ସାଉଥ୍ ମୁହାଁ ରକୁଲ୍‌ ପ୍ରୀତ, କହିଲେ-ଏବେ ଅଧିକ ଫିଲ୍ମ ସାଇନ୍‌ କରିବି

Published By : Prameya-News7 Bureau | December 03, 2022 IST

ମୁମ୍ଵାଇ ୦୩।୧୨: ରକୁଲ ପ୍ରୀତ ସିଂହଙ୍କ ହାତରେ ଏବେ ଏକାଧିକ ସାଉଥ୍‌ ପ୍ରୋଜେକ୍ଟ । ସାଉଥ୍‌ରେ ଏକାଧିକ ହିଟ୍‌ ଫିଲ୍ମରେ ନଜର  ଆସିଥିବା ଏହି ସୁନ୍ଦରୀ ୨୦୧୪ ମସିହାରେ ବଲିଉଡ୍‌ରେ  ଏଣ୍ଟ୍ରି କରିବା ପରଠୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ବାନ୍ଧିହୋଇ ରହିଛନ୍ତି। ଏଠି ମଧ୍ୟ ଏକାଧିକ ହିଟ୍‌ ଫିଲ୍ମ ଦେଇ  ଦର୍ଶକଙ୍କ ମନ କିଣିବାରେ ସଫଳ  ହୋଇଛନ୍ତି । ‘ଐୟାରି’, ‘ଦେ ଦେ ପ୍ୟାର୍‌ ଦେ’, ‘ମର୍‌ଜାୱାଁ’ ଭଳି ସଫଳ  ଫିଲ୍ମରେ କାମ କରିବାର ସୁଯୋଗ ତାଙ୍କୁ ମିଳିଛି । ନିକଟରେ ମୁକ୍ତିପ୍ରାପ୍ତ  ‘ଡକ୍ଟର୍‌ ଜି’ ଫିଲ୍ମ ଜରିଆରେ ଖୁବ୍‌  ପ୍ରଶଂସା ସାଉଁଟୁଛନ୍ତି ରକୁଲ । 

ଏ ବର୍ଷ ରକୁଲ ପ୍ରାୟ ୫ଟି ବଲିଉଡ୍‌  ଫିଲ୍ମରେ ନଜର ଆସିଛନ୍ତି । କିନ୍ତୁ  ସାଉଥ୍‌ରେ ତାଙ୍କର କୌଣସି ଫିଲ୍ମ  ଏ ବର୍ଷ ରିଲିଜ୍‌ ହୋଇନାହିଁ । ତେବେ  କିଛି ଫିଲ୍ମର ସୁଟିଂ ସେ କରିଛନ୍ତି ଏବଂ  ସେଗୁଡ଼ିକର ରିଲିଜ୍‌ ହେବାକୁ ଅପେକ୍ଷା  କରିଛନ୍ତି । ଏବେ ଯାହା ଜଣାପଡୁଛି,  ରକୁଲ ଅଧିକ ସାଉଥ୍‌ ଫିଲ୍ମ ସାଇନ୍‌  କରିବାକୁ ଚାହୁଁଛନ୍ତି । ଏ ବିଷୟରେ ସେ  କହିଛନ୍ତି ‘ମୁମ୍ବାଇ ଆସିବା ପରଠୁ ଅଧିକ  ସାଉଥ୍‌ ପ୍ରୋଜେକ୍ଟ ମୁଁ ସାଇନ୍‌ କରିପାରି ନାହିଁ ।  ଏକାଧିକ ହିନ୍ଦୀ ଫିଲ୍ମରେ କାମ କରି ମୁଁ ବହୁତ  ଥକିପଡ଼ିଛି ।

ଏବେ କେବଳ ମୋ ହାତରେ ତାମିଲ  ଫିଲ୍ମ ‘ଇଣ୍ଡିଆନ୍‌-୨’ ଏବଂ ଏଲ୍‌ ବିଜୟଙ୍କ ନିର୍ଦ୍ଦେଶିତ  ଆଉ ଏକ ଫିଲ୍ମ ରହିଛି, ଯାହାର ସୁଟିଂ ଶେଷ ହୋଇଛି।  ଏଣିକି ସାଉଥ୍‌ ଉପରେ ମୋର ବେଶି ଫୋକସ୍‌  ରହିବ ।’  ସାଉଥ୍‌ରେ ଭଲ ପ୍ରୋଜେକ୍ଟ ଆସିଲେ, ନିଶ୍ଚିତ ଭାବେ ସେ  ସାଇନ୍‌ କରିବେ । ସମୟ ଅଭାବରୁ ସାଉଥ୍‌ ଫିଲ୍ମକୁ ସମୟ  ଦେଇପାରିନଥିବା ରକୁଲ ଏବେ ତେଲୁଗୁ ଓ ତାମିଲରେ  ନିଜ ଲୋକପ୍ରିୟତାକୁ ଖୁବ୍‌ ଝୁରୁଛନ୍ତି । ଖୁବ୍‌ଶୀଘ୍ର ଫିଲ୍ମ  ଜରିଆରେ ଲୋକଙ୍କ ଭଲପାଇବା ପାଇବାକୁ ସେ ଆଶା  ରଖିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.