ମାହାକାଶରୁ ହେବ ଗୁଡ୍ସ ଡେଲିଭରୀ, ପ୍ରସ୍ତୁତ ହେଉଛି  ସ୍ପେସ୍‌ କ୍ୟାପସୁଲ୍‌

Published By : Prameya-News7 Bureau | March 18, 2022 IST

ବ୍ୟସ୍ତବହୁଳ ଜୀବନ। ଆଧୁନିକ ଜୀବନଶୈଳୀ। ସମୟର ଅଭାବ ପାଇଁ ଆମେ ଚାହୁଁ ସବୁ ହେଉ ଫଟାଫଟ୍‌। ପୁରା ଜଲ୍‌ଦି ଚାହିଦା ଏବଂ ଟ୍ରେଣ୍ଡ ପାଇଁ ଗୋଟେ ଜିନିଷକୁ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଗଲାଣି। ଏବେ ଏହି ଦିଗରେ ଏକ ନୂତନ ପ୍ରୟାସ ସାମ୍ନାକୁ ଆସିଛି। ଆମେରିକାର ଏକ କମ୍ପାନୀ ମହାକାଶରୁ ପୃଥିବୀପୃଷ୍ଟକୁ ଜିନିଷ ପହଞ୍ଚାଇବାର ବ୍ୟବସ୍ଥା କରିଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ପେସ୍‌ କ୍ୟାପସୁଲ୍‌ ଡିଜାଇନ୍‌ ହୋଇଛି। ଯାହା ମହାକାଶରୁ ଦୁନିଆର ସମସ୍ତ ସ୍ଥାନକୁ ଜିନିଷ ପହଞ୍ଚାଇବାର କାମ କରିବ

ଆମେରିକାର ଇନଭର୍ସନ୍ ସ୍ପେସ୍ ନାମକ ଏକ କମ୍ପାନୀ କହିଛି ଯେ , ନୂତନ ସ୍ପେସ୍ କ୍ୟାପସୁଲ୍ ମାଧ୍ୟମରେ ପୃଥିବୀର ଯେକୌଣସି ସ୍ଥାନରୁ ସାମଗ୍ରୀ ବିତରଣ କରାଯାଇପାରିବ। ଏହା ଏକ ଲସ୍ ଆଞ୍ଜେଲସ୍ ଭିତ୍ତିକ ଷ୍ଟାର୍ଟଅପ୍ । ଏହି କମ୍ପାନୀ ୨୦୨୧ ରେ ୧୦ ମିଲିୟନ୍ ଡଲାର୍ ସଂଗ୍ରହ କରିଛି। ଯାହା ଦ୍ୱାରା ମହାକାଶରୁ ପୃଥିବୀକୁ ସାମଗ୍ରୀ ଆଣିବା ପାଇଁ ଏହା ଏକ ରିଏଣ୍ଟ୍ରି କ୍ୟାପସୁଲ୍ ବିକାଶ କରିପାରିବ।

କମ୍ପାନୀ ବାଣିଜ୍ୟିକ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ଏହି ରିଟର୍ଣ୍ଣ ଯାନ ନିର୍ମାଣ କରିବାକୁ ଚାହୁଁଛି। ଯାହା ବିଶ୍ବର ଯୋଗାଣ ବଣ୍ଟନରେ ସାହାଯ୍ୟ କରିପାରିବ। ଏହି ରିୟୁଜେବଲ୍‌ କ୍ୟାପସୁଲ ଅନେକ ଥର ମହାକାଶରୁ ଆସିବାକୁ ସକ୍ଷମ ମଧ୍ୟହେବ। ବଡ କଥା ହେଲା ଏହି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସରେ ସାମଗ୍ରୀ ବିତରଣ କରିବାରେ ମଧ୍ୟ ସକ୍ଷମ ହେବ ।

ଏଭଳି ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ନାସା ମଧ୍ୟ ଅନୁସନ୍ଧାନ କରୁଛି। ଏବଂ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛି । ରିୟୁଜେବଲ୍ କ୍ୟାପସୁଲ ନୂତନ ସ୍ପେସ୍ ବଜାରରେ ଏକ ବଡ଼ ଅବଦାନ ରଖିପାରେ । ସମ୍ପ୍ରତି, କମ୍ପାନୀ ଏକ ୪ ଫୁଟ କ୍ୟାପସୁଲ ବିକଶିତ କରିବାକୁ ଚାହୁଁଛି। ଯାହାଦ୍ବାରା ଏଥିରେ ଏକ ଲଗେଜ୍ ନେଇହେବ।  ଏହି ନିର୍ଦ୍ଦିଷ୍ଟ ପ୍ରକାରର ସୁଟକେସ୍ ଏବଂ ଏହାର ଯନ୍ତ୍ରୀ ୨୦୨୫ ସୁଦ୍ଧା ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.