ଲର୍ଡ୍ସରେ ଇଂଲଣ୍ଡର ଲଜ୍ଜାଜନକ ପରାଜୟ, ଇନିଂସ ଏବଂ ୧୨ ରନରେ ହରାଇଲା ଦକ୍ଷିଣ ଆଫ୍ରିକା
19/08/2022 at 11:01 PM

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଧରାଶାୟୀ ଇଂଲଣ୍ଡ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାଠୁ ଇଂନିସ ଏବଂ ୧୨ ରନରେ ଲଲ୍ଜାଜନକ ପରାଜିତ ହୋଇଛି ଇଂଲଣ୍ଡ। ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ଭିତ୍ତିରେ ୧୬୧ ରନର ଅଗ୍ରଣୀ ହାସଲ କରିବା ପରେ ଇଂଲଣ୍ଡକୁ ମାତ୍ର ୧୪୯ ରନରେ ଅଲଆଉଟ୍ କରିଛି। ବୋଲରଙ୍କ ଦମରେ ମାତ୍ର ୩ ଦିନ ଭିତରେ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୫ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୨୬ ରନ କରିଥିଲା। ହେଲେ ଦ୍ଵିତୀୟ ଇନିଂସରେ ଘରୋଇ ଇଂଲଣ୍ଡ ଦକ୍ଷିଣ ଆଫ୍ରିକା ବୋଲରଙ୍କ ମୁକାବିଲା କରି ନପାରି ୧୪୯ ରନରେ ଅଲଆଉଟ୍ ହୋଇଥିଲା।
ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ ଦକ୍ଷିଣ ଆଫ୍ରିକା ବୋଲରଙ୍କ କୌଣସି ଜବାବ ନଥିଲା। ଜଣେ ହେଲେ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରିନଥିଲେ। ଆଲେକ୍ସ ଲିସ୍ ଏବଂ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ ୩୫-୩୫ ରନ କରିଥିଲେ। ବେନ ଷ୍ଟୋକ୍ସ ୨୦ ରନ, ଜୋନି ବେୟାରଷ୍ଟୋ ୧୮, ଜ୍ୟାକ୍ କ୍ରାଉଲି ୧୩ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନୋର୍ତ୍ତଜେ ୩ଟି ସଫଳତା ପାଇଥିବା ବେଳେ କାଗିସୋ ରାବଡା, କେଶବ ମହାରାଜ ଏବଂ ମାର୍କୋ ଜନସେନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ଇଂଲଣ୍ଡ ପ୍ରଥମ ଇନିଂସରେ ଓଲି ପୋପ୍ଙ୍କୁ ବାଦ୍ ଦେଲେ କୌଣସି ଇଂରେଜ ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଓଲି ପୋପ୍ ସର୍ବାଧିକ ୭୩ ରନ କରିଥିଲେ। ଦ୍ଵିତୀୟ ଇନିଂସରେ ରାବଡା ୫ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନୋର୍ତ୍ତଜେ ୩ ଏବଂ ମାର୍କୋ ଜନସେନ ୨ଟି ଓ୍ଵିକେଟ୍ ନେଇଥିଲେ। ଜୋ ରୁଟ୍ ୮ ରନ କରିଥିବା ବେଳେ ଜୋନି ବେୟାରଷ୍ଟୋ ଖାତା ଖୋଲି ପାରିନଥିଲେ। ବେନ ଷ୍ଟୋକ୍ସ ୨୦ ରନ କରି ପାରିଥିଲେ।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୨୬ ରନ କରିଥିଲା। ସରିଲ ଏରଓ୍ଵି ସର୍ବାଧିକ ୭୩ ରନ କରିଛନ୍ତି। ମାର୍କୋ ଜନସେନ ୪୮ ରନ, ଡିନ୍ ଏଲଗର ୪୭ ରନ ଏବଂ କେଶବ ମହାରାଜ ୪୧ ରନ କରି ଦଳର ଇନିଂସକୁ ମଜବୁତ ପ୍ରଦାନ କରିଥିଲେ। ଅନଚିଚ୍ ନୋର୍ତ୍ତଜେ ୨୮ ରନ କରିଛନ୍ତି।