ଇତିହାସ ରଚିଲା ସ୍ପେସ୍ ଟୁରିଜିମ୍ : ୪ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଲା 'ସ୍ପେସ୍ ଏକ୍ସ', ଅନ୍ତରୀକ୍ଷରେ ରହିବେ ୩ ଦିନ

Published By : Prameya-News7 Bureau | September 16, 2021 IST

ନ୍ୟୁୟର୍କ,୧୬/୦୯:   ବିଶିଷ୍ଟ ବ୍ୟବସାୟୀ ଏଲଟ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏହି ମିଶନକୁ ଇନସ୍ପେରିସନ-୪ ନାଁ ଦିଆଯାଇଛି ।

ଏହା ହେଉଛି ପୃଥିବୀର କକ୍ଷ ପଥକୁ ଯାଇଥିବା ପ୍ରଥମ ନନ୍ ପ୍ରଫେସନାଲ ଆଷ୍ଟ୍ରୋନଟ୍ସ କ୍ରୁ ବା ସାଧାରଣ ନାଗରିକଙ୍କ ଏକ ଟିମ୍ । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ୧୬୦ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହାପରେ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ ।

ସ୍ପେସ୍ ଏକ୍ସର ଏହି ମିଶନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ୩୮ ବର୍ଷୀୟ ଇସାକମେନ୍ ନେଇଥିଲେ । ସେ ହେଉଛନ୍ତି ଇସାକମେନ୍ ପେମେଣ୍ଟ କମ୍ପାନୀର ସଂସ୍ଥାପକ  ଓ ସିଇଓ । ସେ ମାତ୍ର ୧୬ ବର୍ଷ ବୟସରେ କମ୍ପାନୀ ଆରମ୍ବ କରିଥିଲେ । ସେ ପ୍ରଥମ ଥର ପାଇଁ ସ୍ପେସଏକ୍ସରେ କାମ କରୁଛନ୍ତି । ଏହାପୂର୍ବରୁ ସେ ବ୍ଲୁ ଅରିଜିନ୍ ଓ ଭର୍ଜିନ୍ ସ୍ପେସରେ କାମ କରିସାରିଛନ୍ତି ।

wp:html /wp:html

ଯେଉଁ ନାଗରିକମାନେ ମହାକାଶ ଯାତ୍ରା କରିଛନ୍ତି ସେମାନଙ୍କ ମଧ୍ୟରେ ଇସାକମେନ୍ ଅଛନ୍ତି । ତାଙ୍କ ସହ ୨୯ ବର୍ଷୀୟ ହେୟଲୀ ଆର୍କେନୋ, ୫୧ ବର୍ଷୀୟ ସନ୍ ପ୍ରୋକ୍ଟର ଓ ପାଇଲଟ୍ କ୍ରିସ୍ ସିମ୍ବ୍ରୋସ୍କି ମଧ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ମହାକାଶ ଯାନ ନାସା ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା ।  ଏହା ହବଲ୍ ସ୍ପେସ୍ ଟେଲିସ୍କୋପଠୁ ଆଉ କିଛି ଦୂର ଯାତ୍ରା କରିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.