scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ଇଂନିସ୍ ଖେଳିବେ ଥାଲାପତି ! ଇଣ୍ଟଷ୍ଟ୍ରିକୁ କରିବେ ବାଏ ବାଏ !

20/07/2023 at 1:27 PM

ମୁମ୍ବାଇ ୨୦।୦୭: ସାଉଥ୍ ଇଣ୍ଡଷ୍ଟ୍ରିର ଫେମସ୍ ଷ୍ଟାର୍ । ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି ବଡ ବଡ ଫିଲ୍ମ । କିନ୍ତୁ ଏବେ ଫିଲ୍ମ କ୍ୟାରିୟରକୁ କହିବେ ଅଲବିଦା । ଆପଣ ଭାବୁଥିବେ ଆମେ କାହା କଥା କହୁଛୁ । ଆମେ କହୁଛୁ ସାଉଥ୍ ସୁପରଷ୍ଟାର ବିଜୟ ଥାଲାପତିଙ୍କ ବିଷୟରେ । ଏ ନାଁ ସାଉଥ ଇଣ୍ଡଷ୍ଟ୍ରିର ଖୁବ୍ ପରିଚିତ । କୁହାଯାଉଛି କି ନୂଆ ଇଂନିସ୍ ଆରମ୍ଭ କରିବାକୁ ଯାଉଛନ୍ତି ବିଜୟ ।  ବାସ୍ତବରେ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଥାଲାପତି । ଏଥିପାଇଁ ଇଣ୍ଡଷ୍ଟ୍ରିରୁ ନେବାକୁ ଯାଉଥିବା ବ୍ରେକ୍ ।

ଚର୍ଚ୍ଚା ହେଉଛି କି ଫିଲ୍ମ ରିଲିଜ ପୂର୍ବରୁ ବିଜୟ ତାମିଲନାଡୁରେ ପଦଯାତ୍ରା କରିବେ । ଏବେ ପ୍ରଶ୍ନ ଉଠୁଛି, ତାମିଲ ସୁପରଷ୍ଟାର ଏପରି କାହିଁକି କରିବେ? କୁହାଯାଉଛି କି  ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିଜୟ ସଂପୂର୍ଣ୍ଣ ତାମିଲନାଡୁରେ ଏକ ପଦଯାତ୍ରା କରିବେ । କେବଳ ଏତିକିନୁହେଁ, ତାଙ୍କ ରାଜନୀତି ପ୍ରବେଶ ପରେ ବିଜୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ଲମ୍ବା ବିରତି ନେଇପାରନ୍ତି । ବିଜୟ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ପ୍ରାୟ ୩ ବର୍ଷ ଚଳଚ୍ଚିତ୍ରରୁ ବିରତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବ୍ରେକ୍ ନେବା ପୂର୍ବରୁ ‘ଲିଓ’ ହେବ ତାଙ୍କର ଶେଷ ଚଳଚ୍ଚିତ୍ର ।

ଅଭିନେତାଙ୍କ ରାଜନୀତିରେ ଡେବ୍ୟୁକୁ ନେଇ ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେତେବେଳେ ଗତ ଜୁନ୍ ମାସରେ ବିଜୟ ତାମିଲନାଡୁର ସମସ୍ତ ୨୩୪ ନିର୍ବାଚନମଣ୍ଡଳୀର ଦଶମ ଓ ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କୁ ସୁବିଧା ପ୍ରଦାନ କରିଥିଲେ । ୨୦୨୪ରେ ନିଜ ଦଳ ଗଠନ କରି ୨୦୨୬ରେ ସେ ନିର୍ବାଚନ ଲଢିପାରନ୍ତି । କିନ୍ତୁ ଅଭିନେତାଙ୍କ ପକ୍ଷରୁ ଏହାକୁ ନେଇ କୌଣସି ଅଫିସିଆଲ ଆନାଉସମେଣ୍ଟ କରାଯାଇ ନାହିଁ।

ତେବେ ତାମିଲ ସୁପରଷ୍ଟାରଙ୍କ ମୋଟ ସମ୍ପତି  ବିଷୟରେ କହିବାକୁ ଗଲେ ତାଙ୍କର ମୋଟ ସମ୍ପତି ୪୨୦ କୋଟି । ସେ ଗୋଟିଏ ଫିଲ୍ମ ପାଇଁ ନେଇଥାନ୍ତି ୧୦୦କୋଟିରୁ ଅଧିକ ଟଙ୍କା ।  ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ୍ କରନ୍ତି ବିଜୟ । ଫିଲ୍ମ କ୍ୟାରିଅରରେ ଯେତିକି ଫେମସ୍, ରାଜନୀତିରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ରହିଲା ।

You Can Read:

   Related Posts