ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ, ଘଟଣା ପରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ମିଳୁନି ପତ୍ତା

12/07/2022 at 2:36 PM

ସୋନପୁର ୧୨।୦୭ : ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍‌ପି ଅମରେଶ ପଣ୍ଡା ।

ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉତ୍ତେଜନା ଲାଗିରହିଛି। ଘଟଣାକୁ ନେଇ ଲୋକେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ଯୋଗୁଁ ବଲାଙ୍ଗିର-ସୋନପୁର ଯାତାୟାତ ଠପ୍ ହୋଇଯାଇଛି। କ୍ଷତିପୂରଣ ଦାବିରେ ଶବ ଉଠାଇବାକୁ ଦେଉ ନାହାନ୍ତି ଉତ୍ତ୍ୟକ୍ତ ଲୋକେ ।

ସୂଚନାଯୋଗ୍ୟ ଯେ, ସୋନପୁର ବଡ଼ବାହାଲି ଛକ ନିକଟରେ ଏକ କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତ କରାଯାଇଛି ।

   Related Posts