Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଖେଲା ହୋବେ ଥିମରେ ଝଲସିବ ପେଣ୍ଡାଲ୍, ବଙ୍ଗରେ କମ୍ପିବ ଦୂର୍ଗାପୂଜା

10/10/2021 at 3:04 PM

ପଶ୍ଚିମବଙ୍ଗ ୧୦/୧୦: ସର୍ବଦା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଏ ପଶ୍ଚିମବଙ୍ଗ । ସେ ରାଜନୀତି ହେଉ ଅବା ଅନ୍ୟ କାରଣ ପାଇ । ତେବେ ଏଠାକାର ଦୂର୍ଗାପୂଜା ସବୁଠାରୁ ନିଆରା ବୋଲି ଚର୍ଚ୍ଚା ହୁଏ । ଖାସ କରି ଏଠାକାରି ମୂର୍ତ୍ତି ସୁଉଚ୍ଚ ତୋରମ ଦେଖିଲେ ଆଖି ଲାଖିଯାଏ । ପ୍ରତିବର୍ଷ କିଛି ନା କିଛି ନୂଆ ଥିମ ରହିଥାଏ ପୂଜାରେ । ଏଥିର ମଧ୍ୟ ପେଣ୍ଡାଲରେ ଦେଖିବାକୁ ମିଳିବ ନିଆରା କାରୁକାର୍ଯ୍ୟ ।

ଖାସ୍ କରି ବିଧାନସଭା ନିର୍ବାଚନ ସମୟରେ ବେଶ ଲୋକପ୍ରିୟ ହୋଇଥିବା ଖେଲା ହୋବେ ଥିମରେ ଏଥର କମ୍ପିବ ପୂଜା ପେଣ୍ଡାଲ୍ । କାରଣ ଏହି ନାରା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଧାନସଭା ନିର୍ବାଚନ ଜିତିବା ସହିତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ସେ ସବୁକୁ ଦୃଷ୍ଟିରେ ରଖି ପାର୍ବଣ ଋତୁରେ ବି ଦେଖିବାକୁ ମିଳିଛି ‘ଖେଲୋ ହୋବେ’ର ଝଲକ ।

ସୂଚନା ଥାଉକି, ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ସାରା ଦେଶରେ ଆୟୋଜିତ ହେଉଛି ଦୁର୍ଗାପୂଜା । ଆଉ ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ ବିଭିନ୍ନ ଥିମ୍ ଉପରେ ନିର୍ମାଣ ହୋଇଛି ପୂଜା ପେଣ୍ଡାଲ । ବୁର୍ଜ ଖଲିଫା ହେଉ ଅବା କୃଷକ ଆନ୍ଦୋଳନ, ବିଭିନ୍ନ ଥିମ ଉପରେ ଚଳିତ ବର୍ଷ ପୂଜା ପେଣ୍ଡାଲ ଲୋକଙ୍କୁ ଆକର୍ଷିତ କରୁଛି । ହେଲେ ଦକ୍ଷିଣ କୋଲକାତାର ଏକ ପୂଜା ମଣ୍ଡପରେ ଏଥର ‘ଖେଲା ହୋବେ’ ଥିମକୁ ନେଇ ନିର୍ମାଣ ହୋଇଛି ମାଙ୍କ ପୂଜା ପେଣ୍ଡାଲ ।

ଯାହାକୁ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଖେଲା ହୋବେର ଡିଜାଇନ୍ ପ୍ରସ୍ତୁତ କରିଥିବା କଳାକାର ସୌମେନ୍ ଘୋଷଙ୍କ କହିବା କଥା ହେଉଛି, ଖେଲୋ ହୋବେ ନାରା ପୂରା ଭାରତରେ ଏବେ ପ୍ରସିଦ୍ଧ ହୋଇସାରିଛି । ତେଣୁ ଏହି ବିଷୟରେ ଏବେ ଛୁଆଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହ ଦେଖାଉଛନ୍ତି, ତେଣୁ ସେ ଏହି ଥିମ ଉପରେ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ।

   Related Posts