ଶୁଭେନ୍ଦୁ ଅଧିକାରୀଙ୍କୁ ବାଚସ୍ପତିଙ୍କ ଅପମାନ କରିବା ପଡିଲା ମହଙ୍ଗା, ପୁରା ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସପେଣ୍ଡ

Published By : Prameya-News7 Bureau | November 28, 2023 IST

କୋଲକାତା ୨୮।୧୧: ପଶ୍ଚିମବଙ୍ଗ ବିଧାନସାଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। ବିଧାନସଭା ଶୀତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସେ ଗୃହରୁ ନିଲମ୍ବିତ ହୋଇଛନ୍ତି। ଗୃହରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ତାପସ ରାୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାୟ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ଅପମାନଜନକ ବ୍ୟବହାର ନିମନ୍ତେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଆଗତ ନିଲମ୍ବନ ପ୍ରସ୍ତାବ ଗୃହୀତ ହୋଇଛି। 

{"id":875905,"width":840,"height":630,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନ ଦିବସ ଅବସରରେ ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା କାଳରେ ଶୁଭେନ୍ଦୁ ଅଧିକାରୀ ଗୃହ ମଧ୍ୟରେ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ମଙ୍ଗଳବାର ଅଧିକାରୀଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଥିଲା। ସୋମବାର ବିଧାନସଭାରେ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ଟଣାଓଟରା ଦେଖିବାକୁ ମିଳିଥିଲା। ବିଜେପି ରାଜ୍ୟ ସରକାରଙ୍କ ନୀତିମାନଙ୍କ ଉପରେ ଚର୍ଚ୍ଚା ପାଇଁ ବିଧାନସଭାରେ ଏକ ପ୍ରସ୍ତାବ ଦେଇଥିଲା। ତେବେ ଆଲୋଚନା ନିମନ୍ତେ ବାଚସ୍ପତି ମଞ୍ଜୁରୀ ଦେଇନଥିଲେ।

{"id":875906,"sizeSlug":"full","linkDestination":"none"}

ବାଚସ୍ପତି ବିଜେପିକୁ କେବଳ ପ୍ରସ୍ତାବ ପଢିବାକୁ ଅନୁମତି ଦେଇଥିଲେ। ଏହା ପରେ ବିଜେପି କକ୍ଷତ୍ୟାଗ କରିଥିଲା। ଏହାପରେ ବିଜେପି ବିଧାୟକମାନେ ବିଧାନସଭା ବାହାରେ ଧାରଣା ଦେଇଥିଲେ। ବିଜେପି ବିଧାୟକମାନେ ତୃଣମୂଳ କଂଗ୍ରେସର ସମସ୍ତେ ଚୋର ବୋଲି ନାରାବାଜୀ କରିଥିଲେ। ଏହା ପରେ ଟିଏମସି ବିଧାୟକମାନେ ମଧ୍ୟ ବିଜେପି ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ପରେ ବାଚସ୍ପତିଙ୍କ ପ୍ରତି  ଶୁଭେନ୍ଦୁ ଅଧିକାରୀଙ୍କ ଅପମାନଜନକ ଆରୋପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।    

ପୋଷା ବିଲେଇକୁ ଉଦ୍ଧାର ଉଦ୍ୟମରେ ୮ ମହଲାରୁ ତଳକୁ ଖସିପଡିଲେ ମହିଳା, ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.