ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସ୍ପେସଏକ୍ସକୁ ବଡ଼ ସଫଳତା । ଷ୍ଟାରସିପ୍ ରକେଟକୁ ସଫଳତାର ସହ କରାଇଲା ଲ୍ୟାଣ୍ଡ୍ ।ଏହି ରକେଟ ଲଞ୍ଚ ପରେ ପ୍ରାୟ ୯୬ କିମି ଉପରକୁ ଯାଇ ପୁଣି ଥରେ ଲଞ୍ଚ ପ୍ୟାଡ୍କୁ ଫେରିଛି । ପୂର୍ବରୁ ୪ ଥର ବିଫଳ ହୋଇଥିବା ଏହି ରକେଟର ପରୀକ୍ଷଣ ୫ମ ଥରରେ ସଫଳ ହୋଇଛି।
୯୬ କିଲୋମିଟର ଉପରକୁ ଯାଇ ଫେରିଲା ରକେଟ
ଏହି ରକେଟକୁ ମେକ୍ସିକୋ ସୀମା ନିକଟସ୍ଥ ଟେକ୍ସାସର ଦକ୍ଷିଣ ପ୍ରାନ୍ତରୁ ଲଞ୍ଚ କରାଯାଇଥିଲା। ସ୍ପେସଏକ୍ସ, ୪୦୦ ଫୁଟ୍ ଲମ୍ବ ଷ୍ଟାରସିପ୍କୁ ପୃଥିବୀ ପୃଷ୍ଠର ୯୬ କିଲୋମିଟର ଉପରକୁ ପଠାଇଥିଲା। ଆଉ ଏହା ପରେ ପୁନଃ ପ୍ରତ୍ୟାବର୍ତ୍ତନ କରାଇଥିଲା। ରକେଟ ସଫଳତାର ସହ ଲଞ୍ଚ ପ୍ୟାଡ୍ରେ ଲ୍ୟାଣ୍ଡିଂ ମଧ୍ୟ କରିଥିଲା।
The tower has caught the rocket!!
— Elon Musk (@elonmusk) October 13, 2024
pic.twitter.com/CPXsHJBdUh
ସୂଚନାଥାଉକି, ସ୍ପେସଏକ୍ସ ଷ୍ଟାରସିପ୍ ରକେଟକୁ ୪ ଥର ପରୀକ୍ଷଣ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଏହା ସଫଳତାର ସହ ଲ୍ୟାଣ୍ଡିଂ କରିପାରିନଥିଲା। ଏହି ଷ୍ଟାରସିପ୍ ରକେଟରେ ୩ଟି ବିଶାଳକାୟ ରାପଟର ଇଞ୍ଜିନ ରହିଥିଲା। ଏହାର ଇଞ୍ଜିନ ପ୍ରାୟ ୭୪ ମେଗାନ୍ୟୁଟନର ଥ୍ରଷ୍ଟ ଉତ୍ପନ୍ନ କରିଥାଏ। ଏହାର ଥ୍ରଷ୍ଟ ପାଓ୍ବାର ସାଧାରଣ ରକେଟ ଅପେକ୍ଷା ୭୦୦ ଗୁଣା ଅଧିକ। କାଲିଫର୍ଣ୍ଣିଆର ହଥୋର୍ନ ସ୍ଥିତ ସ୍ପେସ ଏକ୍ସ ମୁଖ୍ୟାଳୟରୁ ସ୍ପେସ ଏକ୍ସର କ୍ୟାଟ ଟାଇସ କହିଛନ୍ତି ଏହା ଇଞ୍ଜିନିୟରିଂ ଇତିହାସରେ ଏକ ବଡ଼ ଦିନ।