ଜମାନ ପାର୍କ ରଣକ୍ଷେତ୍ର; ଇମ୍ରାନ ଖାନଙ୍କୁ ଗିରଫ ପାଇଁ ଆସିଥିବା ପୋଲିସ ନାକେଦମ, ଶତାଧିକ ପ୍ରଦର୍ଶନକାରୀ ଗିରଫ
15/03/2023 at 11:13 AM

ଇସଲାମାବାଦ: ଇମ୍ରାନଙ୍କ ଗିରଫକୁ ବିରୋଧ, ଜମାନ୍ ପାର୍କରେ ପ୍ରଦର୍ଶନ । ପଥର ମାଡ଼ ଓ ଗୁଳିମାଡ଼ରେ ଲହୁ-ଲୁହାଣ ପ୍ରଦର୍ଶନକାରୀ ଓ ପୋଲିସ । ରଣ କ୍ଷେତ୍ର ପାଲଟିଲା ଲାହୋରର ଜମାନ୍ ପାର୍କ ଅଞ୍ଚଳ । ଟିୟର ଗ୍ୟାସ ମାଡ଼ରେ ଧୁଆଁ ଧୁଆଁ ହୋଇଛି ସ୍ଥାନୀୟ ଅଞ୍ଚଳ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଇମ୍ରାନ ଖାନଙ୍କୁ ଗିରଫ ପାଇଁ ଆସିଥିବା ପୋଲିସକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ପାକିସ୍ତାନର ପ୍ରମୁଖ ସହର ଲାହୋରର ଜାମାନ ପାର୍କ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ବେଳେ ପୋଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି । ଲୋକଙ୍କ ଆକ୍ରୋଶରେ ଇମ୍ରାନ ଖାନଙ୍କ ବାସଭବନ ସାମ୍ନାରେ ପୋଲିସ ଲଗାଇଥିବା ବ୍ୟାରିକେଟକୁ ବାଧ୍ୟ ହୋଇ ହଟାଇ ଦେଇଛି ।
ପାକିସ୍ତାନ ଗଣମାଧ୍ୟମ ଡନ୍ ନ୍ୟୁଜର ରିପୋର୍ଟ ଅନୁଯାୟୀ, ପିଟିଆଇ କାର୍ଯ୍ୟକର୍ତ୍ତାମାନେ ଇମ୍ରାନ ଖାନଙ୍କ ବାସଗୃହ ଘେରିବା ସହିତ କୈନାଲର ରୋଡକୁ ବ୍ଲକ୍ କରି ଦେଇଥିଲେ । ଏହା ସହିତ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ । କେବଳ ଜାମାନ ପାର୍କ ନୁହେଁ, ପେଶାଓ୍ବାର, ରାଓଲପିଣ୍ଡି ମଧ୍ୟରେ ପ୍ରଦର୍ଶନ ଆରମ୍ଭ ହୋଇଛି । ଇମ୍ରାନ ଖାନାଙ୍କ ସମର୍ଥକ ପୋଲିସ ଉପରକୁ ପଥରମାଡ଼ କରିଥିଲେ । ପୋଲିସ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିବା ସହିତ ଟିୟର ଗ୍ୟାସ ମାଡ଼ କରିଥିଲେ । ଏଥିରେ ପୋଲିସ କର୍ମୀ ସହିତ କିଛି ପିଟିଆଇର କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ଅନେକ ପ୍ରଦର୍ଶନକାରୀଙ୍କ ଗିରଫ କରିଛି ।
ସେପଟେ ଏହି ଘଟଣା ପରେ ଇମ୍ରାନ ଖାନା ଟ୍ବିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ଭିଡିଓ କ୍ଲିପ୍ ସେୟାର କରି କହିଛନ୍ତି, ତାଙ୍କୁ ଯେଉଁ ଭଳି ଭାବେ ପୋଲିସ ଟାର୍ଗେଟ୍ କରୁଛି, ତାହା ପାକିସ୍ତାନ ଇତିହାସରେ ପ୍ରଥମ । କୌଣସି କାରଣ ନଥାଇ ତାଙ୍କୁ ଅଜଥା ହଇରାଣ କରାଯାଉଛି ବୋଲି କହିଛନ୍ତି । ୧୮ ତାରିଖରେ ଜାମିନ ତାରିଖ ଥିଲେ ମଧ୍ୟ ପୋଲିସ ଜାଣିଶୁଣି ଏଭଳି କାଣ୍ଡ ଭିଆଉଛି ।
چیئرمین عمران خان کا قوم نے نام اہم ترین پیغام!
— PTI (@PTIofficial) March 14, 2023
pic.twitter.com/nrDmkIkYp2
ସୂଚନା ଅନୁଯାୟୀ, ଅଦାଲତ ଆଦେଶରେ ଇମ୍ରାନ ଖାନାକୁ ଗିରଫଦାରୀ ପାଇଁ ପୋଲିସ ତାଙ୍କ ଘର ପାଖରେ ପହଞ୍ଚିଥିଲା । ଏହି ସମୟରେ ପିଟିଆଇ କର୍ମୀ ପ୍ରଦର୍ଶନ କରିବା ସହିତ ପୋଲିସକୁ ଆକ୍ରମଣ କରିଥିଲେ ।