ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରାଜପରିବାରକୁ କରୋନା ଆକ୍ରମଣ, ସ୍ପେନ୍‌ ରାଜକୁମାରୀଙ୍କ ମାରିଆଙ୍କ ମୃତ୍ୟୁ

29/03/2020 at 11:06 AM

ସ୍ପେନ୍‌ ୨୯।୦୩: କରୋନା ନେଲା ସ୍ପେନ ରାଜକୁମାରୀଙ୍କ ମୁଣ୍ଡ । ବିଶ୍ବର ପ୍ରଥମ ରାଜପରିବାର ସଦସ୍ୟଙ୍କର କରୋନାରେ ମୃତ୍ୟୁ ହୋଇଛି । କରୋନା ଆକ୍ରାନ୍ତ ହେବା ପରେ ଆଜି ୮୬ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ରାଜକୁମାରୀ ମାରିଆ ଟେରେସା । ସେ ସ୍ପେନ ରାଜା ଫେଲିପ୍  ଷଷ୍ଠଙ୍କର ସମ୍ପର୍କୀୟ ଥିଲେ । ମାରିଆଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଭାଇ ସୋସିଆଲ୍‌ ମିଡିଆରେ ସ୍ପଷ୍ଟ କରିଛନ୍ତି ।

ଗତ ସପ୍ତାହରେ ରାଜା ଫେଲିପ ଷଷ୍ଠଙ୍କର କରୋନା ପରୀକ୍ଷା କରାଯାଇଥିଲା କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ୍  ବାହାରିଥିଲା । ଜୁଲାଇ ୨୮, ୧୯୩୩ରେ ଜନ୍ମ ହୋଇଥିବା ରାଜକୁମାରୀ ମାରିଆ ଟେରେସା ଫ୍ରାନ୍ସରେ ଅଧ୍ୟୟନ କରିଥିଲେ ଏବଂ ପ୍ୟାରିସର ସୋର୍ବୋନେରେ ପ୍ରଫେସର ହେବା ସହ ମାଡ୍ରିଡର କମ୍ପ୍ଲୁଟେନ୍ସ ୟୁନିଭରସିଟିରେ ସମାଜବିଜ୍ଞାନର ପ୍ରଫେସର ହୋଇଥିଲେ। ସେ ନିଜର ବକ୍ତବ୍ୟ ଦୃଷ୍ଟିକୋଣ ଏବଂ କାର୍ଯ୍ୟକର୍ତ୍ତା କାର୍ଯ୍ୟ ପାଇଁ ଜଣାଶୁଣା ଥିଲେ ରାଜକୁମାରୀ । କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ ମାରିଆ ।

ତେବେ ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ୍‌ ଧୀରେ ଧୀରେ ସାରାବିଶ୍ବକୁ ମାଡିଚାଲିଛି । ଚୀନ୍‌ ପରେ ଇରାନ୍‌, ପରେ ଇଟାଲୀ ଓ ସ୍ପେନ୍‌ର ନିଜର କାୟା ବିସ୍ତାର କରିଛି କରୋନା । ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୬ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ଥିବା ବେଳେ ମୃତକଙ୍କ ସଂଖ୍ୟା ୩୦ହଜାର ପାର କରିସାରିଲାଣି । କେବଳେ ସ୍ପେନ୍‌ରେ ୫ହଜାର ଅତିକ୍ରମ କରିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ପାରି ହୋଇସାରିଲାଣି ।

   Related Posts