oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏକ ଘଣ୍ଟାରେ ଦୁନିଆର ଯେ କୌଣସି ଜାଗାକୁ ଯୁଦ୍ଧାସ୍ତ୍ର ପହଞ୍ଚାଇବ ଆମେରିକା, ତିଆରି କରୁଛି ନୂତନ ଟ୍ରାନ୍ସପୋର୍ଟ ସିଷ୍ଟମ, ଜାଣନ୍ତୁ କିଏ ରହିଛି ଟାର୍ଗେଟ୍‌ରେ

12/10/2020 at 9:42 PM

ଓ୍ଵାଶିଂଟନ ୧୨।୧୦: ଚୀନ ସହ ବଢୁଥିବା ବିପଦର ମୁକାବିଲା ପାଇଁ ଆମେରିକା ନିଜର ସୈନ୍ୟ ଶକ୍ତି ବଢାଇବାକୁ ଘୋଷଣା କରିଛି। ନିକଟରେ ଆମେରିକା ନିଜର ନୌସେନା ପାଇଁ ବ୍ୟାଟେଲ ଫୋର୍ସ ୨୦୪୫ର ଘୋଷଣା କରିବା ପରେ ପରିବହନ ସିଷ୍ଟମକୁ ମଜବୁତ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକା ସେନା ଆମେରିକୀ ଘରୋଇ ଅନ୍ତରୀକ୍ଷ ଏଜେନ୍ସି ସ୍ପେସଏକ୍ସ ସହ ମିଶି ଏମିତି ଏକ ରକେଟ୍‌ ନିର୍ମାଣ କରିବାକୁ ଯାଉଛି ଯାହା ସାରା ଦୁନିଆରେ ଯେ କୌଣସି ସ୍ଥାନରେ କେବଳ ୬୦ ମିନିଟ୍‌ରେ ଯୁଦ୍ଧାସ୍ତ୍ର ପରିବହନ କରି ପାରିବ। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ କିଛି ଦିନ ପୂର୍ବେ ଏଲନ ମସ୍କଙ୍କ ସ୍ପେସ୍ପଏକ୍ସ ସହିତ ମିସାଇଲ ଟ୍ରାକିଙ୍ଗ ସାଟେଲାଇଟ୍‌ ନିର୍ମାଣ ପାଇଁ ୧୪୯ ମିଲିୟନ ଡଲାରର ରାଜିନାମା କରିଥିଲା।

ବୁଧବାର ଏକ ଭର୍ଚୁଆଲ ବୈଠକକୁ ସମ୍ବୋଧିତ କରି ୟୁଏସ ଟ୍ରାନ୍ସପୋର୍ଟ କମାଣ୍ଡର ପ୍ରମୁଖ ଜେନେରାଲ ଷ୍ଟିଫେନ ଲିଓନ ଏହି ନୂତନ ରାଜିନାମାକୁ ସାର୍ବଜନୀନ  କରିଛନ୍ତି। ଜେନେରାଲ ଲିଓନ କହିଛନ୍ତି ସ୍ପେସଏକ୍ସ ବର୍ତ୍ତମାନ ଏହି ମହତ୍ଵାକାଂକ୍ଷୀ ପ୍ରକଳ୍ପର ଜ୍ଞାନ କୌଶଳ ଏବଂ ବଜେଟ୍ ଉପରେ କାମ କରିବ। ଏହି ରକେଟ୍‌ର ପ୍ରାରମ୍ଭିକ ପରୀକ୍ଷଣ ୨୦୨୧ରେ ଆୟୋଜିତ କରାଯାଇପାରେ।

ସେ କହିଛନ୍ତି ଯେ, ମିଲିଟାରୀର ହେଭି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ସି-୧୭ ଗ୍ଲୋବମାଷ୍ଟର ଗୋଟିଏ ଥରରେ ଯେତିକି ଓଜନ ଉଠାଇ ପାରିବ ସେତିକି ଭାର ପରିବହନ କରି ଏହି ରକେଟ୍‌ ଏକ ଘଣ୍ଟା ଭିତରେ ଦୁନିଆର ଯେ କୌଣସି ସ୍ଥାନରେ ପହଞ୍ଚାଇ ପାରିବ। ଆମେରିକା ବାୟୁସେନା ଅନୁଯାୟୀ ସି-୧୭ ଗ୍ଲୋବମାଷ୍ଟର ୭୪ ହଜାର କିଲୋଗ୍ରାମରୁ ଅଧିକ ଯୁଦ୍ଧାସ୍ତ୍ର ପରିବହନ କରିପାରେ। ଏହି ବିମାନର ମୂଲ୍ୟ ୨୧୮ ମିଲିୟନ ଡଲାର। ଏହା ଘଣ୍ଟା ପ୍ରତି ୯୪୯ କିମିରୁ ଅଧିକ ବେଗରେ ଗତି କରିପାରେ।

ଘଣ୍ଟା ପ୍ରତି ୧୨୦୭୦ କିମି ରହିବ ରକେଟ୍‌ର ଗତି

ସି-୧୭ ଗ୍ଲୋବମାଷ୍ଟର ତୂଳନାରେ ସ୍ପେସଏକ୍ସ ଏକ ହାଇ-ସ୍ପିଡ୍ ରକେଟ୍‌ ନିର୍ମାଣ କରିବା ଯୋଜନାରେ କାମ କରୁଛି। ଏହି ରକେଟ୍ ଘଣ୍ଟା ପ୍ରତି ୧୨୦୭୦ କିମି ବେଗରେ ଉଡି ପାରିବ। ଏହାର ଅର୍ଥ ଏହି ରକେଟ୍ ସି-୧୭ ଗ୍ଲୋବମାଷ୍ଟର ସମାନର ଯୁଦ୍ଧାସ୍ତ୍ର ବହନ କରି ଆମେରିକାର ଫ୍ଲୋରିଡାରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏକ ଘଣ୍ଟାରେ ପହଞ୍ଚି ପାରିବ।

   Related Posts