ପୂର୍ବତନ ବିଧାୟକ ସରକାରୀ କ୍ୱାଟରସ୍‌ ନଛାଡିଲେ କାଟି ଦିଆଯିବ ବିଜୁଳି ଓ ପାଣି-ବାଚସ୍ପତି

Published By : Prameya-News7 Bureau | September 16, 2019 IST

ଭୁବନେଶ୍ୱର ୧୬।୦୯-କ୍ବାର୍ଟରସ ନଛାଡିଲେ ବିଜୁଳି ପାଣି କାଟିଦିଆଯିବ । ଯେଉଁ ପୂର୍ବତନ ବିଧାୟକ ଭୁବନେଶ୍ବରରେ ସରକାରୀ କ୍ବାର୍ଟରକୁ ମାଡ଼ି ରଖିଛନ୍ତି, ସେମାନଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କ୍ବାର୍ଟରସ ଖାଲି ହେଉନଥିବାରୁ ନୂଆକରି ଜିତିଥିବା ବିଧାୟକମାନଙ୍କୁ କ୍ବାର୍ଟରସ ଆଲଟମେଣ୍ଟ ହୋଇପାରୁନାହିଁ । ସେମାନେ ବିଭିନ୍ନ ସ୍ଥାନରେ ଏବଂ ରାଜ୍ୟ ଅତିଥି ଭବନରେ ଆଡଜଷ୍ଟ କରି ରହୁଛନ୍ତି ।

{"id":158652}

ଭୁବନେଶ୍ବରରେ କ୍ବାର୍ଟରସ ମାଡିବସିଥିବା ୨୬ ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ କଡ଼ା ତାଗିଦ୍‌ । କ୍ବାର୍ଟରସ ନଛାଡିଲେ ସେସବୁ ଘରକୁ ପିଇବା ପାଣି ଓ ବିଜୁଳି ଲାଇନ୍ କାଟି ଦିଆଯିବ । କିଛି ହାରିଯାଇଥିବା ବିଧାୟକ ଓ ମନ୍ତ୍ରୀ ଅନେକ ଦିନ ଧରି ଭୁବନେଶ୍ବର କ୍ବାର୍ଟରସ ମାଡ଼ି ବସିଛନ୍ତି । ବାରମ୍ବାର ଏନେଇ ବିଧାନସଭା ସଚିବାଳୟ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରିମାଇଣ୍ଡର ଗଲେ ବି ଶୁଣି ନଶୁଣିବା ଭଳି ଗାଲେଇଯାଉଛନ୍ତି। ।

{"id":158653}

ଏସମସ୍ତଙ୍କର ଯେ ଭୁବନେଶ୍ବରରେ ପ୍ରାଇଭେଟ ଘର ନାହିଁ ସେମିତି ନୁହେଁ । ବୋଧହୁଏ ରାଜଧାନୀର ହାର୍ଟ ଉପରେ ବଡ ସରକାରୀ ବଙ୍ଗଳା ନେଇ ରହିବା କିଛି ନେତା ନିଜର ସୌକ ବୋଲି ଭାବି ନେଇଛନ୍ତି । ସେଥିପାଇଁ ଘର ଛାଡିବାକୁ କୁନ୍ଥୁକୁନ୍ଥୁ ହେଉଛନ୍ତି। ହେଲେ ଆଜି ବାଚସ୍ପତି ଡେଡ୍ ଲାଇ ଶୁଣାଇଛନ୍ତି । ତୁରନ୍ତ ଘର ନଛାଡିଲେ ସରକାର ଆକ୍ସନ ମୁଡକୁ ଆସିବେ ବୋଲି ଚେତାଇଛନ୍ତି ।

{"id":158654}

ସେପଟେ ବହୁ ନୂଆ ବିଧାୟକ ଏବେ କ୍ବାର୍ଟରସ ପାଇବାକୁ ଅପେକ୍ଷା କରିଛନ୍ତି । କିଏ ଭଡାଘରେ ରହୁଛି ତ ଆଉକିଏ ରାଜ୍ୟ ଅତିଥି ଭବନରେ ରହୁଛି । ହେଲେ ହାରିଯାଇଥିବା ବିଧାୟକମାନେ କ୍ବାର୍ଟରସ ଖାଲି କରୁନଥିବାରୁ ଏମାନେ ହଇରାଣ ହେଉଛନ୍ତି । ଗତ ନିର୍ବାଚନରେ ସୁଦୂର ଚିତ୍ରକୋଣ୍ଡାରୁ ବିଧାୟକ ଭାବେ ଜିତି ଆସିଛନ୍ତି ପୂର୍ଣଚନ୍ଦ୍ର ବାକା । ତାଙ୍କୁ କ୍ବାର୍ଟରସ ମିଳିନଥିବାରୁ ସେ ତାଙ୍କ ପରିବାରକୁ ଭୁବନେଶ୍ବର ଆଣିପାରୁ ନାହାଁନ୍ତି । ବାରମ୍ବାର ବାଚସ୍ପତିଙ୍କୁ ଫେରାଦ ହେଉଛନ୍ତି । ଆଜି ବି ଫେରାଦ ହୋଇଛନ୍ତି । ବାଚସ୍ପତି ଅଧିକାରୀ ମାନଙ୍କୁ ଡାକି ଗୋଟେ କ୍ବାର୍ଟରସର ଚାବି ଦେବାକୁ ତାଗିଦ କରିବା ପରେ ପୂର୍ଣଚନ୍ଦ୍ର ବାକାଙ୍କୁ ଚାବି ହସ୍ତାନ୍ତର ହୋଇଛି ।

{"id":158656}

ସେହିଭଳି ଫାଷ୍ଟ ଟାଇମ ଜିତି ମନ୍ତ୍ରୀ ହୋଇଥିବା ତୁଷାର କାନ୍ତି ବେହେରାଙ୍କୁ ବି କ୍ବାର୍ଟରସ ମିଳିନାହିଁ । ସେ ରାଜ୍ୟ ଅତିଥିଭବନରେ ରହୁଛନ୍ତି । ତେବେ କ୍ବାର୍ଟରସ ଛାଡିବା ପାଇଁ ବାଚସ୍ପତିଙ୍କ ତାଗିଦକୁ ତାରା ବାହିନିପତିଙ୍କ ଭଳି କିଛି ବରିଷ୍ଠ ବିଧାୟକ ହଜମ କରିପାରିନାହାଁନ୍ତି । ତାରାଙ୍କ ଯୁକ୍ତି, ଯେଉଁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଭୁବନେଶ୍ବରରେ ବ୍ୟକ୍ତିଗତ ଘର ଅଛି ସେମାନଙ୍କୁ କ୍ବାଟରସ ମିଳିବା ଉଚିତ ନୁହେଁ । ବରଂ ଜଣେ ବିଧାୟକ ଯଦି ହାରିଯାଇଥିବେ କିନ୍ତୁ ତାଙ୍କ ପିଲା ଭୁବନେଶ୍ବରରେ ପାଠ ପଢୁଥିବେ ସେମାନଙ୍କୁ କ୍ବାର୍ଟରସ ମିଳିବା ଦରକାର ।

{"id":158657}

ଦିଲ୍ଲିରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ହାରିଯାଇଥିବା ପାଖାପାଖି ୨୦୦ ସାଂସଦ ସେମାନଙ୍କ କ୍ବାର୍ଟରସ ଛାଡୁନଥିବାରୁ ସେସବୁ କ୍ବାର୍ଟରସ କୁ ପାଣି, ବିଜୁଳି ଓ ଗ୍ୟାସ କାଟି ଦିଆଯାଇଛି । ଏବେ ଓଡିଶାରେ ସମାନସ୍ଥିତି । ୨୬ ପୂର୍ବତନ ଏମଏଲଏଙ୍କ ଭିତରୁ କିଛି ନେତାଙ୍କ ପୁଅମାନେ ଏଥର ଜିତି ଆସିଛନ୍ତି । ସେମାନେ ନିଜନିଜ ବାପାଙ୍କ କ୍ବାର୍ଟରସ ରଖିବା ପାଇଁ ଲବି କରୁଛନ୍ତି ।….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.