ଯୁଦ୍ଧ ସ୍ଥିତି ! ଉତ୍ତର କୋରିଆର ୧୮୦ ବିମାନକୁ ତଡ଼ିଲା ଦ.କୋରିଆ, ‘ଭିଜିଲାଣ୍ଟ ଷ୍ଟୋର୍ମ’ ଅବଧି ବଢିଲା

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ବଢୁଛି ତିକ୍ତତା । ସୀମାରେ ମୁହାଁମୁହିଁ ସ୍ଥିତିରେ ଉଭୟ ଦେଶ । ମିସାଇଲ ମାଡ଼ ପରେ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ କୋରିଆର ଦାବି ଅନୁସାରେ, ଉତ୍ତର କୋରିଆ ତାର ବାୟୁ ସୀମାରେ ପ୍ରାୟ ୧୮୦ ଯୁଦ୍ଧ ବିମାନ ଉଡାଇଛି।

ଦକ୍ଷିଣ କୋରିଆ ପ୍ରତିରକ୍ଷା ବିଭାଗର କହିବା ଅନୁଯାୟୀ, ଶୁକ୍ରବାର ଦିନ ଉତ୍ତର କୋରିଆର ଯୁଦ୍ଧ ବିମାନ, ମିଲିଟାରୀ ଡିମାର୍କସନ ଲାଇନର ୨୦ କିଲୋମିଟର ଉତ୍ତରରେ ଉଡୁଥିବା ଦକ୍ଷିଣ କୋରିଆ ସୈନ୍ୟ ଦେଖିବାକୁ ପାଇଥିଲେ । ପରେ ସମସ୍ତ ଯୁଦ୍ଧ ବିମାନକୁ ଘଉଡେଇଥିଲେ ।

ଅନ୍ୟପଟେ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସୈନ୍ୟ ଅଭ୍ୟାସ ଜାରି ରହିଛି । ‘ଭିଜିଲାଣ୍ଟ ଷ୍ଟୋର୍ମ’ ସେନା ଅଭ୍ୟାସରେ ପ୍ରାୟ ୨୪୦ରୁ ଅଧିକ ଲଡାକୁ ବିମାନ ସାମିଲ ହୋଇଛନ୍ତି । ଏହାକୁ ନେଇ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ କ୍ଷୁବ୍ଧ ଅଛନ୍ତି । ଗୁରୁବାର ଉଭୟ ଦେଶ ମିସାଇଲ ମାଡ଼ କରିଛନ୍ତି । ଗୋଟିଏ ମିସାଇଲ ଦକ୍ଷିଣ କୋରିଆର ସାମୁଦ୍ରିକ ତଟରେ ପଡ଼ିଥିବାବେଳେ ଅନ୍ୟ ଗୋଟିଏ ଜାପାନର ଆକାଶ ଦେଇ ପ୍ରଶାନ୍ତ ମହାସାଗରରେ ପଡ଼ିଛି । ଏହାକୁ ନେଇ ଦକ୍ଷିଣ କୋରିଆ ଓ ଜାପାନରେ ହାଇ-ଆଲର୍ଟ ଜାରି ହୋଇଛି ।

ସେପଟେ ଦକ୍ଷିଣ କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧାଭ୍ୟାସ ଗୋଟିଏ ଦିନକୁ ବୃଦ୍ଧି କରାଯାଇଛି । ଉଭୟ ଦେଶରେ ଏହି ସୈନ୍ୟ ଅଭ୍ୟାସରେ ୮୦ଟି ଯୁଦ୍ଧ ବିମାନ ସହିତ F-୩୫A ବିମାନ ସାମିଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.