ଲ୍ୟାଣ୍ଡିଂ ପୂର୍ବରୁ ବିସ୍ଫୋରଣ : ଭୂମି ଛୁଇଁବା ଆଗରୁ ଜଳିଗଲା Space-X ଷ୍ଟାରସିପ୍ ରକେଟ୍

Published By : Prameya-News7 Bureau | December 10, 2020 IST

ଓ୍ବାଶିଂଟନ ୧୦/୧୨ : ମିଶନ ମଙ୍ଗଳ ଯାଇଥିବା Space-X ଷ୍ଟାରସିପ୍ ରକେଟ୍ ବିସ୍ଫୋରଣ ହୋଇଛି । ପରୀକ୍ଷଣ ସମୟରେ ଏହାର ଷ୍ଟାରସିପ୍ ରକେଟ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଟେକ୍ସାସ ସ୍ଥିତ ଲଞ୍ଚପ୍ୟାଡରୁ Space-Xର ଷ୍ଟାରସିପ୍ ରକେଟକୁ ବୁଧବାର ପରୀକ୍ଷଣ କରାଯାଉଥିବା ବେଳେ ସେଥିରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

wp:embed {"url":"https://twitter.com/SpaceX/status/1336849897987796992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1336849897987796992%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fkhabar.ndtv.com%2Fnews%2Fworld%2Fspacex-rocket-starship-crashed-in-a-fiery-explosion-during-test-launch-on-wednesday-2336678","type":"rich","providerNameSlug":"twitter","responsive":true,"className":""}
https://twitter.com/SpaceX/status/1336849897987796992?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1336849897987796992%7Ctwgr%5E%7Ctwcon%5Es1_&ref_url=https%3A%2F%2Fkhabar.ndtv.com%2Fnews%2Fworld%2Fspacex-rocket-starship-crashed-in-a-fiery-explosion-during-test-launch-on-wednesday-2336678
/wp:embed

କିନ୍ତୁ ବିସ୍ଫୋରଣ ସତ୍ତ୍ଵେ ଏହି ରକେଟ୍ Space-Xକୁ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଞ୍ଚାଇବ ବୋଲି କମ୍ପନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରକେଟରେ ବିସ୍ଫୋରଣ ସତ୍ତ୍ଵେ କମ୍ପାନୀ ଏହି ମିଶନ ସଫଳ ହୋଇଥିବା କହିଛି ଏବଂ ଷ୍ଟାରସିପ ଟିମକୁ ସଫଳତା ପାଇଁ ଧନ୍ୟବାଦ ଦେଇଛି । Space-Xର ସଂସ୍ଥାପକ ଏଲନ୍ ମସ୍କ୍ ପ୍ରେରଣର କିଛି ସମୟ ପୂର୍ବରୁ ଟ୍ବିଟ୍ କରି କହିଛନ୍ତି, 'ମଙ୍ଗଳ ଗ୍ରହକୁ ଆମେ ଆସୁଛୁ' । ସେ ସ୍ପଷ୍ଟ କରିଛନ୍ତି ଯେ, ରକେଟ୍ ଅଧିକ ଗତିରେ ଲ୍ୟାଣ୍ଡ୍ କରୁଥିଲା । ଯାହ ଫଳରେ କି ଏହି ବିସ୍ଫୋରଣ ହୋଇଛି । ତେବେ ବିସ୍ଫୋରଣ ପୂର୍ବରୁ ଯେଉଁ ତଥ୍ୟ ଦରକାର ଥିଲା ତାହା ମିଳିଯାଇଥିବା ସେ କହିଛନ୍ତି ।

ଶନିବାର ଦିନ ଷ୍ଟାରସିପ୍ ସଠିକ ସମୟରେ ଟେକ୍ ଅଫ୍ କରିଥିଲା । ଉଡାଣ ଭରିବାର ୪ ମିନିଟ୍ ୪୫ ସେକେଣ୍ଡ ପରେ ରକେଟର ତୃତୀୟ ଇଞ୍ଜିନ ଆରମ୍ଭ କରାଯାଇଥିଲା । ତେବେ ଲ୍ୟାଣ୍ଡିଂର ଠିକ୍ ପୂର୍ବରୁ ରକେଟର ଗତିକୁ ଧିମା କରିବା ପାଇଁ ପ୍ରଥମ ଇଞ୍ଜିନକୁ ପୁଣି ଥରେ ଚାଲୁ କରାଯାଇଥିଲା । ପ୍ରଥମ ଇଞ୍ଜିନ ଚାଲିବା ଆରମ୍ଭ ହେବା କ୍ଷଣି ଏହା ବିସ୍ଫୋରଣ ହୋଇ ଗଳିପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.