scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତୀୟ ସ୍ପିନରଙ୍କ ଜାଲରେ ଫସିଲା ଦ. ଆଫ୍ରିକା, ୯୯ ରନରେ ଅଲଆଉଟ୍

11/10/2022 at 4:26 PM

ନୂଆଦିଲ୍ଲୀ: ଭାରତୀୟ ସ୍ପିନର ଜାଲରେ ଫସିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ। କୌଣସି ବ୍ୟାଟସମ୍ୟାନଙ୍କ ନିକଟରେ ଭାରତୀୟ ବୋଲରଙ୍କ ଜବାବ ନଥିଲା। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଛି। ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଦିନିକିଆରେ ସର୍ବନିମ୍ନ ସ୍କୋର। ଦଳ ଏମିତି ଦୟନୀୟ ବ୍ୟାଟିଂ କରିଛି ଯେ, ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି। ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ଜାନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪  କରିଛନ୍ତି। ଭାରତ ପକ୍ଷରୁ କୁଲଦୀପ ଯାଦବ  ୧୮ ରନ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକା ଇନିଂସର ଅନ୍ତ ଘଟାଇଥିଲେ। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ ଜିତିବା ଦଳ ସିରିଜ୍ ଜିତିବ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ସ୍ପିନରଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ ଭ୍ରମଣକାରୀ ଦଳର ବ୍ୟାଟସମ୍ୟାନ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟକ୍ରମରେ କେବଲ ହେନରଚି କ୍ଲାସେନ(୩୪)ଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ସ୍ଥିତି ଏମିତି ଯେ, ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଜାନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪  ରନ କରିଥିଲେ। କ୍ଵିଣ୍ଟନ ଡିକକ୍‌(୬), ରିଜା ହେଣ୍ଡରିକ୍ସ(୩),  ଆଡନ ମାରକ୍ରମ(୯), ଡେଭିଡ୍ ମିଲର(୭), ଆଣ୍ଡିଲୋ ଫେଲୁକ୍ଵାୟୋ(୫), ବିଜର୍ଣ୍ଣ ଫରଚ୍ୟୁନ(୧), ଅନରିଚ ନର୍କିୟା(୦) ଏବଂ ଲୁଙ୍ଗି ଏନଗିଡି(୦) କରିଛନ୍ତି।

କୁଲଦୀପ ଯାଦବ ଘାତକ ବୋଲିଂ କରି ମାତ୍ର ୧୮ ରନ ଦେଇ ୪ ଓ୍ଵିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକା ଇନିଂସ ଅନ୍ତ ଘଟାଇଛନ୍ତି। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

   Related Posts