ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୨କୋଟିରେ କିଣି ହେବ ପୂରା ଗାଁ, ୩ ଦଶନ୍ଧିରୁ ହୋଇପଡିଛି ଜନଶୂନ୍ୟ

14/11/2022 at 3:26 PM

ମୁମ୍ଵାଇ ୧୪।୧୧: ଆଜିକାଲି ଲୋକମାନେ ଜମି କିଣାରେ ଟଙ୍କା ବିନିଯୋଗକୁ ସବୁଠୁ ସୁରକ୍ଷିତ ମାଧ୍ୟମ ମନେ କରୁଛନ୍ତି । ସେଭଳି ଲୋକମାନଙ୍କ ଲାଗି ଏକ ଭଲ ଅଫର୍‌ । ସ୍ପେନ୍‌ର ଏକ ଗାଁକୁ ମାତ୍ର ୨.୧ କୋଟି ଟଙ୍କାରେ କିଣିହେବ । ସାଲ୍‌ଟୋ ଡେ କାଷ୍ଟ୍ରୋ ନାମକ ଏହି ଗାଁ ସ୍ପେନ୍‌ ଓ ପର୍ତ୍ତୃଗାଲ ସୀମାରେ ଅବସ୍ଥିତ । ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ଠାରୁ ୩ ଘଣ୍ଟାର ଯାତ୍ରା ପରେ ଏହି ଗାଁ ପଡ଼ିବ ।

ଗାଁରେ ୪୪ଟି ଘର, ଗୋଟିଏ ହୋଟେଲ, ଏକ ଚର୍ଚ୍ଚ, ଏକ ସ୍କୁଲ, ଏକ ମ୍ୟୁନିସପାଲ ସ୍ୱିମିଂ ପୁଲ୍‌, ସ୍ପୋର୍ଟସ ଏରିଆ, ଏକ  ପୁରୁଣା ସିଭିଲ ଗାର୍ଡ ବାରାକ ରହିଛି। ୧୯୫୦ ମସିହାରେ ଏକ ବିଜୁଳି କଂପାନି ଗାଁକୁ ନିର୍ମାଣ କରିଥିଲା । ନିକଟବର୍ତ୍ତୀ ଡ୍ୟାମ୍‌ରେ କାମ କରୁଥିବା ଶ୍ରମିକମାନଙ୍କର ପରିବାର ବସବାସ କରିବା ଉଦ୍ଦେଶ୍ୟରେ ତାହା ତିଆରି ହୋଇଥିଲା । ତେବେ ବିଗତ ୩ ଦଶନ୍ଧିରୁ ଅଧିକ ସମୟ ହେଲା ଗାଁଟି ଜନଶୂନ୍ୟ ହୋଇପଡ଼ିଛି । ଘରଗୁଡ଼ିକ ମରାମତି ଅଭାବରୁ ଗଳିପଡ଼ିବା ଅବସ୍ଥାରେ ଅଛି ।

୨୦୦୦ ମସିହାରେ ଜଣେ ବ୍ୟକ୍ତି ଏହାକୁ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ଉଦ୍ଦେଶ୍ୟରେ କିଣିଥିଲେ । ତେବେ କୌଣସି କାରଣବଶତଃ ସେ ଆଉ ଏହି ଯୋଜନାରେ ଆଗକୁ ବଢ଼ିଲେ ନାହିଁ । ବର୍ତ୍ତମାନ ତାଙ୍କର ବୟସ ପ୍ରାୟ ୮୦ ବର୍ଷ ହୋଇଯାଇଥିବାବେଳେ ଭବିଷ୍ୟତରେ ଆଉ ସେ ନିଜର ଲକ୍ଷ୍ୟପୂରଣ କରିପାରିବେ ବୋଲି ଭାବୁନାହାନ୍ତି । ତେଣୁ ଗାଁକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଇତିମଧ୍ୟରେ କିଛି ଲୋକ ତାଙ୍କୁ ଗାଁ କିଣିବା ଲାଗି ଯୋଗାଯୋଗ କରିଥିବା ସେ କହିଛନ୍ତି ।

   Related Posts