ଆଫଗାନିସ୍ତାନରେ ଗର୍ଭନିରୋଧକ ବ୍ୟାନ, ଜନସଂଖ୍ୟା ନିୟନ୍ତ୍ରଣ ପଶ୍ଚିମ ଶକ୍ତିର ଷଡ଼ଯନ୍ତ୍ର କହିଲା ତାଲିବାନ

Published By : Prameya-News7 Bureau | February 18, 2023 IST

କାବୁଲ: ଆଫଗାନିସ୍ତାନରେ ଗର୍ଭନିରୋଧକ ବ୍ୟାନ। ମହିଳାଙ୍କୁ ଉଚ୍ଚଶିକ୍ଷା ବ୍ୟାନ ପରେ ଏବେ ଗର୍ଭନିରୋଧକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତାଲବାନ ସରକାର । ମହିଳାଙ୍କ ଦ୍ବାରା ଗର୍ଭନିରୋଧକ ବ୍ୟବହାର ମୁସଲିମ ସଂପ୍ରଦାୟରେ ଜନସଂଖ୍ୟା କଣ୍ଟ୍ରୋଲ କରିବାର ଏକ ପଶ୍ଚିମ ଦେଶ ମାନଙ୍କର ଏକ ଚକ୍ରାନ୍ତ ବୋଲି ଦାବି କରିଛନ୍ତି ।

ଦି ଗାର୍ଡିଆନ୍ ଅନୁଯାୟୀ, ତାଲିବାନ ସଂଗଠନର ସଦସ୍ୟ ମାନେ ଘର ଘର ବୁଲି ଛାନବିନ୍ କରୁଛନ୍ତି । ମହିଳାଙ୍କୁ ଗର୍ଭନିରୋଧକ ବ୍ୟବହାର ନକରିବାକୁ ଧମକ ଦିଆଯାଉଛି । ସେହିପରି ସହରରେ ଥିବା ଦୋକାନମାନଙ୍କରେ ନିରୋଧକ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।  ତାଲିବାନ ସଂଗଠନର ସଦସ୍ୟମାନେ ବିଭିନ୍ନ ଫାର୍ମାସିକୁ ଯାଞ୍ଚ କରୁଥିବା ଅଭିଯୋଗ ହୋଇଛି ।

ତାଲିବାନୀ କମାଣ୍ଡରଙ୍କ କହିବା କଥା, ଦେଶରେ ମୁସଲିମ୍ ସଂପ୍ରଦାୟର ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମୀ ଚିନ୍ତାଧରା ବଢାଇବା ସହିତ ସମାନ, ଏହାକୁ ଦେଶରେ ଅନୁମତି ଦିଆଯିବ ନାହିଁ। ତେଣୁ ଅନାବଶ୍ୟକ କାମରୁ ଦୂରେଇ ରହିବା ଜରୁରୀ । ଗର୍ଭନିରୋଧକ ବିକ୍ରି ଉପରେ ପ୍ରତିବନ୍ଧକ ଲଗିଥିବା କାବୁଲ ଓ ମଜାର-ଏ-ଶରିଫର ଅନ୍ୟ ଫାର୍ମାସିଷ୍ଟ ମାନେ କହିଛନ୍ତି । ଏହା ସହିତ ଅନ୍ୟ କୌଣସି ଜନସଂଖ୍ୟା ନିୟନ୍ତ୍ରଣ ଔଷଧକୁ ଦୋକନାରେ ନରଖିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।     

ଆଫଗାନିସ୍ତାନରେ ନିରୋଧକ ବ୍ୟବହାର କରି ଜନସଂଖ୍ୟା ନିୟନ୍ତ୍ରଣ କରିବା ପଶ୍ଚିମୀ ଦେଶମାନଙ୍କର ଏକ ବଡ଼ ଷଡ଼ଯନ୍ତ୍ର ବୋଲି ତାଲିବାନ ସଂଗଠନ କହିଛନ୍ତି । ପୂର୍ବରୁ ଦେଶରେ ତାଲିବାନ ସରକାର ମହିଳାଙ୍କ ଉଚ୍ଚଶିକ୍ଷାକୁ ବ୍ୟାନ କରିଥିଲା । ଦେଶରେ ବୁର୍ଖା ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.