WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରମ୍ୱାର ହୋହଲ୍ଲା ହଟ୍ଟଗୋଳରେ ଚାଲିପାରୁନି ଗୃହ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

26/09/2023 at 10:54 AM

ଭୁବନେଶ୍ୱର ୨୬/୦୯: ବିଧାନସବା ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା ହଙ୍ଗାମା କରିଥିଲେ । ଏମିତିକି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଯାଇ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ ଟା ଯାଏଁ ମୁଲତବୀ କରିଥିଲେ । ସେପଟେ ଗୃହ ସୁପରିଚାଳନା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ ।

ସୂଚନା ଥାଉକି, ଗତ ସେପ୍ଟେମ୍ୱର ୨୨ ତାରିଖରୁ ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ତେବେ ଅଧିବେଶନ ଆରମ୍ଭରୁ ଗୃହରେ ଦେଖିବାକୁ ଅସ୍ୱାଭାବିକ ପରିସ୍ଥିତି । ଠିକ୍ ଭାବେ ଚାଲିପାରିନଥିଲା ଗୃହକାର୍ଯ୍ୟ । ଗତ ୩ ଦିନ ଧରି ବାରମ୍ୱାର ମୁଲତବୀ ହେବାରେ ଲାଗିଛି ଗୃହ । ତେବେ ଆଜି ଗୃହ ଠିକ୍‌ ଭାବେ ପରିଚାଳନା କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଯାହା ଲାଗୁଛି ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ୍ ହେବ ବୋଲି ଆଶା କରାଯାଉଛି ।

   Related Posts