ନୂଆଦିଲ୍ଲୀ: ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କଲା ଦକ୍ଷିଣ ଆଫ୍ରିକା। ହେଲେ ଶେଷ ବେଳକୁ ଥମିଗଲା। ଓପନିଂ କରିଥିବା କ୍ୱିଣ୍ଟନ ଡିକକ ଜବରଦସ୍ତ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୩ ରନ୍ କରିଛି। ଓପନିଂ ବ୍ୟାଟିଂରେ ଦଳୀୟ ସ୍କୋର
୮୬ ରନ୍ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ୱିକେଟ ଯାଇ ନଥିଲା। ଦକ୍ଷିଣ ଆଫ୍ରିକା ୨୦୦ରୁ ଅଧିକ ରନ୍ କରିବା ବୋଲି ଆକଳନ କରାଯାଉଥିଲା। କିନ୍ତ ମିଡଲ ଅର୍ଡର ଫ୍ଲପ୍ ହେବା ଯୋଗୁ ଦଳ ବଡ଼ ସ୍କୋର କରିପାରିଲା ନାହିଁ। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ଇଂଲଣ୍ଡ ପାଇଁ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି।
ଟି-୨୦ ବିଶ୍ୱକପର ଗ୍ରୁପ ୨ରେ ସୁପର ୮ ମୁକାବିଲାରେ ଶୁକ୍ରବାର ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଡାରେନ ସାମୀ ନ୍ୟାସ୍ନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଓପନିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ବିସ୍ଫୋରକ ବ୍ୟାଟିଂ କରିଥିଲା। ଓପନର କ୍ୱିଣ୍ଟନ ଡିକକ ଧୂଆଁଦାର ବ୍ୟାଟିଂ କରିଥିଲେ। ସେ ମାତ୍ର ୩୮ ବଲରେ ୬୫ ରନ୍ ସଂଗ୍ରହ କରିଥିଲେ। ସେଥିରେ ୪ ଚୌକା ୪ ଛକା ମାରିଥିଲେ।
ଶେଷରେ, ଡେଭିଡ ମିଲର ୪ ଟି ଛକ୍କା ଓ ଦୁଇଟି ଛକା ସହାୟତାରେ ୨୮ ବଲରେ ଗୁରୁତ୍ୱପୂର୍ଣ୍ଣ ୪୩ ରନ୍ ସଂଗ୍ରହ କରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ କୌଣସି ବ୍ୟାଟର ଇଂରାଜୀ ବୋଲରଙ୍କୁ ସାମ୍ନା କରିପାରନ୍ତି ନଥିଲେ। ରେଜା ହେଣ୍ଡ୍ରିକ୍ସ ୨୫ ବଲ୍ରେ ୧୯ ରନ୍, ହେନ୍ରିକ୍ କ୍ଲାସେନ୍ ୧୩ ବଲରେ ୮ ରନ୍ ଏବଂ ଆଡେନ ମାର୍କରମ ୨ ବଲ ୧ ରନ୍ କରି ଦଳକୁ ନିରାଶ କରିଥିଲେ।
ଡି କକ୍ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦକ୍ଷିଣ ଆଫ୍ରିକା କୌଣସି ୱିକେଟ୍ ନ ହରାଇ ପାୱାରପ୍ଲେରେ ୬୩ ରନ୍ ସଂଗ୍ରହ କରିଥିଲା। ଏହାପରେ ଇଂଲଣ୍ଡ ବୋଲରମାନେ ରନ୍ ଗତିକୁ ରୋକିବାରେ ସଫଳ ହେବା ସହ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ। ଆଗାମୀ ଆଠ ଓଭରରେ ଆଫ୍ରିକୀୟ ଦଳ ମାତ୍ର ୪୨ ରନ୍ କରିପାରିଥିଲା। ୧୫ ଓଭରରେ ଦଳୀୟ ସ୍କୋର ୪ ୱିକେଟ୍ ଯାଇ ୧୧୩ ରନ୍ ଥିଲା। ଏହାପରେ ମିଲର୍ ଦ୍ରୁତ ଗତିରେ ସ୍କୋର ଆଗକୁ ବଢ଼ାଇଥିଲେ।
ଶେଷ ଓଭରର ପ୍ରଥମ ବଲରେ ପାଭିଲିୟନକୁ ଫେରିଥିଲେ ମିଲର। ଆଇପିଏଲ୍ ୨୦୨୪ ବ୍ୟାଟିଂର ଜଲୱା ଦେଖାଇଥିବା ଟ୍ରଷ୍ଟନ ଷ୍ଟବ୍ସ ବିଶ୍ୱକପ୍ରେ ଫିକା ପଡ଼ିଯାଇଛନ୍ତି। ସେ ୧୧ ଟି ବଲରେ ଏକ ଚୌକା ମାରି ଆପରାଜିତ ୧୨ ରନ୍ କରିଥିବା ବେଳେ ତାଙ୍କ ସହ କେଶବ ମହାରାଜ ଦୁଇଟି ବଲରେ ପାଞ୍ଚ ରନ୍ରେ ଅପରାଜିତ ରହିଥିଲେ।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ୱିକେଟ୍ ନେଇଥିଲେ ବି ଦଳ ପାଇଁ ତ ମହଙ୍ଗା ସାବ୍ୟସ୍ତ ହୋଇତିଲେ। ଆର୍ଚର ୪ ଓଭରରେ ୪୦ ରନ୍ ଦେଇଥିଲେ। ଲେଗ୍ ସ୍ପିନର ଆଦିଲ ରସିଦ ଭଲ ବୋଲିଂ କରିଥିଲେ। ସେ ଚାରି ଓଭରରେ ମାତ୍ର ୨୦ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ରିସ୍ ଟପ୍ଲେ ଚାରି ଓଭରରେ ୨୩ ରନ୍ ଦେଇଥିଲେ।