ଦକ୍ଷିଣ ଆଫ୍ରିକା-ଭାରତ ଟି-୨୦ ସିରିଜ୍‌, ରବିବାର ଡର୍ବାନରେ ଖେଳାଯିବ ପ୍ରଥମ ମ୍ୟାଚ୍‌

Published By : Prameya-News7 Bureau | December 10, 2023 IST

ମୁମ୍ବାଇ ୧୦।୧୨ : ସରିଛି ବିଶ୍ୱକପ୍‌ ଆଉ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ । ଘରୋଇ ମାଟିରେ ଜବରଦସ୍ତ ଖେଳ ପ୍ରଦର୍ଶନ ପରେ ଏବେ ଟିମ୍‌ର ବିଦେଶ ଗସ୍ତ । ରବିବାରଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ । ରବିବାର ସଂଧ୍ୟା ୭ଟା ୩୦ରେ ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌।

wp:embed {"url":"https://www.prameyanews7.com/lungi-ngidi-ruled-out-of-t20is/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lungi-ngidi-ruled-out-of-t20is/
/wp:embed

ତେବେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ବିଜୟ ପରେ ଟିମ୍‌ ଇଣ୍ଡିଆ ମନୋବଳ ଦୃଢ ରହିଛି । ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଟିମ୍‌ ମ୍ୟାନେଜମେଣ୍ଟ । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ସେପଟେ ଦକ୍ଷିଣ ଆଫ୍ରିକା ଟିମ୍‌ ମଧ୍ୟ ଜବରଦସ୍ତ ରହିଛି । ଚଳିତ ବିଶ୍ୱକପ୍‌ରେ ଟିମ୍‌ ସେମି ଯାଏଁ ଖେଳିଥିଲା । ଦଳରେ ଦୁଇ ଅଭିଜ୍ଞ ତେମ୍ବା ବାଭୁମା ଏବଂ କ୍ୱିଣ୍ଟନ ଡିକକ୍‌ ଅନୁପସ୍ଥିତ ରହିବେ। ତେଣୁ ଅନେକ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିଛି । ତେଣୁ ଏହି ସିରିଜ୍‌ଟି ଜବରଦସ୍ତ ହେବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/this-indian-player-will-break-brian-lara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-indian-player-will-break-brian-lara/
/wp:embed

ତେବେ ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲ୍ଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୪ଟି ଟି-୨୦ ସିରିଜ୍‌ ମଧ୍ୟରୁ ଭାରତ ୨ଟିରେ ବିଜୟୀ ହୋଇଛି । ବାକି ଦୁଇଟି ସିରିଜ୍‌ ବରାବର ରହିଥିଲା । ୨୦୧୫ରେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ ଜିତିଥିଲା । ଭାରତରେ ଅନୁଷ୍ଠିତ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ୨-୦ରେ ବିଜୟୀ ହୋଇଥିଲା ।

ସମ୍ଭାବ୍ୟ ଦଳ :

ଦକ୍ଷିଣ ଆଫ୍ରିକା : ରିଜା ହେଣ୍ଡରିକ୍ସ, ମାଥ୍ୟୁ ବ୍ରିଜକି, ଆଡେନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ/ହେନରିକ କ୍ଲାସେନ, ଡେଭିଡ୍‌ ମିଲର, ଡୋନୋଭାନ ଫେରେରା, ମାର୍କୋ ଜାନସେନ, କେଶବ ମହାରାଜ, ଗେରାଲ୍ଡ କୋଏଜି, ନାନ୍ଦ୍ରେ ବର୍ଗର, ତାବ୍ରେଜ ସାମସି ।

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌/ ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର ।

wp:embed {"url":"https://www.prameyanews7.com/bhool-bhulaiyaa-3-sara-ali-khan-entry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhool-bhulaiyaa-3-sara-ali-khan-entry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.