scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୁବନେଶ୍ୱରରେ ସ୍ପେନ୍‌ ଟିମ୍‌, ଭାରତ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍‌

8/01/2023 at 11:34 AM

ଭୁବନେଶ୍ୱର ୦୮।୦୧ : ଭୁବନେଶ୍ୱରରେ ପହଞ୍ଚିଲା ସ୍ପେନ୍‌ ଟିମ୍‌ । ହକି ବିଶ୍ୱକପ୍‌ ୨୦୨୩ ପାଇଁ ସ୍ପେନ୍‌ ଟିମ୍‌ ଓଡିଶାରେ ପହଞ୍ଚିଛି । ବିମାନବନ୍ଦରରେ ସ୍ପେନ୍‌ ଟିମ୍‌କୁ ଜୋରଦାର ସ୍ୱାଗତ କରାଯାଇଛି ।

ଖବର ଅନୁଯାୟୀ, ରବିବାର ସକାଳ ସମୟରେ  ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଖେଳାଳିଙ୍କ ସହ କୋଚ ଓ ଅଫିସିଆଲ ସଦସ୍ୟ ମଧ୍ୟ ପହଁଞ୍ଚିଛନ୍ତି । ଚଳିତ ହକି ମହାକୁମ୍ବରେ ସ୍ପେନ ତାର ପ୍ରଥମ ମ୍ୟାଚ ଘରୋଇ ଟିମ ଭାରତ ବିପକ୍ଷରେ ଖେଳିବ । ଏଥିପାଇଁ ଦଳ ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ପେନ ଅଧିନାୟକ ।

ସେହିପରି ପୂର୍ବରୁ ଚିଲି ଓ ନେଦରଲ୍ୟାଣ୍ଡ ଟିମ୍ ଓଡିଶାରେ ପହଞ୍ଚିସାରିଛନ୍ତି । ଉଭୟ ଦଳ ଏବେ ଜୋରାଦାର ଅଭ୍ୟାସ ଜାରି ରଖିଛନ୍ତି । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌ । ଯାହା ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ । ତେବେ ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

   Related Posts