ରାଜସ୍ଥାନ ରାଜନୀତି ଏବେ ଅଦାଲତରେ: ପାଇଲଟ୍ କ୍ୟାମ୍ପଙ୍କୁ ହାଇକୋର୍ଟ ଦେଇଥିବା ସମୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ବାଚସ୍ପତି

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: ରାଜସ୍ଥାନ ରାଜନୀତି ଦିନକୁ ଦିନ ଭିନ୍ନ ମୋଡ ନେବାରେ ଲାଗିଛି। ଅଦାଲତର କାଠଗଡାକୁ ଟାଣି ହୋଇ ଯାଇଛି ଗେହଲଟ ସରକାରଙ୍କ ଭବିଷ୍ୟତ। ଏବେ ବିଧାନସଭାର ବାଚସ୍ପତି ସିପି ଯୋଶୀ ବରଖାସ୍ତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ସମେତ ୧୯ କଂଗ୍ରେସ ବିଧାୟକଙ୍କ ବିରୋଧରେ ଜୁଲାଇ ୨୪ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଡଭୋକେଟ୍ ସୁନିଲ ଫର୍ଣ୍ଣାଡିଜ୍‌ଙ୍କ ଜରିଆରେ ସେ ଆବେଦନ ଦାଖଲ କରିଛନ୍ତି।

ବାଚସ୍ପତି ସିପି ଯୋଶୀ କହିଛନ୍ତି ବିଧାୟକଙ୍କୁ ଅଯୋଗ୍ୟ କରିବା ପ୍ରକ୍ରିୟା ବିଧାନସଭା କାର୍ଯ୍ୟରେ ଅନ୍ତର୍ଭୁକ୍ତ। ତେଣୁ ହାଇକୋର୍ଟ ଗୃହର ନିଷ୍ପତ୍ତିକୁ ସ୍ଥଗିତ ରଖି ଏମିତି ହସ୍ପକ୍ଷେପ କରି ପାରିବେ ନାହିଁ। ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଓ ଅନ୍ୟ ୧୮ ବିଧାୟକଙ୍କ ଦ୍ଵାରା ଦାଖଲ ଆବେଦନ ଉପରେ ଜୁଲାଇ ୨୪ରେ ରାୟ ଶୁଣାଇବେ। ଏମିତି ସ୍ଥିତିରେ ରାଜସ୍ଥାନ ବିଧାନସଭାର ବାଚସ୍ପତି ଜୁଲାଇ ୨୪ ପର୍ଯ୍ୟନ୍ତ ସଚିନ ପାଇଲଟ୍ ଓ ତାଙ୍କ ବିଧାୟକଙ୍କ ଉପରେ ଜାରି ଅଯୋଗ୍ୟତା ନୋଟିସ୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ।

ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅସନ୍ତୁଷ୍ଟ ୧୮ କଂଗ୍ରେସ ବିଧାୟକ ନିଜର ଅଯୋଗ୍ୟତା ନୋଟିସ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ବିଧାୟକମାନେ ଗତ ସପ୍ତାହ ସୋମବାର ଓ ମଙ୍ଗଳବାର ଆୟୋଜିତ ବିଧାୟକ ଦଳର ବୈଠକରେ ଯୋଗ ଦେବାକୁ  ହ୍ଵିପ୍ ଜାରି କରିଥିଲେ। ହେଲେ କେହି ହେଲେ ବିଦ୍ରୋହୀ ବିଧାୟକ ବୈଠକରେ ଯୋଗ ଦେଇନଥିଲେ। ଏହା ପରେ ବାଚସ୍ପତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ୍ ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.