scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ, ରେସ୍‌ରେ ଅନେକ ଦାବିଦାର: ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା

1/09/2023 at 8:10 AM

ଭୁବନେଶ୍ୱର ୦୧/୦୯: ସେପ୍ଟେମ୍ବର ୧୮ରୁ ୨୨ ସଂସଦର ସ୍ବତନ୍ତ୍ର ଅଧିବେଶନ । ଏହି ୫ଦିନିଆ ଅଧିବେଶନର ଏଜେଣ୍ଡା କ’ଣ ତାହା ସାର୍ବଜନୀନ କରିନାହାନ୍ତି ସରକାର । କାରଣ ଅସ୍ପଷ୍ଟ ରହିଥିବାରୁ ଏହାକୁ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା । ଖାସ୍ କରି ଜୋର୍ ଧରିଛି ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା । ହଠାତ୍ ସ୍ବତନ୍ତ୍ର ଅଧିବେଶନର କ’ଣ ଆବଶ୍ୟକ ପଡ଼ିଲା ଏବଂ ଏହାର କାରଣ କ’ଣ ହୋଇପାରେ ଆସନ୍ତୁ ଦେଖିବା ଏହି ରିପୋର୍ଟରେ ।

ସେପ୍ଟେମ୍ବର ୨୨ ତାରିଖରେ ଆରମ୍ଭ ହେବ ବିଧାନସଭା । ୮ ଦିନ ଧରି ଚାଲିବ ଏହି ମୌସୁମୀ ଅଧିବେଶନ । କିନ୍ତୁ ସମସ୍ତଙ୍କ ନଜର ରହିଛି ବାଚସ୍ପତି ନିର୍ବାଚନ ଉପରେ । ବିଧାନସଭା ଆରମ୍ଭ ହେବାର ଠିକ ପୂର୍ବ ଦିନ ଅର୍ଥାତ ସେପ୍ଟେମ୍ବର ୨୧ ତାରିଖ ହେବ ବାଚସ୍ପତି ନିର୍ବାଚନ । ତେଣୁ ବାଚସ୍ପତି କିଏ ହେବେ ତା ଉପରେ ସମସ୍ତଙ୍କ ନଜର ରହିଛି।

ଖବର ଅନୁଯାୟୀ, ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ସେପ୍ଟେମ୍ବରରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି । ଏହାପରେ ସେପ୍ଟେମ୍ବର ୨୨ରେ ମୌସୁମୀ ଅଧିବେଶନର ଆରମ୍ଭ ହେବ । ଏହି ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏହାପରେ ସେପ୍ଟେମ୍ବର ୩ରେ ଆସିବ ଅତିରିକ୍ତ ବଜେଟ ।

ଏନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପଟେ ପରବର୍ତ୍ତ ବାଚସ୍ପତି କିଏ ହେବ ? ସେନେଇ ଚର୍ଚ୍ଚା ଆଲୋଚନା ଚାଲିଛି । ଜଣେ ମହିଳାଙ୍କ ରାଜ୍ୟର ପରବର୍ତ୍ତୀ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିଛି । ବାଚସ୍ପତି ପଦରୁ ବିକ୍ରମ ଆରୁଖଙ୍କ ଇସ୍ତଫା ଦେବା ପରଠାରୁ ଖାଲି ପଡିଛି ଏହି ପଦ ।

   Related Posts