oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଟ୍ବିଟରରେ ଫେକ୍ ଫଲୋଅର୍ସରେ ଏଲନ୍ ମସ୍କ ଆଗରେ ! ଏହି ସର୍ଭେରୁ ହେଲା ଖୁଲାସା

3/05/2022 at 1:25 PM

ନୂଆଦିଲ୍ଲୀ ୩।୫: କ’ଣ ଏଲନ୍ ମସ୍କଙ୍କ ଟ୍ବିଟର ଫଲୋଅର୍ସ ଫେକ୍ ? ଅଡିଆନ୍ସ ରିସର୍ଚ୍ଚ ଟୁଲ୍ Spark Toroର ରିପୋର୍ଟରେ ଏମିତି ଦାବି କରାଯାଇଛି । ରିପୋର୍ଟରେ ଏହା କୁହାଯାଇଛି ଯେ, ଯେଉଁଠି ସମସ୍ତ ସେଲିବ୍ରିଟି ଆକାଉଣ୍ଟର ଫଲୋଅର୍ସଙ୍କ ଲିଷ୍ଟରେ ବଟ୍ ଏବଂ ନକଲି ଆକାଉଣ୍ଟ ସାମିଲ ଥାଏ, ଏଲନ୍ ମସ୍କଙ୍କ ଟ୍ବିଟର ଆକାଉଣ୍ଟ ଏହି ମାମଲାରେ ସବୁଠୁ ଉପରେ ରହିଛି । ଟେସଲା ସିଇଓ ଏଲନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି ।

ଟ୍ବିଟରରେ ନକଲି ଫଲୋଅର୍ସଙ୍କ ସଂଖ୍ୟା ଯାଞ୍ଚ କରିବା ପାଇଁ Spark Toro ଟୁଲ୍‌କୁ କେହି ବି ବ୍ୟବହାର କରିପାରିବେ । ଅଡିଟ୍ ଡାଟା ୨୦୦୦ ର୍ୟାଣ୍ଡମ୍ ଆକାଉଣ୍ଟର ସାମ୍ପଲରୁ ସଂଗୃହିତ କରାଯାଇଛି । ଏଲନ୍ ମସ୍କ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଯଦିଓ ସେ ଟ୍ବିଟରରେ ସ୍ପାମ୍ କରୁଥିବା ବଟ୍‌ସରୁ ମୁକ୍ତି ପାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ।

Spark Toro ଅଡିଟ୍ ଟୁଲ୍‌ରୁ ଜଣାପଡୁଛି ଯେ, ଏଲନ୍ ମସ୍କଙ୍କ ୫୩.୩ ପ୍ରତିଶତ ଫଲୋଅର୍ସ ନକଲି । ଯେଉଁଥିରେ ସ୍ପାମ୍ ଆକାଉଣ୍ଟ ଅଥବା ବଟ୍‌ସ ସାମିଲ ରହିଛି । ଦି ଇଣ୍ଡିପେଣ୍ଡେଣ୍ଟକୁ ଦେଇଥିବା ପ୍ରତିକ୍ରିୟାରେ Spark Toro କହିଛନ୍ତି ଯେ, ଏହି ଅଡିଟ୍ ଏଲନ୍ ମସ୍କଙ୍କୁ ଫଲୋ କରୁଥିବା ନୂଆ ୧ ଲକ୍ଷ ଆକାଉଣ୍ଟ ମଧ୍ୟରୁ ୨୦୦୦ ର୍ୟାଣ୍ଡମ ଆକାଉଣ୍ଟର ସାମ୍ପଲର ବିଶ୍ଳେଷଣ କରିଥାଏ । ଏହା ଦେଖିବା ବାକି ରହିଲା ଯେ, ଏଲନ୍ ମସ୍କ ଏହି ମାମଲାକୁ କିପରି ସମ୍ଭାଳୁଛନ୍ତି ଏବଂ ଯଦି ଏହି ଡାଟା ସଠିକ୍ ହୁଏ, ତେବେ ଏହା ତାଙ୍କ ଟ୍ବିଟର ଆକାଉଣ୍ଟରେ ଫଲୋଅର୍ସଙ୍କ ସଂଖ୍ୟା ହ୍ରାସ କରିବ କି ?

   Related Posts