ସରିଲା ସାଉଥ ସୁପରଷ୍ଟାର ନିତୀନଙ୍କ ନିର୍ବନ୍ଧ…ପ୍ରେମିକାଙ୍କୁ କରିବେ ବିବାହ
17/02/2020 at 10:44 AM

ମୁମ୍ବାଇ୧୭|୨: ସାଉଥ ସୁପରଷ୍ଟାର ନୀତିନ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ତାଙ୍କ ଲଙ୍ଗ ଟାଇମ୍ ଗାର୍ଲଫ୍ରେଣ୍ଡ ଶାଲିନୀ ରେଡ୍ଡିଙ୍କ ସହ ନିର୍ବନ୍ଧ କରିଛନ୍ତି। ଉଭୟଙ୍କ ନିର୍ବନ୍ଧ ହାଇଦ୍ରାବାଦରେ ହୋଇଛି।

ନିର୍ବନ୍ଧ ଫଟୋ ନୀତିନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ୨୦୦୨ମସିହାରେ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ନିତୀନ। ଏଯାଏଁ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିସାରିଲେଣି। ଶାଲିନୀ ୟୁକେ ୟୁନିଭର୍ସିଟିରେ ବିଜନେସ୍ ମ୍ୟାନେଜମେଣ୍ଟ ପଢ଼ୁଛନ୍ତି। ଗତ ୮ ବର୍ଷରୁ ଉଭୟ ରିଲେସନସିପ୍ରେ ରହିଥିଲେ।

ଲମ୍ବା ସମୟ ଯାଏଁ ପରସ୍ପରଙ୍କ ସହ ରହିବା ପରେ ଏବେ ସେମାନେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି। ନିତୀନ ନିଜ ବିବାହ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିବାହରେ ୫୦-୬୦ ଗେଷ୍ଟ ସାମିଲ ହେବେ। ରିପୋର୍ଟ ଅନୁସାରେ ଉଭୟଙ୍କ ପ୍ରି ୱେଡିଂ ଫଙ୍କସନ୍ ଏପ୍ରିଲ ମାସ ୧୫ ତାରିଖରେ ହେବ।

ପୁରା ରୀତି ନୀତି ସହ ଏପ୍ରିଲ ମାସ ୧୬ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବେ। ବିବାହ ପରେ ହାଇଦ୍ରାବାଦରେ ଉଭୟଙ୍କ ରିସେପ୍ସନ ପାର୍ଟିର ଆୟୋଜନ ହେବ ଯେଉଁଥିରେ ସାଉଥ୍ ଫିଲ୍ମ ଷ୍ଟାର ସାମିଲ ହେବେ। ନିତୀନଙ୍କ ଅପକମିଂ ଫିଲ୍ମ ଭିଷ୍ମା ରିଲିଜ ହେବ। ବିବାହ ପୂର୍ବରୁ ଏହି ଫିଲ୍ମ ଶୁଟିଂ ସାରିବାକୁ ଚାହାନ୍ତି ନିତୀନ।