scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୟସ ମାତ୍ର ୨୨ ବର୍ଷ, ଫ୍ଲାଇଟ୍‌ରେ ଯାଆନ୍ତି ଅଫିସ୍‌, କୁହନ୍ତି ୨୦୦୦କିମି ଯାତ୍ରା ପଡେ ଶସ୍ତା 

5/12/2023 at 10:59 AM

ନୂଆଦିଲ୍ଲୀ ୦୫।୧୨: ସାଧାରଣତଃ ଲୋକମାନେ ବସ୍, ଲୋକାଲ୍‌ ଟ୍ରେନ୍, କ୍ୟାବ୍ କିମ୍ବା ନିଜ ଗାଡିରେ ଅଫିସକୁ ଯାଆନ୍ତି । କିନ୍ତୁ କେବେ ଆପଣ ଶୁଣିଛନ୍ତି କେହି ଫ୍ଲାଇଟ୍‌ରେ ଅଫିସକୁ ଯିବା ? ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏପରି ଏକ ଦାବି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବତୀ । ଏହି ଯୁବତୀ ନିଜ ସ୍ବପ୍ନ ପୁରଣ କରିବାକୁ ୨୦୦୦ କିଲୋମିଟର ଦୂରରେ ଥିବା ତାଙ୍କ ଅଫିସ୍‌କୁ ଫ୍ଲାଇଟ୍‌ରେ ଯାଆନ୍ତି ।

ଖାସ୍‌ କଥା ହେଉଛି ଏହି ଯୁବତୀ ଜଣକ ଅଫିସ୍‌ରେ କୌଣସି କର୍ମଚାରୀ ନୁହନ୍ତି, ସେ ଜଣେ ଇଣ୍ଟର୍ଣ । ଏ ହେଉଛନ୍ତି ଦକ୍ଷିଣ କାରୋଲିନାର ସୋଫିଆ ସେଲେଣ୍ଟାନୋ । ବୟସ ମାତ୍ର ୨୨ ବର୍ଷ । ଆଜିକାଲି ସେ ଖୁବ୍ ଚର୍ଚ୍ଚାରେ । ସେ ଦକ୍ଷିଣ କାରୋଲିନାରୁ ନ୍ୟୁ ଜର୍ସି ଯାଆନ୍ତି ଫ୍ଲାଇଟ୍‌ରେ । ସୋଫିଆ ହେଉଛନ୍ତି ଜଣେ ଟିକ୍‌ଟକର୍ । ସେ କର୍ପୋରେଟ୍‌ ସେକ୍ଟରରେ ତାଙ୍କର ଡ୍ରିମ୍‌ ଜବ୍‌ ପାଇଛନ୍ତି । କିନ୍ତୁ ନ୍ୟୁ ଜର୍ସିରେ ରହିଛି ତାଙ୍କର ଅଫିସ୍ ।

 ଏହି କମ୍ପାନୀରେ ଇଣ୍ଟର୍ନସିପ୍‌ କରିବା ତାଙ୍କର ବଡ ସ୍ବପ୍ନ ଥିଲା । ଆଉ ତାଙ୍କୁ ଏହି ଜବ୍‌ ମିଳିଛି । କିନ୍ତୁ ସୋଫିଆ ହେଉଛନ୍ତି ଦକ୍ଷିଣ କାରୋଲିନା ବାସିନ୍ଦା । । ଯାହା ୨୦୦୦କିଲୋମିଟର ଦୂର । ଏଥିପାଇଁ ସେ ପ୍ରତିଦିନ ଫ୍ଲାଇଟ୍‌ରେ ଅଫିସ୍‌ ଯାଆନ୍ତି । ସୋଫିଆଙ୍କ କହିବା କଥା ହେଉଛି ଫ୍ଲାଇଟ୍‌ରେ ଅଫିସ୍‌ ଯିବା ଆସିବା କରିବା ତାଙ୍କୁ ଶସ୍ତା ହେଉଛି । ଏବେ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଏତେ ଦୂର ଫ୍ଲାଇଟ୍‌ରେ ଯିବା କେମିତି ଶସ୍ତା ? ସୋଫିଆ ନିଜେ ହିଁ ଏହାର ଖୁଲାସା କହିଛନ୍ତି । ଆସନ୍ତୁ ଜାଣିବା କଣ କହୁଛନ୍ତି ସେ…

ସୋଫିଆ ନିଜ ଫଲୋଅର୍ସଙ୍କୁ ଏ କଥା ସୋଶିଆଲ୍‌ ମିଡିଆରେ ପୁରା କହିଥିଲେ । ସୋଫିଆ କହିଛନ୍ତି ‘ମୁଁ ଏକ ବିଜ୍ଞାପନ ଏଜେନ୍ସିରେ ୧୦ ସପ୍ତାହ ପାଇଁ ହାଇବ୍ରିଡ୍ ସମର୍‌ ଇଣ୍ଟର୍ନସିପ୍ କରୁଛି । ମୋତେ ସପ୍ତାହରେ ଗୋଟିଏ ଦିନ ନ୍ୟୁ ଜର୍ସି ଅଫିସକୁ ଯିବାକୁ ପଡିଥାଏ । କିନ୍ତୁ ନ୍ୟୁଜର୍ସିରେ ଘର ଭଡା ଏବଂ ବିମାନ ଟିକେଟକୁ ହିସାବ କରି ମୁଁ ଫ୍ଲାଇଟ୍‌ରେ ଯିବାଆସିବା କରୁଛି ।

ସପ୍ତାହରେ ଗୋଟିଏ ଦିନ ଯାତ୍ରା କରିବା ଶସ୍ତା ହେଉଛି । ତେଣୁ ଅଫିସ୍ ନିକଟରେ ଘର ଭଡା ନେବା ବଦଳରେ ପରିବାର ସହିତ ଦକ୍ଷିଣ କାରୋଲିନାରେ ରହିବା ବହୁତ ଭଲ । ଏଥିପାଇଁ ମୁଁ ଫ୍ଲାଇଟରେ ଯାତ୍ରା କରୁଛି । ସୋଫିଆ ଅଫିସ ପାଇଁ ରେଡି ହେବାକୁ ସପ୍ତାହକୁ ଥରେ ସକାଳ ୩.୪୫ରେ ଉଠିଥାନ୍ତି । ରେଡି ହେବା ପରେ ସେ ନିଜେ ଏୟାରପୋର୍ଟକୁ ଯାଆନ୍ତି କିମ୍ବା ତାଙ୍କ ମାତାପିତା ତାଙ୍କୁ ଛାଡିବାକୁ ଯାଆନ୍ତି  ।

ସେ ୬.୩୦ରେ ଫ୍ଲାଇଟ୍‌ ଧରିଥାନ୍ତି ଏବଂ ସକାଳ  ୮ଟାରେ ନ୍ୟୁ ଜର୍ସିରେ ଲ୍ୟାଣ୍ଡ କରିଥାଏ ତାଙ୍କ ଫ୍ଲାଇଟ୍‌ । ଏହାପରେ ସେ ନିଜ ଅଫିସ୍‌ରେ ପହଞ୍ଚିବା ପାଇଂ ୪୫ ମିନିଟ କ୍ୟାବରେ ଯାଇଥାନ୍ତି । ଆଉ ଠିକ୍‌ ୯ଟାରେ ତାଙ୍କ ଡେସ୍କରେ ରହିଥାନ୍ତି । ସୋଫିଆ କହିଛନ୍ତି ଯେ ସେ ବିମାନର ଝରକାରେ ସୂର୍ଯ୍ୟୋଦୟ ଦେଖିବାକୁ ପସନ୍ଦ କରନ୍ତି । ସୋଫିଆ କହିଛନ୍ତି କି ସେ ତାଙ୍କ ଫ୍ଲାଇଟ୍‌ ‘ତିନିରୁ ଚାରି ସପ୍ତାହ’ ପୂର୍ବରୁ ବୁକ୍ କରନ୍ତି । ଯାହା ଦ୍ବାରା ଟିକେଟ୍‌ ଶସ୍ତା ହୋଇଥାଏ ।

 ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ଦିନର ଟ୍ରିପ୍‌ ପାଇଁ ଫ୍ଲାଇଟ୍‌ର ଟିକେଟ୍ ୧୦୦ଡଲାର ରହିଥାଏ । ଏହାପରେ କ୍ୟାବ ପାଇଁ ୧୦୦ ଡଲାର୍ ଦେଇଥାନ୍ତି ସୋଫିଆ  । କିନ୍ତୁ ଯଦି ନ୍ୟୁୟର୍କ ସିଟି କିମ୍ବା ନ୍ୟୁ ଜର୍ସିରେ ରହିଥାନ୍ତେ ତେବେ ସେ ପ୍ରତି ମାସରେ ହଜାର ହଜାର ଟଙ୍କା କେବଳ ଘର ଭଡ଼ାରେ ଖର୍ଚ୍ଚ କରିବାକୁ ପଡିଥାନ୍ତା । ସେଥିପାଇଁ ଫ୍ଲାଇଡ୍‌ରେ ଅଫିସ୍‌ ଯିବାକୁ ପସନ୍ଦ କରନ୍ତି ସୋଫିଆ ।  

You Can Read:

   Related Posts