ବିମାନରେ ଯିବା ପୂର୍ବରୁ ମପାଯିବ ଯାତ୍ରୀଙ୍କ ଓଜନ, କାହିଁକି ଜାରି ହୋଇଛି ଏମିତି ନିର୍ଦ୍ଦେଶନାମା ?
26/08/2023 at 1:04 PM

ସାଉଥ କୋରିଆ ୧୬/୦୮: ବିମାନ ଯାତ୍ରାରେ ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ । ଆଜି ଯାଏଁ ବିମାନ ଯାତ୍ରା ସମୟରେ ଲଗେଜ୍ ଓଜନ କରୁଥିବା ଦେଖିଥିବେ । ହେଲେ ଜାଣିଛନ୍ତି କି ଏଣିକି ଯାତ୍ରୀମାନଙ୍କ ଓଜନ ମାପିବାକୁ ନିଷ୍ପତ୍ତି ହୋଇଛି । ଯିଏ ଏହି ନୂଆ ନିର୍ଦ୍ଦେଶନାମା ଶୁଣୁଛି, ସେ ଆଶ୍ଚର୍ଯ୍ୟ ହେବା ସହ ବିବ୍ରତ ବି ହୋଇ ପଡିଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି ନିଷ୍ପତ୍ତି କେଉଁଠାରେ ନିଆଯାଇଛି ଏବଂ ଏହାର କାରଣ କ’ଣ?
କହିବାକୁ ଗଲେ ଦକ୍ଷିଣ କୋରିଆର ବୃହତ୍ତମ ବିମାନ କମ୍ପାନୀ କୋରିଆ ଏୟାରଲାଇନ୍ କହିଛି ଯେ ବିମାନରେ ଯିବା ପୂର୍ବରୁ ଯାତ୍ରୀଙ୍କ ଓଜନ ମପା ଯିବ । କୋରିଆ ଏୟାରଲାଇନ୍ସ କହିଛି ଯେ ବିମାନ ସୁରକ୍ଷା ପାଇଁ ଯାତ୍ରୀଙ୍କ ହାରାହାରି ଓଜନ ଏବଂ ସେମାନଙ୍କ ସହିତ ଆସୁଥିବା ବ୍ୟାଗକୁ ଓଜନ କରିବ । ଜୁନ୍ ମାସରେ ନ୍ୟୁଜିଲାଣ୍ଡରେ, ଏୟାର ନ୍ୟୁଜିଲାଣ୍ଡ ଦେଇ ଯାତ୍ରା କରୁଥିବା ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ମଧ୍ୟ ବିମାନ ପୂର୍ବରୁ ଓଜନ କରିବାକୁ ପଡ଼ିବ ।
କାହିଁକି ନିଆଯାଇଛି ଏମିତି ନିଷ୍ପତ୍ତି ?
ଡେଲି ମେଲ ରିପୋର୍ଟ ଅନୁଯାୟୀ, ରାଜଧାନୀ ସିଓଲର ଦୁଇଟି ବୃହତ ବିମାନବନ୍ଦରରୁ ଉଡ଼ୁଥିବା ଯାତ୍ରୀମାନଙ୍କୁ ସେଠାରେ ରଖାଯାଇଥିବା ଡିଜିଟାଲ ସ୍କେଲରେ ସେମାନଙ୍କର ଓଜନ ରେକର୍ଡ କରାଯିବ । ବିମାନ ଅପରେସନର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର କହିଛନ୍ତି । ଦକ୍ଷିଣ କୋରିଆର ଭୂମି, ଭିତ୍ତିଭୂମି ଏବଂ ପରିବହନ ମନ୍ତ୍ରଣାଳୟ (MOLIT) ସମସ୍ତ କୋରିଆ ଏୟାରଲାଇନ୍ସକୁ ସେମାନଙ୍କର ‘ବିମାନ ଓଜନ ଏବଂ ସନ୍ତୁଳନ ପରିଚାଳନା ମାନକ’ ଅଦ୍ୟତନ କରିବାକୁ କହିଛି।
ବିମାନ ଚଳାଚଳ ପାଇଁ ଏହା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି । କୋରିଆନ୍ ଏୟାର ନୂତନ ନିୟମ ମାନିଥାଏ ଏବଂ ନିରାପତ୍ତା ପାଇଁ ପ୍ରତିବଦ୍ଧ ଅଟେ । ବିମାନ ସେବା ବିଶ୍ୱାସ କରେ ଯେ ଯାତ୍ରୀଙ୍କ ସୁରକ୍ଷା ଏହାର ସବୁଠାରୁ ବଡ ପ୍ରାଥମିକତା ଅଟେ। ଏହି ନୂତନ ନିୟମ ଅଗଷ୍ଟ ୨୮ରୁ ଜିମ୍ପୋ ବିମାନବନ୍ଦରରେ ଲାଗୁ ହୋଇଥିବାବେଳେ ଇଞ୍ଚନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସେଗୁଡିକ ସେପ୍ଟେମ୍ବର ୮ ରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ଏହି ନୂତନ ନିଷ୍ପତ୍ତିକୁ ନେଇ ଲୋକମାନେ ଚିନ୍ତାରେ ପଡିଯାଇଛି ।
ଲୋକଙ୍କ ଚିନ୍ତାର କାରଣ କ’ଣ?
ସରକାରଙ୍କ ଏହି ନିଷ୍ପତ୍ତି ଫଲେ ଲୋକମାନେ ଚିନ୍ତାରେ ପଡିଯାଇଛନ୍ତି । ସେମାନଙ୍କ କହିବା କଥା ଆଣର ଗୋପନୀୟତା ପ୍ରତି ବିପଦ ଦେଖାଦେଇଛି । ଲୋକମାନେ କୁହନ୍ତି ଯେ ସମସ୍ତଙ୍କ ମଧ୍ୟରେ ଏହି ଉପାୟରେ ସେମାନଙ୍କର ଓଜନ ମପାଯିବ ଠିକ୍ ନୁହେଁ । ସେପଟେ ଯାତ୍ରୀମାନଙ୍କ ଓଜନ ହେବାର ଗୋପନୀୟତା ଉପରେ ଏହା ସମ୍ପୂର୍ଣ୍ଣ ଯତ୍ନ ନେବ ବୋଲି ଏୟାରଲାଇନ୍ସ କହିଛି । ଯାତ୍ରୀଙ୍କ ଓଜନ ମାଧ୍ୟମରେ ମିଳିଥିବା ତଥ୍ୟକୁ ସର୍ଭେ ପାଇଁ ବ୍ୟବହାର କରାଯିବ ବୋଲି କୁହାଯାଇଛି । ଏହାର ଆଦୌ ଅର୍ଥ ନୁହେଁ ଯେ ଯେଉଁ ଯାତ୍ରୀଙ୍କ ଓଜନ ଅଧିକ ହେବ, ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।
you can also read…