ନୂଆଦିଲ୍ଲୀ ୨୯/୦୧: ଅବସର ନେଲେ ସାଉଥ ଆଫ୍ରିକାର ଦିଗ୍ଗଜ ଅମ୍ପାୟାର ମରାଇସ୍ ଇରାସ୍ମସ୍ । ଇରାସ୍ମସ୍ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ର ସିରିଜ ପରେ ଆଉ ଅମ୍ପାୟାରିଂ କରୁଥିବା ନଜର ଆସବେନି । ୬୦ ବର୍ଷୀୟ ଇରାସ୍ମସ୍ ୮୧ଟି ଟେଷ୍ଟ, ୧୨୪ ଦିନିକିଆ ଏବଂ ୪୩ଟି T-20 ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ଅମ୍ପାୟାରିଂ କରିଥିଲେ ।
ସେତିକି ନୁହେଁ ଇରାସ୍ମସ୍ ସବୁ ଫର୍ମାଟକୁ ମିଶାଇ ମୋଟ ୧୩୧ ମ୍ୟାଚ୍ରେ ଟିଭି ଅମ୍ପାୟାର ଭୁମିକା ନିଭାଇଛନ୍ତି । ଏହା ବାଦ୍ ଇରାସ୍ମସ୍ ୧୮ ମହିଳା ଅନ୍ତରାଷ୍ଟ୍ରୀୟ T-20, ୬୧ ଫାଷ୍ଟ କ୍ଲାସ୍, ୬୬ ଲିଷ୍ଟ-ଏ ଏବଂ ୧୫୦ଟି T-20 ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି । ଅମ୍ପାୟାରିଂ ପୂର୍ବରୁ ଇରାସ୍ମସ୍ ଘରୋଇ କ୍ରିକେଟରେ ସିମ୍-ବୋଲିଂ ଅଲରାଉଣ୍ଡର ଥିଲେ ।
ଏହା ବାଦ୍ ଇରାସ୍ମସ୍ ୫୩ ଫାଷ୍ଟ କ୍ଲାସ୍ ଏବଂ ୫୪ ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି । ୨୦୦୬ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ଅମ୍ପାୟାରିଂ କରୁଥିବା ଇରାସ୍ମସ୍ ତିନି ଥର ୨୦୧୬, ୨୦୧୭ ଏବଂ ୨୦୨୧ରେ ଆଇସିସି ଅମ୍ପାୟାର ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି । ନିକଟରେ ଭାଇଜାଗ୍ରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ରେ ଅମ୍ପାୟାରିଂ ଭୁମିକା ତୁଲାଇଛନ୍ତି ଇରାସ୍ମସ୍ ।
ସେହି ମ୍ୟାଚ୍ରେ ଆର୍ ଅଶ୍ୱିନୀଙ୍କ ସହ ଇରାସ୍ମସ୍ଙ୍କ ମଧ୍ୟରେ ହୋଇଥିବା ବିବାଦ । ସେହି ମ୍ୟାଚ୍ ପୂର୍ବରୁ ଷ୍ଟମ୍ପ୍ସିଂ ସମୟରେ ଇରାସ୍ମସଙ୍କ ସହ କଥାହେବାକୁ ଦୌଡିଥିଲେ । ଅଶ୍ୱିନୀ ଲେଗ୍ ସ୍ପିନର ରେହାନ୍ ଅହମଦଙ୍କୁ ଖେଳର ଶେଷ ଦିନରେ ୬ ବଲର ବ୍ୟାଟିଂ କରିଥିଲେ । କିନ୍ତୁ ଶେଷ ବଲ୍ ପରେ ସେ ଅମ୍ପାୟାରଙ୍କ ସହ କଥାହେବାକୁ ଯାଇଥିଲେ ।
ଏହି ସମୟରେ ଅଶ୍ୱିନୀ କିଛି ସମୟ ତାଙ୍କୁ କମ୍ପେନ୍ କରିଥିଲେ । ଏହି ସମୟରେ ଦୁହିଁଙ୍କ ମଧ୍ୟରେ କିଛି କଥା ହୋଇଥିଲା । ଏମିତିକି ଝଗଡା ହେବାର ଦେଖିବାକୁ ମିଳିଥିଲା । ଯଦିଓ ଦୁହିଁଙ୍କ ମଧ୍ୟରେ କଣ କଥା ହୋଇଥିଲା ତାହା ଜମାପଡିନି । କିନ୍ତୁ କୌଣସି କଥାକୁ ନେଇ କଥା ରଟାକଟି ହୋଇଥିବାର ନଜର ଆସୁଥିଲା ।
you can also read...
wp:embed {"url":"https://www.prameyanews7.com/ms-dhoni-fan-kiran-navgire-smashed-5th-fastest-fifty-in-wpl/","type":"wp-embed","providerNameSlug":"prameya-news-7"} /wp:embed