ଦକ୍ଷିଣ-ପଶ୍ଚିମ ଚୀନ୍ ସିଚୁଆନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୮
6/09/2022 at 8:38 PM

ଚଙ୍ଗଡୁ ୬।୯: ଚୀନ୍ ସିଚୁଆନ ପ୍ରାନ୍ତ ଲୁଡିଂ କାଉଣ୍ଟିରେ ମଙ୍ଗଳବାର ଭୂମିକମ୍ପ ଅନୁଭୂତ ହୋଇଛି। କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ମପା ଯାଇଥିବା ବେଳେ ବଡବଡ ବିଲ୍ଡିଂ ପ୍ରଭାବିତ ହୋଇଛି। ଏହି ଶକ୍ତିଶାଳି ଭୂମିକମ୍ପ ଯୋଗୁ ଭୂ-ସ୍ଖଳନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି। ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିହ୍ନୁଆ ଅନୁସାରେ ଭୂମିକମ୍ପ ଯୋଗୁ ସ୍ୱୟଂ ଶାସିତ ତିବ୍ବତର ମୋକ୍ସି ସହରରେ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଫଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି।
At least 46 people killed after strong earthquake hits China’s Sichuan province – Xinhua#Chinaearthquake pic.twitter.com/WWADoioVrX
— Rani joshi (@RaniJoshi16) September 5, 2022
ଭୂମିକମ୍ପ ଯୋଗୁ ମୋକ୍ସିସହରରେ ୩୭ ଜଣଙ୍କର ଓ ଶିମିୟାନ କାଉଣ୍ଟିରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ମୋକ୍ସିର ବୋଲି ସିଚୁଆନ ବିପର୍ଯ୍ୟୟ ପିରଚାଳନା ବିଭାଗ ଅଧିକାରୀ ୱାଙ୍ଗ ଫେଙ୍ଗ କହିଛନ୍ତି। ପ୍ରଭାବିତ ଅଞ୍ଚଳରୁ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିସିଟିଭି ଭୂମିକମ୍ପ ପ୍ରଭାବିତ ପାର୍ବତ୍ୟାଞ୍ଚଳରେ ଏବେବି ପଥର ଓ ମାଟି ଧସୁଥିବାର ସୂଚିତ କରିଛି। ଫଳରେ ପାହାଡ ଢାଲୁରେ ହୋଇଥିବା ଘର ଲାଗି ବିପଦ ସୃଷ୍ଟି ହୋଇଛି। ଗାଞ୍ଜି ଓ ୟାନରୁ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଭୂମିକମ୍ପ ପରେ ରିଲିଫ ଓ ଉଦ୍ଧାର ପରିଚାଳନା ନିମନ୍ତେ ୬ ହଜାର ୫୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଚିନ୍ ଭୂମିକମ୍ପ ନେଟୱାର୍କ କେନ୍ଦ୍ର ଅନୁସାରେ ଭୂମିକମ୍ପ ସ୍ଥାନୀୟ ସମୟ ସୋମବାର ମଧ୍ୟାହ୍ନ ୧୨ଟା ୫୨ ମିନିଟ୍ରେ ଆସିଥିଲା।