ଜୋହାନ୍ସବର୍ଗରେ ଭୟଙ୍କର ବିସ୍ଫୋରଣ, ଗ୍ୟାସ୍ ଟାଙ୍କର ଫାଟି ୮ମୃତ ୪୦ ଆହତ
25/12/2022 at 10:46 AM

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଭୟଙ୍କର ବିସ୍ଫୋରଣ । ଜୋହାନ୍ସବର୍ଗରେ ଗ୍ୟାସ୍ ଟାଙ୍କର ଫାଟିବା ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ଜୋହାନ୍ସବର୍ଗ ବିପର୍ଯ୍ୟୟ ପ୍ରସମନ ବିଭାଗର ରିପୋର୍ଟ ଅନୁଯାୟୀ, ଶନିବାର ଏହି ଦୁର୍ଘଟଣା ଘଟିଛି । ଏକ ଏଲପିଜି ଟାଙ୍କର ପୋଲ ତଳେ ଫଶିଯିବା ପରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୪୦ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଗୁରୁତରଙ୍କ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି । ଏମାନଙ୍କ ମଧ୍ୟରୁ ୧୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗ୍ୟାସ୍ ଟାଙ୍କର ଫାଟିବା ଯୋଗୁ ନିକଟରେ ଥିବା ଘର ଗୁଡ଼ିକରେ ନିଆଁ ଲାଗିଯାଇଥିଲା । ଫଳରେ ବହୁ କ୍ଷୟକ୍ଷତି ହୋଇଛି । ଏହି ବିସ୍ଫୋରଣରେ ଟେମ୍ବୋ ମେମୋରିଆଲ୍ ହସ୍ପିଟାଲର ଛାତ ମଧ୍ୟ ଭଶୁଡ଼ି ପଡ଼ିଛି । ସେହିଭଳି ବହୁ ଗାଡ଼ି ଭସ୍ମୀଭୂତ ହୋଇଛି ।