ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମହାକାଶ ଦୌଡର ରେକର୍ଡରେ ପ୍ରତିଦ୍ୱନ୍ଦ୍ୱୀ ବେଜୋସଙ୍କୁ ବାଟ ଛାଡିବାକୁ ରାଜି ନୁହଁନ୍ତି ରିଚାର୍ଡ ବ୍ରାନସନ୍, ଏବେ କଲେ ଘୋଷଣା : ଆସନ୍ତା ୧୧ରେ ସେ ପ୍ରଥମ ବିଲିୟନେୟାର ମହାକାଶଚାରୀ, ୨୦ରେ ଯିବେ ବେଜୋସ୍

2/07/2021 at 2:27 PM

ନୂଆଦିଲ୍ଲୀ,୦୨/୦୭ :  ମହାକାଶ ବୁଲିବା ପାଇଁ ଚାଲଛି ପ୍ରତିଯୋଗିତା । ଲମ୍ବା  ଲାଇନରେ ଅନେକ ଧନୀ । ବିଶ୍ୱର ବଡ ବଡ କୋଟିପତି ଏବେ ମହାକାଶ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଆମେରିକା ମହାକାଶଯାନ କମ୍ପାନୀ ଭର୍ଜିନ୍ ଗ୍ୟାଲେକ୍ଟିକର ମୁଖ୍ୟ ତଥା ବ୍ରିଟିଶ ମୋଗଲ ଭାବେ ପରିଚିତ ରିଚାର୍ଡ ବ୍ରାନସନ୍ ନିଜ ସାଥି ତଥା ବ୍ୟବସାୟୀ ଜେଫ୍ ବେଜୋସଙ୍କ ପୂର୍ବରୁ ମହାକାଶ ୟିବା ପାଇଁ ଯୋଜନା କରୁଛନ୍ତି । ବ୍ରାନସନଙ୍କ କମ୍ପାନୀ ଗୁରୁବାର ଏନେଇ ଘୋଷଣା କରିଛି । ଜୁଲାଇ ୧୧ ତାରିଖ ଅର୍ଥାତ ଜେଫଙ୍କ ଉଡାଣର ୯ ଦିନ ପୂର୍ବରୁ ବ୍ରାନସନ୍ ମହାକାଶ ଗସ୍ତ କରିବେ ।

ବ୍ରାନସନ୍ ମହାକାଶଯାନ ନ୍ୟୁ ମେକ୍ସିକୋରେ ଅନ୍ତରୀକ୍ଷ ଯାତ୍ରା କରିବେ । ଯେଉଁଥିରେ ଚାଳକ ଦଳର ସମସ୍ତ ସଦସ୍ୟ ହେଉଛନ୍ତି କମ୍ପାନୀର କର୍ମଚାରୀ । ଭର୍ଜିନ ଗ୍ୟାଲେକ୍ଟିକର ଏହା ମହାକାଶର ଚତୁର୍ଥ ଉଡାଣ ହେବ ।  ବୁଧବାର ଯାଏଁ ବ୍ରେନସନ୍ ମହାକାଶ ଯିବା ତାରିଖ ବାବଦରେ ଘୋଷଣା କରିନଥିଲେ । କିନ୍ତୁ ସେ ମହାକାଶ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ଥିବା କହିଥିଲେ । ଏହି ଖବରର କିଛି ଘଣ୍ଟା ପୂର୍ବରୁ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଅପିଜିନ୍ କହିଥିଲା ଯେ, ବେଜୋସ୍ ଜୁଲାଇ ୨୦ରେ ମହାକାଶ ଯିବେ । ତାଙ୍କ ସହ ଏରୋସ୍ପେସ ଜଗତ ଜଣେ ଜଣାଶୁଣା ମହିଳା ମଧ୍ୟ ଯିବେ । ଯିଏ କି ମହାକାଶ ଯିବା ପାଇଁ ୬୦ ବର୍ଷ ହେଲା ଅପେକ୍ଷା କରିଛନ୍ତି । ଆହୁରି ମଧ୍ୟ ବେଜୋସଙ୍କ ଭାଇ ମଧ୍ୟ ମହାକାଶ ଯାତ୍ରା କରିବେ ।

ଜେଫ୍ ବେଜୋସ ଜୁଲାଇ ୨୦ ତାରିଖରେ ମହାକାଶ ଯିବା ପଛରେ କାରଣ ରହିଛି । କାରଣ ଏହି ଦିନ ୫୨ ବର୍ଷ ତଳେ ଆପୋଲୋ-୧୧ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଜେଫ୍‌ଙ୍କ ସହ ସମ୍ମାନିତ ଅତିଥି ଭାବେ ଆଉ ଜଣେ ମଧ୍ୟ ମହାକାଶ ଯାତ୍ରା କରିବେ ।

ସେହିପରି ମହାକାଶ ଯିବା ପାଇଁ ୧୩ ଜଣ ମହିଳା ପାଇଲଟ୍ ମଧ୍ୟ ପରୀକ୍ଷାରେ ପାସ୍ କରିଛନ୍ତି । ୧୯୬୦ରେ ମଧ୍ୟ ୭ ମହିଳା ପାଇଲଟ୍ ମହାକାଶ ଯିବା ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ସେମାନେ ମହିଳା ହୋଇଥିବାରୁ ସୁଯୋଗ ମିଳିନଥିଲା ।

ଭର୍ଜିନ୍ ଓ ବ୍ଲୁ ଅରିଜିନ୍ ପକ୍ଷରୁ ବିକଶିତ କରାଯାଇଥିବା ମହାକାଶଯାନ ସମାନ ନୁହେଁ । ଉଭୟ ଯାନରେ ବସିଲେ କିଛି ମିନିଟ ପରେ ଓଜନହ୍ରାସ ଭଳି ଲାଗିବ ।ଭର୍ଜିନ୍ ଗ୍ୟାଲେକ୍ଟିକ ଏକ ସାଧାରଣ ରକେଟ୍ ନୁହେଁ । ଏଥିରୁ ଉଚ୍ଚ ଅକ୍ଷାଂଶରେ ଆଉ ଏକ ଛୋଟ ସ୍ପେସକ୍ରାଫ୍ଟ ବାହାରି ପାରିବ । ଏହା ମହାକାଶରେ ପହଁଚି ପୁଣି ପୃଥିବୀକୁ ଫେରିଆସିବ । ତେବେ ବ୍ଲୁ ଅରିଜିନର ରକେଟ୍ କିଛି ସମୟ ଉଡିବା ପରେ ଏହା ବୁଷ୍ଟରରୁ ଅଲଗା ହୋଇଯାଏ । ଏହାପରେ ୪ ମିନିଟ ଧରି ୧୦୦ କିମି ଦୂରରେ ଉଡାଣ ଭରିଥାଏ । ଏହି ସମୟରେ ମହାକାଶଯାତ୍ରୀମାନେ ଓଜନ ହ୍ରାସ ହେବା ଭଳି ଅନୁଭବ କରିପାରନ୍ତି ।

   Related Posts