ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଧରି କାନ୍ଦିଲେ ଏସପି ନେତା, ଭିଡିଓ ଭାଇରାଲ ପରେ ଟ୍ରୋଲ୍ କଲେ ଲୋକେ

Published By : Prameya-News7 Bureau | October 03, 2021 IST

ସମ୍ଭଲ ୦୩/୧୦: ଗାନ୍ଧୀଙ୍କ ପ୍ରତିମାକୁ ଜାବୁଡି ଧରି କାନ୍ଦିଲେ ସମାଜବାଦୀ ପାର୍ଟି ନେତା ଗାଲିବ ଖାନ। ତେବେ ତାଙ୍କର କାନ୍ଦିବା ପରେ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଭିଡିଓରେ ନେତା ଜଣକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଧରି କାନ୍ଦୁଥିବା ନଜର ଆସିଛନ୍ତି । କେବଳ ସେତିକି ନୁହେଁ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ନାନା ପ୍ରକାର କମେଣ୍ଟ କରାଯାଉଛି ।

wp:html /wp:html

ସୂଚନା ଥାଉକି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ଅନୁମତି ନଦେବାରୁ ଏପରି କରିଥିଲେ ନେତା । ଶନିବାର ଗାନ୍ଧୀ ଜୟନ୍ତୀରେ ମାହାତ୍ମାଙ୍କ ପ୍ରତିମା ସହରର ଚୌଧୁରୀ ସରାୟ ଛକରେ ସ୍ଥାପନ କରିବାକୁ ସପା ପକ୍ଷରୁ ଘୋଷଣା କରିଥିଲା । ଘୋଷଣା ଶୁଣିବା ପରେ ଶନିବାର ସକାଳେ ଫିରୋଜଖାନଙ୍କ କାର୍ଯ୍ୟାଳୟକୁ ପୁଲିସ ଘେରିଯାଇଥିଲେ । ଫଳରେ ସପା ନେତାମାନେ କାର୍ଯ୍ୟାଳୟରୁ ନବାହାରି ପାରିବାରୁ ଶେଷରେ ବାଧ୍ୟ ହୋଇ କାର୍ଯ୍ୟାଳୟ ପରିସରରେ ଜନ୍ମଦିନ ପାଳନ କରିଥିଲେ ।

କାର୍ଯ୍ୟାଳୟରେ ଥିବା ଗାନ୍ଧୀଙ୍କ ଚିତ୍ର ପ୍ରତିମା ଉପରେ ମାଲ୍ୟାର୍ପଣ କରିବା ସହିତ ସପା ନେତା ଗାଲିବ ଖାନ ଓ ଅନ୍ୟ ନେତାମାନେ କାନ୍ଦିବା ଆରମ୍ଭ କରିଦେଇଥିଲେ। ନେତାଙ୍କୁ ଏପରି କାନ୍ଦୁଥିବା ଦେଖି ଦଳୀୟ ନେତାମାନେ ଭିଡିଓ ଉଠାଇବା ସହିତ ଏହାକୁ ଭାଇରାଲ୍ କରିଦେଇଥିଲେ । ଏପରି କାନ୍ଦିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ଲୋକ ଅନେକ କମେଣ୍ଟ କରିଛନ୍ତି । କେହି କେହି ଏହାକୁ ଅଭିନୟ ବୋଲି କହୁଥିବା ବେଳେ କେହି କେହି ଅଜବ ଅଜବ କମେଣ୍ଟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.