ବିଶ୍ୱକପ୍‌ ୨୦୨୩ : କୋଲକାତାରେ ୨ୟ ସେମି ମୁକାବିଲା, ଟସ୍‌ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

Published By : Prameya-News7 Bureau | November 16, 2023 IST

କୋଲକାତା ୧୬।୧୧ : ବିଶ୍ୱକପ୍ ୨୦୨୩ । କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯିବ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ସେମି ଫାଇନାଲ ମୁକାବିଲା । ଚଳିତ ବିଶ୍ୱକପ୍‌ର ଏହା ୨ୟ ସେମି ମୁକାବିଲା । ତେବେ ସେମି ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା ।ସେପଟେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ।

wp:embed {"url":"https://www.prameyanews7.com/why-new-zealand-players-always-wear-black-jersey/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-new-zealand-players-always-wear-black-jersey/
/wp:embed

ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ଯ୍ୟାୟରେ ୯ଟି ମୁକାବିଲା ଖେଳିଛି ।ଯେଉଁଥିରେ ୭ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତର ସାମ୍ନା କରିଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ଥିଲା । ଆଉ ୨ୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଥିଲା 

ସେହିପରି ଅଷ୍ଟ୍ରେଲିଆ ଲିଗ୍‌ ପର୍ଯ୍ୟାୟରେ ବି ୯ଟି ମୁକାବିଲା ଖେଳିଥିଲା । ଯେଉଁଥିରୁ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି । ଆଉ ତୃତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିଛି ।

wp:embed {"url":"https://www.prameyanews7.com/shreyas-iyer-reaction-fter-india-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shreyas-iyer-reaction-fter-india-win/
/wp:embed

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଉଭୟ ଟିମ୍‌ ମଧ୍ୟରେ ୧୦୯ ଥର ମୁକାବିଲା ହୋଇଛି । ଯେଉଁଥିରେ ଦକ୍ଷିଣ ଆଫ୍ରିକା ୫୫ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୫୦ଟିରେ ବିଜୟୀ ହୋଇଛି । କିନ୍ତୁ ସେମି ଫାଇଟ୍‌ରେ ଅଷ୍ଟ୍ରେଲିଆ ଆଗରେ ରହିଛି । ନିଜର ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବାକୁ ଆଶା ରଖିଛି ଦକ୍ଷିଣ ଆଫ୍ରିକା । କିନ୍ତୁ ଅଷ୍ଟ୍ରେଲିଆ ଏତେ ସହଜରେ ରାସ୍ତାକୁ ଛାଡିବନାହିଁ । ଇତିହାସ କହୁଛି ଅଷ୍ଟ୍ରେଲିଆ ଯେତେଥର ସେମିକୁ ଯାଇଛି । ସେତେଥର ବିଜୟୀ ହୋଇଛି । ତେବେ ଦେଖାଯାଉ କାହା ସପକ୍ଷରେ ଯାଉଛି ଗୁରୁବାର ହେବାକୁ ଥିବା ମ୍ୟାଚ୍‌ ।

wp:embed {"url":"https://www.prameyanews7.com/stolen-oxygen-cylinder-from-store-room-at-hospital/","type":"wp-embed","providerNameSlug":"prameya-news-7"}
https://www.prameyanews7.com/stolen-oxygen-cylinder-from-store-room-at-hospital/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.