ଭାରତର ଆର୍ଥିକ ଅଭିବୃଦ୍ଧି ଅନୁମାନକୁ ବଢାଇଲା S&P, ଚଳିତ ବର୍ଷ ୬.୨% ହାରରେ ବଢିବ

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: ଦୁନିଆରେ ପ୍ରତିଷ୍ଠିତ ରେଟିଂ ଏଜେନ୍ସି ଏସଆଣ୍ଡପି ଗ୍ଲୋବାଲ୍ ରେଟିଙ୍ଗ୍ସ ଆର୍ଥିକ ବର୍ଷ ୨୦୨୧୪ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାରକୁ ବଢାଇଛି । ଆର୍ଥିକ ବର୍ଷ ୨୪ ପାଇଁ ରେଟିଂ ଏଜେନ୍ସି ଜିଡିପି ଗ୍ରୋଥ ଅନୁମାନକୁ ୬ ପ୍ରତିଶତରୁ ବଢାଇ ୬.୪ ପ୍ରତିଶତ କରିଛି । ସେହିପରି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୯ ପ୍ରତିଶତରୁ କମ କରି ୬.୪ ପ୍ରତିଶତ କରିଛି ।

ଏସଆଣ୍ଡପି ରିପୋର୍ଟ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ଘରୋଇ ସ୍ତରରେ ଭଲ ସପୋର୍ଟ ମିଳୁଛି । ଯେଉଁଥି ପାଇଁ ଉଚ୍ଚ ମୁଦ୍ରାସ୍ଫୀତି ଓ ଦୁର୍ବଳ ରପ୍ତାନୀ ସତ୍ତ୍ୱେ ଭାରତର ଆର୍ଥିକ ଅଭିବୃଦ୍ଧିକୁ ଦୁର୍ବଳ କରିପାରିବ ନାହିଁ ।

ପଢନ୍ତୁ: ଗ୍ଲୋବାଲ ମାକ୍ରୋ​ ଆଉଟଲୁକ୍‌ ରିପୋର୍ଟ ଜାରି କଲା ମୁଡିଜ୍​‌, ଚଳିତ ଆର୍ଥକ ବର୍ଷ ପାଇଁ ୬.୬%ରେ ବଜାୟ ରହିଲା ଅଭିବୃଦ୍ଧି ହାର

ରେଟିଂ ଏଜେନ୍ସ ନିଜ ରିପୋର୍ଟରେ କହିଛି ଯେ ଭାରତର ଅର୍ଥବ୍ୟବସ୍ଥା ଉପରେ ଆର୍ଥିକ ବର୍ଷ ୨୦୨୫ରେ ଚାପ ଦେଖିବାକୁ ମିଳିପାରେ । ବିଶ୍ୱ ସ୍ତରରେ ଦୁର୍ବଳ ସଂକେତ ଯୋଗୁଁ ଏହା ହୋଇପାରେ । ଏହାଛଡ଼ା ଆରବିଆଇ ଦ୍ୱାରା ସୁଧ ହାରରେ ବୃଦ୍ଧି ମଧ୍ୟ ସମ୍ଭାବନା ରହିଛି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ । ଏଥିପାଇଁ ରେଟିଂ ଏଜେନ୍ସି ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ୬.୯ରୁ କମ କରି ୬.୪ କରିଛି ।

ଚଳିତ ମାସ ଆରମ୍ଭରେ ରେଟିଂ ଏଜେନ୍ସି ଫିଚ୍ ଭାରତରେ ମିଡ୍ ଟର୍ମ ଗ୍ରୋଥ୍ ଅନୁମାନକୁ ୦.୭ ପ୍ରତିଶତରୁ ବଢାଇ ୬.୨ ପ୍ରତିଶତ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.