ଆଫଗାନିସ୍ତାନରେ ଚାଲିବ ସାରିଆ ଆଇନ : କେହି ଦେଶ ନ ଛାଡିବାକୁ ବୋଲି ନିବେଦନ କଲା ତାଲିବାନ୍

Published By : Prameya-News7 Bureau | September 08, 2021 IST

କାବୁଲ ୦୮/୦୯ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ କାବୁ କରିବାର ୨୨ ଦିନ ପରେ ତାଲିବାନ ନିଜ ସରକାର ଘୋଷଣା କରିଛି। ତାଲିବାନର ମୁଖ୍ୟ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଏବେ ଏହି ଦେଶରେ ସାରିଆ ଆଇନରେ ଚାଲିବ। ଏନେଇ ଘୋଷଣା କରିଛି ତାଲିବାନ । ବର୍ତ୍ତମାନ ଗଠନ ହୋଇସାରିଛି ତାଲିବାନ ସରକାର । ତାଲିବାନର ଏହି ନୂଆ କ୍ୟାବିନେଟ୍‌ରେ ଅନେକ ଏଭଳି ମୁହଁ ରହିଛି, ଯାହାଙ୍କ ନାଁ ବିଶ୍ୱ ଆତଙ୍କବାଦୀ ଟପ୍ ଲିଷ୍ଟରେ ସାମିଲରେ ଅଛି। କ୍ୟାବିନେଟ ଘୋଷଣା ସହ ତାଲିବାନ ତା’ର ନୂଆ ନୀତିର ମଧ୍ୟ ଘୋଷଣା କରିଛି। ଆଫଗାନିସ୍ତାନରେ ଏବେ ସାରିଆ ଆଇନ ଅନୁଯାୟୀ ଶାସନ ଚାଲିବ ବୋଲି ତାଲିବାନ କହିଛି।

ଆଇନ ଅନୁଯାୟୀ ଦେଶର ସମସ୍ୟା ସମାଧାନ କରାଯିବ। ଗତ ଦୁଇ ଦଶକ ଧରି ଆମେ ସଂଘର୍ଷ କରିଛୁ। ଏହି ସଂଘର୍ଷର ଏକମାତ୍ର ଉଦ୍ଦେଶ୍ୟ ଥିଲା ପ୍ରଥମେ ବିଦେଶୀ ସୈନ୍ୟଙ୍କୁ ଦେଶରୁ ବାହାର କରିବା ଏବଂ ପରେ ନିଜ ଇସ୍‌ଲାମିକ ବ୍ୟବସ୍ଥା ଲାଗୁ କରିବା ବୋଲି ତାଲିବାନ କହିଛି। ଇସଲାମିକ ଦେଶର କାହାରି ସହିତ କୌଣସି ଅସୁବିଧା ନାହିଁ, ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତବାସ ପୁଣି ଆରମ୍ଭ କରିବା ଉଚିତ୍। ଏଥିସହ ଆଫଗାନିସ୍ତାନ ନଛାଡିବା ପାଇଁ ଲୋକଙ୍କୁ ତାଲିବାନ ନିବେଦନ କରିଛି।

ତାଲିବାନର ମୁଖ୍ୟ ମୁଖପାତ୍ର ଜାବିବୁଲ୍ଲା ମୁଜାହିଦ୍ କହିଛନ୍ତି, କି ଏହା ଅଧୀନରେ ଭବିଷ୍ୟତରେ ଆଫଗାନିସ୍ତାନରେ ସରକାର ଏବଂ ସାଧାରଣ ଲୋକଙ୍କ ଜୀବନ ସାରିଆ ଆଇନ ଅନୁଯାୟୀ ଚାଲିବ। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ନୂତନ ସରକାରଙ୍କ ପ୍ରୟାସ ଚାଲିଛି ଏବଂ ଆଗକୁ ପରିବେଶ ଆହୁରି ସୁଦୃଢ଼ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.