oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଚୀନର ଧମକ ଭିତରେ ତାଇୱାନ ପହଞ୍ଚିଲେ ନାନ୍ସି ପେଲୋସି, ସୁରକ୍ଷାରେ ଆମେରିକା ବାୟୁସେନାର ୧୩ ବିମାନ

2/08/2022 at 8:53 PM

ନୂଆଦିଲ୍ଲୀ: ଚୀନର ବାରମ୍ୱାର ଧମକ ଭିତରେ ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଇୱାନରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଇୱାନ ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ନାନ୍ସି ପେଲୋସିଙ୍କୁ ସୁରକ୍ଷାରେ ୨୨ଟି ବିମାନ ନିୟୋଜିତ କରାଯାଇଥିଲା । ଏହି ବିମାନ ଗୁଡିକ ନାନ୍ସଙ୍କ ବିମାନକୁ ଏକ୍ସର୍ଟ କରିଥିଲେ । ଜାପାନ ମିଡିଆ ରିପୋର୍ଟ ଅନୁସାରେ ଆମେରିକା ବାୟୁସେନାର ୧୩ ବିମାନ ପେଲୋସିଙ୍କୁ ତାଇୱାନରେ ସୁରକ୍ଷା ଯୋଗାଇବେ । ଏଥିରେ ଆଠଟି ଯୁଦ୍ଧ ବିମାନ ମଧ୍ୟ ସାମିଲ ଅଛି । ତାଇୱାନକୁ ନେଇ ଆମେରିକାର ଆଗ୍ରହ୍ୟ ବଢିବା ପରେ ଚୀନ ବଚଳିତ ହୋଇ ଉଠିଛି ।

ଜାପାନ ମିଡିଆ ଅନୁସାରେ, ଆମେରିକା ବାୟୁ ସେନାର ଅତି କମରେ ୧୩ ବିମାନ ଜାପାନର ସୈନ୍ୟ ବେସରୁ ଉଡାଣ ଭରିଥିଲେ । ଏହି ବିମାନ ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ସମୟରେ ସୁରକ୍ଷା ଦେବ। ରିପୋର୍ଟ ଅନୁସାରେ ଆଠଟି ଆମେରିକୀୟ ଯୁଦ୍ଧ ବିମାନ ଏବଂ ପାଞ୍ଚଟି ଟ୍ୟାଙ୍କର ଜାପାନରୁ ବାହାରିଛି।

ତାଇୱାନର ସ୍ଥାନୀୟ ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ ନାନ୍ସି ତାଇୱାନରେ ପହଞ୍ଚିଛନ୍ତି। ତାଇୱାନର ଯେଉଁ ହୋଟେଲରେ ସେ ରହିବେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଅନ୍ୟପଟେ ରିପୋର୍ଟ ଅନୁସାରେ, ତାଇୱାନ ନିକଟରେ ଚୀନ ସେନା ମିଲିଟାରୀ ଡ୍ରିଲ କରୁଛି । ବଢୁଥିବା ଉତ୍ତେଜନାକୁ ନଜରରେ ରଖି ଏହି ଅଞ୍ଚଳରେ ଯାତ୍ରୀ ବିମାନ ଉଡାଣ ଉପରେ ରୋକ ଲଗାଯାଇଛି । ସ୍ଥାନୀୟ ମିଡିଆର ଦାବି ଅନୁସାରେ ଚୀନ ଦୁଇଟି ବିମାନବାହୀ ଜାହାଜ ତାଇୱାନ ନିକଟରେ ନିୟୋଜିତ କରିଛି । ଅନ୍ୟପଟେ ଆମେରିକା ମଧ୍ୟ ନିଜର ଦୁଇଟି ଯୁଦ୍ଧତୋପ ମୁତୟନ କରିଛି । ମିଡିଆ ରିପୋର୍ଟ ଅନୁସାରେ, ୧୯୭୦ ପରେ ଏହା ପ୍ରଥମ ଘଟଣା ଯେତେବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି ଏବଂ ଯୁଦ୍ଧର ଆଶଙ୍କା ଅଧିକ ହୋଇଛି।

   Related Posts