟ କରିବା ବେଳେ ସମ୍ପୂର୍ଣ୍ଣ ସାନିଟାଇଜ ହୋଇଥିବା ସାମୁଦ୍ରିକ ପାଇଲଟ ସାରା ଶରୀରକୁ ସର୍ଜିକାଲ୍‌ ସୁରକ୍ଷାରେ ଘୋଡ଼େଇ କାର୍ଯ୍ୟ କରୁଛନ୍ତି । ବର୍ଥ ଅଂଚଳରେ କୌଣସସି ପ୍ରକାର କାର୍ଯ୍ୟ କରିବାରେ ନିୟୋଜିତ ହୋଇଥିବା ଷ୍ଟାଫ୍‌ମାନଙ୍କୁଚାମ କରିବା ପୂର୍ବରୁ ଓ ପରେ ଫେସ୍ ମାସ୍କ ଓ ହାଣ୍ଡ ସାନିଟାଇଜର ପ୍ରଦାନ କରାଯାଉଛି । ଗୋପାଳପୁର ବନ୍ଦର କର୍ତୃପକ୍ଷ ଏହାର ଲୋକ ଏବଂ ପାରିପାଶ୍ୱିର୍କ ଗ୍ରାହକଗୁଡ଼ିକୁ ସୁରକ୍ଷିତ ଓ ସଂକ୍ରମଣ ମୁକ୍ତ ପରିବେଶ ପ୍ରଦାନ କରିବାକୁ ପ୍ରତିବଦ୍ଧ ଏବଂ କୋଭିଡ-୧୯କୁ ବ୍ୟାପିବାରୁ ରୋକିବା ଲାଗି ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.