ନା ସଲମାନ, ନା ଶାହରୁଖ ଖାନ୍‌, କାହାର ଫ୍ୟାନ୍‌ ଅଟନ୍ତି ଥଲାଇବା ?

Published By : Prameya-News7 Bureau | August 12, 2023 IST

ମୁମ୍ବାଇ ୧୨।୦୮:  ସୁପରଷ୍ଟାର ରଜନୀକାନ୍ତ । ଦୁନିଆର କୋଣ ଅନୁକୋଣରେ ଥଲାଇବାଙ୍କ ଫ୍ୟାନ୍‌ ଫଲୋଅର୍ସ । ବଲିଉଡ ଠାରୁ ସାଉଥ୍, ସବୁ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟରେ ଜିତିଛନ୍ତି ଫ୍ୟାନ୍‌ଙ୍କ ହୃଦୟ । ଏମିତିକି ରଜନୀକାନ୍ତଙ୍କ ନାଁରେ ରହିଛି ମନ୍ଦିର ।  କିନ୍ତୁ ଆପଣ ଜାଣନ୍ତି କି କେଉଁ ବଲିଉଡ ସୁପରଷ୍ଟାରଙ୍କ ବଡ ଫ୍ୟାନ୍‌ ଅଟନ୍ତି ରଜନୀକାନ୍ତ । ଥଲାଇବା ଅନେକ ସମୟରେ କହିଛନ୍ତି କି ସେ ସବୁ ଆକ୍ଟରଙ୍କ ଅଭିନୟରେ ପ୍ରଭାବିତ ହୁଅନ୍ତି । କିନ୍ତୁ ସେ କେବଳ ବଲିଉଡର ବିଗ୍‌ ବିଙ୍କ ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଫ୍ୟାନ୍ ଅଟନ୍ତି ।  ଏକଥା ଆମେ କହୁନୁ,  ଏକଥା ପ୍ରମାଣିତ ମଧ୍ୟ । 

{"id":829770,"sizeSlug":"full","linkDestination":"none"}

ବାସ୍ତବରେ ଥଲାଇବା ଅମିତାଭଙ୍କ ଏମିତି ଫ୍ୟାନ୍‌ ଯେ ସେ ବିଗ୍‌ବିଙ୍କ ସବୁ ଫିଲ୍ମର ରିମେକ୍‌ ଫିଲ୍ମରେ ଅଭିନୟ କରିଛନ୍ତି । ଏମିତିକି ଅନେକ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି । ବିଗ୍‌ ବି ଏବଂ ଥଲାଇବା ଅନ୍ଧା କାନୁନ୍, ହମ୍‌ ଏବଂ  ଗିରଫଦାର ପରି ଫିଲ୍ମରେ ଅଭିନୟ କରିଛନ୍ତି । ଏହାବ୍ୟତୀତ ଅମିତାଭ ରଜନୀକାନ୍ତଙ୍କ ଫିଲ୍ମ କୋଚାଦାଇୟାନ ପାଇଁ ଭଏସ୍‌ ମଧ୍ୟ ଦେଇଛନ୍ତି ।

{"id":829771,"sizeSlug":"full","linkDestination":"none"}

 ଅମିତାଭ ଏବଂ ରଜନକାନ୍ତଙ୍କ ଭଲପାଇବା ଏଥିରୁ ଜାଣି ହେବ । ଅର୍ଥାତ୍ ଅମିତାଭଙ୍କ ଅନେକ ହିନ୍ଦୀ ଅଭିନୀତ ଫିଲ୍ମର ରିମେକ୍‌ରେ କାମ କରିଛନ୍ତି ରଜନୀକାନ୍ତ । ଅମିତାଭଙ୍କ ସୁପରହିଟ୍ ଫିଲ୍ମ ଦିୱାର ତାମିଲରେ "ଥି" ଭାବରେ ପୁନଃନିର୍ମାଣ କରାଯାଇଥିଲା । ଆଉ ରଜନୀକାନ୍ତ ଏଥିରେ ଅମିତାଭ ଭୂମିକାରେ ଅଭିନୟ କରିଥିଲେ । ତାମିଲ ଚଳଚ୍ଚିତ୍ର ବିଲା ଅମିତାଭଙ୍କ ଫିଲ୍ମ ଡନ୍ ର ରିମେକ୍ ଥିଲା ।

{"id":829772,"sizeSlug":"full","linkDestination":"none"}

ଅମିତାଭଙ୍କ ଅଭିନୟର ସବୁଠାରୁ ବଡ ଉଦାହରଣ ହେଉଛି ରଜନୀକାନ୍ତଙ୍କ "ନାନ ବାଜୱାଇପେନ" । ଏହି ଫିଲ୍ମ ଅମିତାଭ ବଚ୍ଚନଙ୍କ ଅଭିନିତ ଫିଲ୍ମ ମଜବୁରର ରିମେକ୍‌ ।  ଅମିତାଭ ଓ ରେଖାଙ୍କ ଅଭିନୀତ ଫିଲ୍ମ ଖୁନ୍‌ ପସିନାର ରିମେକ୍‌ "ଶିବା" ଏବଂ ଆଉ ସୁପରହିଟ୍‌ ଫିଲ୍ମ ଲାବାରିସର ରିମେକ୍‌ ହେଉଛି "ପାନକରଣ" । ଏପରି ଅନେକ ଫିଲ୍ମ ଅଛି ଯେଉଁଥିରେ ଅମିତାଭଙ୍କ ଭୂମିକାରେ ଅଭିନୟ କରିଛନ୍ତି ରଜନୀକାନ୍ତ ।

{"id":829773,"width":842,"height":632,"sizeSlug":"full","linkDestination":"none"}

ଏହାର ଆଉ ଏକ ଉଦାହରଣ ହେଉଛି ଅମିତାଭଙ୍କ ଫିଲ୍ମ 'ଅମର-ଆକବର-ଆନ୍ଥୋନି' । ଯାହା ତେଲୁଗୁ ଭାଷାରେ 'ରାମ-ରୋବର୍ଟ-ରହୀମ' ଭାବେ ନିର୍ମିତ ହୋଇଥିଲା । କିନ୍ତୁ ଏଥିରେ ରଜନୀକାନ୍ତଙ୍କୁ ବିନୋଦ ଖାନ୍ନାଙ୍କ ଭୂମିକାରେ ଅଭିନୟ କରିବାକୁ ପଡିଥିଲା । ଯେଉଁଥିପାଇଁ ଖୁସି ନଥିଲେ ଥଲାଇବା । ଆଉ ପୁଣି ଥରେ ତାମିଲରେ ଏହି ଫିଲ୍ମର ରିମେକ୍‌ ହୋଇଥିଲା । ଯାହାର ଟାଇଟଲ୍‌ ଥିଲା 'ଶଙ୍କର ସଲିମ ସାଇମନ୍' । ଏଥିରେ ରଜନୀକାନ୍ତ ସାଇମନ୍ ଭୂମିକାରେ ଅଭିନୟ କରିଥିଲେ । ଯାହାକି ଅମିତାଭ ଫିଲ୍ମରେ ଆନ୍ଥୋନୀ ଭୂମିକାରେ ଅଭିନୟ କରିଥିଲେ । ଏବେ ଆପଣ ନିଶ୍ଚୟ ଜାଣିପାରୁଥିବେ ଅମିତାଭ ବଚ୍ଚନଙ୍କ କେତେ ବଡ ଫ୍ୟାନ୍‌ ହେଉଛନ୍ତି ରଜନୀକାନ୍ତ ।  

You Can Read:

wp:embed {"url":"https://www.prameyanews7.com/jaya-prada-gets-sentenced-6-months-jai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jaya-prada-gets-sentenced-6-months-jai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.