ନୂଆଦିଲ୍ଲୀ ୧୭।୦୩ : ଚୀନ୍ରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରାବିଶ୍ବ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୭ହଜାର ପାର୍ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାଖାପାଖି ହୋଇଛି । ଏହି ଭୂତାଣୁରେ ବିଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୯ ଓ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇସାରିଛି । ତେବେ ମାରାତ୍ମକ ଭୂତାଣୁରେ ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆ ଏହି ଭାଇରସ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।
wp:core-embed/twitter {"url":"https://twitter.com/ani_digital/status/1239755195317248005","type":"rich","providerNameSlug":"twitter","className":""} /wp:core-embed/twitterସ୍ପେନ୍ର ଏଥଲିଟକୋ ପୋର୍ଟାଡା କ୍ଲବରେ ଗ୍ରାସିଆ କୋଚ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ଏହାରି ମଧ୍ୟରେ ସେ କରୋନା ଭାଇରସର ସଂସ୍ପର୍ଶରେ ଆସିଥିଲେ । ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା । ତେଣୁ ସେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାସିଆଙ୍କ ମୃତ୍ୟୁ ନେଇ କ୍ଲବ ପକ୍ଷରୁ ଶୋକ ଜଣାଇଯାଇଛି । ଏବଂ କ୍ଲବ କହିଛି ଯେ, ଏହିଭଳି ଘଡିସନ୍ଧି ସମୟରେ ତାଙ୍କ ପରିବାର ସହିତ କ୍ଲବ ରହିଛି । ଆପଣଙ୍କ ମୃତ୍ୟୁ ନେଇ ସବୁଠାରୁ ଅଧିକ ଦୁଃଖି ଆମେ, ଆପଣଙ୍କ ବିନା ଆମ ଖେଳ ଅଧୁରା । ଆମେ ଆପଣଙ୍କ ଯୋଗଦାନ ଏବଂ ଆପଣଙ୍କୁ କେବେ ବି ଭୁଲି ପାରିବୁନାହିଁ ।
ଏହି ମାରାତ୍ମକ ଭୂତାଣୁ ପ୍ରଥମେ ଚୀନ୍ ଏବେ ୟୁରୋପରେ ସବୁଠାରୁ ଅଧିକ କ୍ଷତି ପହଞ୍ଚାଉଛି । ଇଟାଲି ଓ ସ୍ପେନ୍ରେ ମଧ୍ୟ ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା । ସାରାବିଶ୍ବର ୧୬୨ଟି ଦେଶକୁ ବ୍ୟାପିସାରିଲାଣି କରୋନା ଭୂତାଣୁ ।