LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆକାଶରୁ ଖସିଲା ବେଲୁନ: ଝୁଲୁଥିବା ଯନ୍ତ୍ରାଂଶ ଦେଖି ଲୋକେ ଭୟଭୀତ, ପୋଲିସର ଛାନଭିନ୍

27/03/2023 at 1:08 PM

ବଡବିଲ୍ ୨୭/୦୩ : ଆକାଶରୁ ଖସିଲା ବେଲୁନ ଓ ସେଥିରେ ଝୁଲା ଯାଇଥିବା ଯନ୍ତ୍ରାଂଶ । ପୂର୍ବରୁ ଏପରି ଜିନିଷ କେବେ ଦେଖି ନ ଥିବା କେନ୍ଦୁଝର ଜିଲ୍କା ଯୋଡ଼ା ବ୍ଲକ, ବିରିକଳା ଗାଁର ନିରୀହ ଆଦିବାସୀମାନେ ଏହାକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏପରି ବେଲୁନ ଆକାଶରେ ଉଡ଼ାଉଥିଲା । ଏଥିରେ କୌଣସି ସନ୍ଦିଗ୍ଧ ମେସିନ ଖଞ୍ଜାଯାଇନାହିଁ ତ ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସୂଚନାଥାଉକି, ସୋମବାର ସକାଳୁ ଗାଁର କିଛି ମହିଳା ଓ ଶିଶୁ ମହୁଲ ଗୋଟାଇବାକୁ ଯାଇଥିଲେ । ତେବେ ହଠାତ୍ ଆମ୍ବ ଗଛରେ ସନ୍ଦିଗ୍ଧ ଅବସ୍ଥାରେ ଝୁଲୁଥିବା ଏହି ମେସିନ (ଯନ୍ତ୍ର) ଓ ତଳେ ଗୋଟିଏ ବିରାଟ ବେଲୁନ ଫାଟି ପଡିଥିବାର ଦେଖିଥିଲେ । ଏନେଇ ଜାଣିବାପରେ ବେଲୁନଟିକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା ।

ବେଲୁନଟି ଗଛରେ ପିଟିହୋଇ ଫାଟିଯିବା ଫଳରେ ସେଥିରେ ଖଞ୍ଜା ଯାଇଥିବା ଯନ୍ତ୍ର ଆମ୍ବ ଗଛରେ ଝୁଲିପଡ଼ିଥିବା ଅନୁମାନ କରାଯାଉଛି । ଝୁଲୁଥିବା ଏହି ଯନ୍ତ୍ରର ଇଣ୍ଡିକେଶନ ଲାଇଟ୍ ଗୁଡ଼ିକ ବ୍ଲିଙ୍କ କରୁଥିବା ଦେଖିବାକୁ ମିଳିଛି । ଏନେଇ ଗାଁ ଲୋକଙ୍କ ଠାରୁ ଖବର ପାଇବାପରେ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି ।

ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହି ସନ୍ଦିଗ୍ଧ ବେଲୁନ ଏକ ଗୁପ୍ତଚର ବେଲୁନ ନୁହେଁ ତ । ଏହା କେଉଁଠାରୁ ଆସିଲା ତାହା ଜଣାପଡ଼ିନଥିବା ବେଳେ ଏଭଳି ଏକ ସନ୍ଦିଗ୍ଧ ବେଲୁନ ଖସିବାକୁ ନେଇ ବିରିକଳା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

   Related Posts