ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଗ୍ରୀସ୍‌ ରେ ନୌକା ଦୁର୍ଘଟଣା, ୨ଟି ଡଙ୍ଗା ବୁଡି ୧୭ ମୃତ, ୩୦ ନିଖୋଜ

6/10/2022 at 7:37 PM

ଗ୍ରୀସ୍ ୬।୧୦: ଗ୍ରୀସ୍‌ରେ ଗୁରୁବାର ବଡ଼ ଧରଣର ନୌକା ଦୁର୍ଘଟଣା ହୋଇଛି। ଶରଣାର୍ଥୀ ଓ ପ୍ରବାସୀଙ୍କୁ ନେଇ ଯାଉଥିବା ଦୁଇଟି ନୌକା ଦୁର୍ଘଟଣାଗ୍ରସ୍ତ ହୋଇ ବୁଡି ଯାଇଛନ୍ତି। ଫଳରେ ଏଥିରେ ଯାତ୍ରା କରୁଥିବା ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ଦକ୍ଷିଣ ଗ୍ରୀସ୍‌ର କଇଥିରା ଦ୍ୱୀପରେ ହୋଇଛି। ପାହାଡରେ ବାଡେଇ ହୋଇ ନୌକା ଦୁଇଟି ବୁଡି ଯାଇଛନ୍ତି।

ଦୁର୍ଘଟଣା କାଳରେ ଉଭୟ ନୌକାରେ ୧୩୦ରୁ ଊର୍ଦ୍ଧ୍ୱ ଲୋକଥିଲେ। ୮୦ ଜଣ ଉଦ୍ଧାର ହୋଇଥିବା ବେଳେ ୩୦ ଜଣ ଏବେବି ନିଖୋଜ ଅଛନ୍ତି। ନୌକା ପଥରରେ ବାଡେଇ ହେବା ଯୋଗୁ ଲୋକେ ଚିତ୍କାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଥିରେ ନୌକାରୁ ଛିଟକି ପଡିଥିବା ଲୋକେ ନିଜକୁ ବଞ୍ଚାଇବାକୁ ବେଶ୍ ଚେଷ୍ଟା କରୁଥିବା ଦେଖାଯାଇଥିଲା। ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ଯେଉଁ ଲୋକେ ପଥର ଚଟାଣରେ ଲାଗିଥିଲେ ସେମାନଙ୍କୁ ଦଉଡି ପକାଇ ଉପରକୁ ଉଠାଇଥିଲେ। ଉଦ୍ଧାର ହୋଇଥିବା ଲୋକଙ୍କୁ ନିକଟରେ ଥିବା ଏକ ବନ୍ଦ ସ୍କୁଲରେ ରଖା ଯାଇଛି। ନିଖୋଜ ଲୋକଙ୍କ ସନ୍ଧାନ ଲାଗି ଉଦ୍ୟମ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ କଇଥିରା ତୁର୍କିରୁ ପଶ୍ଚିମଦିଗରେ ପ୍ରାୟ ୪୫୦ କିଲୋମିଟର ଗଲେ ଜଳ ମାର୍ଗରେ ପଡେ। ଏହା ଏକ ଜଳ ମାର୍ଗ ଯାହାକୁ ପ୍ରାୟତଃ ତସ୍କରମାନେ ଗ୍ରୀସକୁ ବାଇପାସ କରି ଇଟାଲୀ ଯିବା ଲାଗି ବ୍ୟବହାର କରନ୍ତି। ନୌକା ଦୁଇଟି ସେହି ମାର୍ଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

   Related Posts