ଫିଫା ମହିଳା ବିଶ୍ୱକପ୍ ୨୦୨୩: ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ସ୍ପେନ୍, ପ୍ରଥମ ଥର ପାଇଁ ଜିତିଲା ଟାଇଟଲ
20/08/2023 at 6:36 PM

ନୂଆଦିଲ୍ଲୀ: ଫିଫା ମହିଳା ବିଶ୍ୱକପ୍ ୨୦୨୩ ଟାଇଟଲ୍ ଜିତି ଇତିହାସ ରଚିଲା ସ୍ପେନ୍ ମହିଳା ଫୁଟବଲ ଦଳ। ଫାଇନାଲ୍ ମ୍ୟାଚ୍ରେ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ସ୍ପେନ୍ ମହିଳା ଟିଏମ୍ ବିଶ୍ୱକପ୍ ଜିତିଛି। ଏହି ବିଜୟ ପରେ ପୂରା ଟିମ୍ ସହି ସ୍ପେନ୍ରେ ଖୁସିର ମାହୋଲ।
ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍ପେନ ପାଇଁ ଏକମାତ୍ର ଗୋଲ ସ୍କୋର କରିଥିଲେ ୨୩ ବର୍ଷ ବୟସ୍କା ଓଲଗା କାରମୋନା। ଫାଷ୍ଟ ହାପ୍ରେ ୨୯ ତମ ମିନିଟରେ ଏହି ଗୋଲ୍ କରିଥିଲେ କାରମୋନା। ଏହି ଗୋଲ୍ ହିଁ ସ୍ପେନ୍କୁ ମ୍ୟାଚ୍ ଜିତାଇଛି।
ସୂଚନା ଅନୁସାରେ, ସେମିଫାଇନାଲରେ ସ୍ପେନ୍ ସ୍ୱିଡେନକୁ ୨-୧ରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟରେ ସେମିଫାଇନାଲରେ ଇଂଲଣ୍ଡ ଆୟୋଜକ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଇଂଲଣ୍ଡର ବି ଏହା ପ୍ରଥମ ସେମିଫାଇନାଲ୍ ପ୍ରବେଶ ଥିଲା। ପୂର୍ବରୁ ଇଂଲଣ୍ଡ ମହିଳା ଦଳ ମଧ୍ୟ କେବେ ବି ଫିପା ମହିଳା ବିଶ୍ୱକପ୍ ଜିତି ନାହିଁ।
ପଡନ୍ତୁ-ଏସିଆ କପ୍ ୨୦୨୩: ଭାରତୀୟ ଟିମ୍ ଚୟନ ପାଇଁ ସୋମବାର ଦିଲ୍ଲୀରେ ବିସିସିଆଇ ବୈଠକ, ଘାରିଲା ଆହତ ଚିନ୍ତା
ସ୍ପେନ୍ ଓ ଇଲଂଣ୍ଡ ପ୍ରଥମ କରି ଫାଇନାଲ୍ ମ୍ୟାଚ୍ ଖେଳୁଥିବାରୁ ବିଶ୍ୱକପ୍ ନେଇ ଦୁଇ ଟିମ୍ ମଧ୍ୟରେ ନାହିଁ ନଥିବା ଉତ୍ସାହ ରହିଥିଲା। ଦୁହିଁଙ୍କର ଲଢ଼େଇ ହୋଇଥିଲେ ବି ସ୍ପେନ୍ ଆଗରେ ହାରିଥିଲା ଇଂଲଣ୍ଡ। ଏହି ବିଜୟ ସହିତ ସ୍ପେନ୍ ଫିଫା ମହିଳା ବିଶ୍ୱକପ୍ ଜିତିବାର ପଞ୍ଚମ ଟିମ୍ ହେବାର ଗୌରବ ଅର୍ଜନ କରିଛି।
ମହିଳା ଫିଫା ବିଶ୍ୱକପ୍ ଟାଇଟଲ ଉପରେ ନଜର ପକାଇଲେ ଏପର୍ଯ୍ୟନ୍ତ ଆମେରିକା ମହିଳା ଫୁଟବଲ ଟିମ୍ ୪ଟି ଟାଇଟଲ ଜିତିଥିବା ବେଳେ, ଜର୍ମାନୀ ୨ ଥର, ନରୱେ ଏବଂ ଜାପାନ ଥରେ ଲେଖାଏ ବିଶ୍ୱକପ୍ ଟାଇଟଲ ଜିତିଛନ୍ତି। ସେହିପରି ଇଂଲଣ୍ଡ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ ଜିତି ନାହିଁ।
ବିଶ୍ୱକପରେ ସ୍ପେନର ଯାତ୍ରା ଥିଲା ଏମିତି…
ମହିଳା ବିଶ୍ୱକପ ୨୦୨୩ରେ ସ୍ପେନ୍ ମହିଳା ଦଳର ଯାତ୍ରା ଆରମ୍ଭରୁ ରୋମାଞ୍ଚକର ରହିଥିଲା। ଗ୍ରୁପ ପର୍ଯ୍ୟାୟରେ ସ୍ପେନ୍ କୋଷ୍ଟାରିକା ଦଳକୁ ୩-୦ରେ ପରାସ୍ତ କରି ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ଜାମ୍ବିଆ ୫-୦ରେ ପରାସ୍ତ କରିଥିଲା। ତେବେ ଜାପାନ ଠାରୁ ସ୍ପେନ୍ ମହିଳା ଟିମ୍ ୪-୦ରେ ପରାସ୍ତ ହୋଇଥିଲା।
ସୁପର-୧୬ ରେ ସ୍ପେନ ସ୍ୱିଜରଲ୍ୟାଣ୍ଡକୁ ୫-୪ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ପୁଣି କ୍ୱାର୍ଟରଫାଇନାଲ୍ରେ ଦଳ ନେଦରଲ୍ୟାଣ୍ଡକୁ ୨-୧ରେ ପରାସ୍ତ କରି ସେମିଫାଇନାଲରେ ସ୍ୱିଡେନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।
ଏହି ଖବରଟିକୁ ବି ପଢନ୍ତୁ-ପାକିସ୍ତାନର ମ୍ୟାଚ୍କୁ ନେଇ ଚିନ୍ତାରେ ବିସିସିଆଇ, ବିଶ୍ୱକପ ସୂଚୀରେ ପୁଣି ଥରେ ହୋଇପାରେ ପରିବର୍ତ୍ତନ