LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ଟି-୨୦ ଅନ୍ତର୍ଜାତୀୟରେ ହାସଲ କଲା ସବୁଠୁ ବଡ ବିଜୟ ଲକ୍ଷ୍ୟ

26/03/2023 at 10:07 PM

ସେଞ୍ଚୁରିୟନ: ଦିନିକିଆ ପରି ଟି-୨୦ରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଦିନିକିଆରେ ସର୍ବାଧିକ ରନ ପିଛା କରି ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ମଧ୍ୟ ଉକ୍ତ ସଫଳତା ଦୋହରାଇଛି। ସେଞ୍ଚୁରିୟନର ସୁପରସ୍ପୋର୍ଟ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ଓ୍ଵେଷ୍ଟଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୨୫୯ ରନର ବିଜୟ ଲକ୍ଷ୍ୟକୁ ଦଳ ସଫଳତାର ସହ ପିଛା କରିଛି। ଜନସନ ଚାର୍ଲ୍ସଙ୍କ ଶତକ ଉପରେ ଭାରି ପଡିଲା କ୍ଵିଣ୍ଟନ ଡିକକ୍‌ ବିସ୍ଫୋରକ ଶତକୀୟ ଇନିଂସ। ତାଙ୍କର ଏହି ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାକୁ ଐତିହାସିକ ବିଜୟ ମିଳିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଜନସନ ଚାର୍ଲ୍ସଙ୍କ ୧୧୮ ଏବଂ କାଇଲ୍ ମେୟର୍ସଙ୍କ ୫୧ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୫୮ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୭ଟି ବଲ୍ ବଳକା ଥାଇ ୪ ଓ୍ଵିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଡିକକ୍ ୧୦୦ ରନ କରିଥିବା ବେଳେ ରିଜା ହେଣ୍ଡରିକ୍ସ ୬୮ ରନର ଇନିଂସ ଖେଳି ଦଳକୁ ଜିତାଇଛନ୍ତି।

ସବୁଠୁ ବଡ ବିଜୟ

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ ବଡ ବିଜୟ ଲକ୍ଷ୍ୟ ପିଛା କରିବାର ରେକର୍ଡ ବୁଲଗେରିଆ ନାଁରେ ଥିଲା। ବୁଲଗେରିଆ ସର୍ବିଆ ବିପକ୍ଷରେ ୨୪୩ ରନର ଲକ୍ଷ୍ୟ ହାସଲ କରିଥିଲା। ଏହା ପରେ ଦ୍ଵିତୀୟ ଥିଲା ଅଷ୍ଟ୍ରେଲିଆ। କଙ୍ଗାରୁ ଦଳ ନ୍ୟୁଜିଲାଣ୍ଡ ପରି ଶକ୍ତିଶାଳୀ ଦଳ ବିପକ୍ଷରେ ୨୪୫ ରନ କରି ବିଜୟୀ ହୋଇଥିଲା। ତେବେ ଦକ୍ଷିଣ ଆଫ୍ରିକା ୨୫୯ ରନର ବିଜୟ ଲକ୍ଷ୍ୟ ପିଛା କରି ଟି-୨୦ ଇତିହାସରେ ବିଶ୍ଵ ରେକର୍ଡ କରିଛି।

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଜନସନ ଚାର୍ଲ୍ସ ୪୬ ବଲରୁ ୧୦ ଚୌକା ଏବଂ ୧୧ ଛକା ସହ ୧୧୮ ରନ କରିଥିବା ବେଳେ କାଇଲ ମେୟର୍ଦସ ୨୭ ବଲ୍‌ରୁ ୫ ଚୌକା ଏବଂ ୪ ଛକା ସହ ୫୧ ରନ କରିଛନ୍ତି। ତେବେ କ୍ଵିଣ୍ଟନ ଡିକକ୍ ୪୩ ବଲ୍‌ରୁ ୯ ଚୌକା ଏବଂ ୮ ଛକା ସହ ୧୦୦ ରନ କରିଥିବା ବେଳେ ରିଜା ହେଣ୍ଡରିକ୍ସ ୨୮ ବଲ୍‌ରୁ ୧୧ ଚୌକା ଏବଂ ୨ ଛକା ଜରିଆରେ ୬୮ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଆଡନ ମାରକ୍ରମ ୨ଓ ବଲ୍‌ରୁ ୩୮ ରନ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଛନ୍ତି।

ଦୁଇ ଦଳର ବୋଲର ଖାଇଲେ ନିର୍ଧୁମ ଛେଚା

ଏହି ମୁକାବିଲାରେ ଦୁଇ ଦଳର ବୋଲରଙ୍କ ଉପରେ ଖୁବ୍ ପ୍ରହାର ହୋଇଛି। ଦକ୍ଷିଣ ଆଫ୍ରିକାର କେବଳ ଜଣେ ବୋଲର ଏମିତି ଥିଲେ ଯାହାଙ୍କ ଇକୋନୋମି ୧୦ ରୁ କମ ଥିଲା। ସେ ବୋଲର ହେଉଛନ୍ତି କାଗିସୋ ରାବଡା। ତାଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ପାଞ୍ଚ ବୋଲର ଏବଂ ଓ୍ଵେଷ୍ଟଇଣ୍ଡିଜର ସାତ ବୋଲରଙ୍କ ଇକୋନୋମି ରେଟ୍ ୧୦ କିମ୍ବା ସେଥିରୁ ଉର୍ଦ୍ଧ୍ଵ ଥିଲା। ସବୁଠୁ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ସେଲଡନ କଟ୍ରେଲ। ସେ ଗୋଟିଏ ଓଭର ବୋଲିଂ କରି ୨୯ ରନ ବ୍ୟୟ କରିଛନ୍ତି।

   Related Posts