ମୟୂରଭଞ୍ଜରେ ହକି ବିଶ୍ୱକପ୍‌ ଟ୍ରଫିକୁ ବିପୁଳ ସମ୍ୱର୍ଦ୍ଧନା; ବେତନଟିରେ ହେଲା ସ୍ୱତନ୍ତ୍ର ଆୟୋଜନ

Published By : Prameya-News7 Bureau | January 09, 2023 IST

ବାରିପଦା ୦୯/୦୧: ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ସବୁଆଡ଼େ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହା ମଧ୍ୟରେ ହକି ବିଶ୍ବକପ ଟ୍ରଫି ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି। ଏହି କ୍ରମରେ ମୟୂରଭଞ୍ଜରେ ମଧ୍ୟ ବିଶ୍ବକପ ଟ୍ରଫିକୁ ସ୍ବାଗତ କରାଯାଇଛି। ଶନିବାର ମୟୂରଭଞ୍ଜ ଜିଲ୍ଲାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଟ୍ରଫି ପହଞ୍ଚିଛି। ବାଜା ବଜାଇ ଉତ୍ସବ ପାଳନ କରି ହକି ବିଶ୍ବକପ ଟ୍ରଫିକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି। ଜିଲ୍ଲାରେ ପ୍ରଥମେ କରଞ୍ଜିଆ ଓ ପରେ ରାଇରଙ୍ଗପୁରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ ଓ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେପଟେ କେନ୍ଦୁଝରରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପରେ ମୟୂରଭଞ୍ଜ ଜିଲ୍ଲା ହକି ବିଶ୍ବକପ ଟ୍ରଫି ପହଞ୍ଚିଛି।

{"id":731135,"sizeSlug":"full","linkDestination":"none"}

ଏହି ଅବସରରେ ରବିବାର ବେତନଟୀ ବ୍ଲକର ପ୍ରବେଶ ପଥ ଦାୟିଆମୁହାଁରେ ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ଦିଆଯାଇଥିଲା। ସ୍ଥାନୀୟ ବିଡିଓ ଛବିରାଣୀ ସାହୁ ଟ୍ରଫିକୁ ଦାଡିଆମୁହାଁ ଛକରେ ସ୍ବାଗତ କରିଥିଲେ। ଏହାପରେ ନହଣ୍ଡାଶୋଳରେ ଥିବା ଧନପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଗରେ କରାଯାଇଥିବା ସ୍ବତନ୍ତ୍ର ଆୟୋଜନ ପାଖକୁ ଟ୍ରଫିକୁ ପାଛୋଟି ନେଇଥିଲା। ସେଠାରେ ପାରମ୍ପରିକ ନୃତ୍ୟଗୀତରେ ଟ୍ରଫିକୁ ସ୍ବାଗତ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ମିଶନଶକ୍ତି ଏବଂ ଫେଡେରେସନର ମହିଳାମାନେ ମଧ୍ୟ ଫୁଲରେ ଏକ ବିଶାଳ ଟ୍ରଫି ପ୍ରତିକୃତି ତିଆରି କରି ସ୍ବାଗତ କରିଥିଲେ।

wp:embed {"url":"https://youtu.be/FpAsEw4tSoU","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/FpAsEw4tSoU
/wp:embed

ସେହିପରି ମୟୁରଭଞ୍ଜର ପ୍ରସ୍ଥାନ ଦ୍ୱାର କଳମାରେ ମଧ୍ୟ ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱ କପକୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଆଦିବାସୀ ନୃତ୍ୟ ଗୀତରେ ଜନପ୍ରତିନିଧିଙ୍କ ସହିତ ପ୍ରଶାସନ କର୍ମଚାରୀ ମସଗୁଲ ହୋଇଥିବା ଦେଖିବାକୁ ମିଳିଥିଲାl ଏହି ଅବସରରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ, ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ  ଥିଲେ।

{"id":731137,"sizeSlug":"full","linkDestination":"none"}

ରବିବାର ସକାଳ ୬ଟାରୁ ଏକ ମିନି ମାରାଥନ ମାଧ୍ୟମରେ ଟ୍ରଫି ବାରିପଦା ସହର ପରିକ୍ରମା କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବାରିପଦା ଷ୍ଟାଡିଅମରେ ପହଞ୍ଚିଥିଲା। ସେଠାରେ ଖେଳାଳି, ହକିପ୍ରେମି ଓ ସାଧାରଣ ଜନତା ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ୧୮ନଂ ଜାତୀୟ ରାଜପଥରେ ବେତନଟୀ ଦେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ଏହି ଟ୍ରଫିକୁ ହସ୍ତାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.