LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଉଡ଼ନ୍ତା ବିମାନର ଡୋର୍ ଖୋଲି ଦେଲେ ଯାତ୍ରୀ; ମଝି ଆକାଶରେ ଝୁଲି ରହିଥିଲା ଜୀବନ

26/05/2023 at 6:38 PM

ନୂଆଦିଲ୍ଲୀ: ବିମାନର ଜରୁରୀକାଳୀନ ଗେଟ୍ ଖୋଲି ଦେଲେ ଯାତ୍ରୀ। ମଝି ଆକାଶରେ ଝୁଲି ରହିଥିବା ଜୀବନ ଅଳ୍ପକେ ବର୍ତ୍ତିଲା । ପାଇଲଟଙ୍କ ଚତୁରତା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି । ସୁରକ୍ଷିତ ଭାବେ ଫ୍ଲାଇଟକୁ ଅବତରଣ କରାଯାଇଛି । ଏଭଳି ଏକ ଅବିଶ୍ବନୀୟ ଘଟଣା ଘଟିଛି ଦକ୍ଷିଣ କୋରିଆର ଏକ ବିମାନରେ ।  ଫ୍ଲାଇଟ୍‌ଟି ୬୫୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବେଳେ ଜଣେ ବ୍ୟକ୍ତି ବିମାନର ଏମରଜେନ୍ସି ଗେଟ୍ ଖୋଲି ଦେଇଖିଲେ । ଫଳରେ ଯାତ୍ରୀମାନେ ଭୟଭୀୟ ହୋଇଯାଇଥିଲେ ।

ନ୍ୟୁଜ୍ ଏଜେନ୍ସି  ଏଏଏଫପି ରିପୋର୍ଟ ମୁତାବକ, ଏସିଆନା ଏୟାରଲାଇନ୍ସର ଏୟାରବସ୍ A321-200ରେ ପ୍ରାୟ ୨୦୦ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀ ସିୟୋଲରୁ ଡେଙ୍ଗୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ସିୟୋଲ ଠାରୁ ପ୍ରାୟ ୨୪୦ କିଲୋମିଟର ଦୂର ଡେଙ୍ଗୁ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରୁଥିବା ସମୟରେ ଜରୁରୀକାଳୀନ ଡୋର୍ ପାଖରେ ବସିଥିବା ଜଣେ ଯାତ୍ରୀ ଲିବର ଟାଣି ଦେଇଥିଲେ । ବିମାନଟି ୬୫୦ ଫୁଟ୍ ବା ୨୦୦ ମିଟର ଉଚ୍ଚତାରେ ଉଡ଼ୁଥିବା ବେଳେ ଗେଟ୍ ଖୋଲିଯାଇଥିଲା  । ଫଳରେ ବିମାନର ସନ୍ତୁଳନ ବିଗିଡ଼ିଯାଇଥିଲା ।

ଆକାଶରେ ଗେଟ୍ ଖୋଲିଯିବାରୁ ପ୍ରବଳ ବେଗରେ ବିମାନ ଭିତରକୁ ପବନ ପଶିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । କିଛି ଯାତ୍ରୀ ଅଣନିଶ୍ବାସୀ ହୋଇଯାଇଥିଲେ । ପରେ ପାଇଲଟ ଚତୁରତାର ସହିତ ବିମାନକୁ ଅବତରଣ କରିଥିଲେ । ଫଳରେ ୨୦୦ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି । ଏହି ଭୟଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ସେପଟେ ବିମାନଟି ଡେଗୁ ଏୟାରପୋର୍ଟ ସୁରକ୍ଷିତ ଭାବେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଘଟଣରେ ୯ଜଣ ଯାତ୍ରୀଙ୍କ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହେବାରୁ ଅଚେତ ହୋଇଯାଇଥିଲା । ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି ।  ଅନ୍ୟପଟେ ଜୁରରୀକାଳୀନ ଗେଟ୍ ଖୋଲିଥିବା ଯାତ୍ରୀକୁ ପୋଲିସ ଗିରଫ କରି ପଚରାଉଚରା କରାଯାଉଛି ବୋଲି ଏୟାରଲାଇନ୍ସ ପକ୍ଷରୁ ବୟାନ ଜାରି କରାଯାଇଛି ।  

   Related Posts